ରାଜ୍ୟ

ଦୁଇ ନୂଆ ପ୍ରଜାତି ଜିଆ ଠାବ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକଙ୍କୁ ସଫଳତା

ସେମିଳିଗୁଡ଼ା: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକ କୋରାପୁଟର ପୂର୍ବଘାଟ ପର୍ବତମାଳାରୁ ଦୁଇଟି ନୂତନ ପ୍ରଜାତିର ଜିଆ ଠାବ କରିଛନ୍ତି। ଦୁଇ ନୂଆ ପ୍ରଜାତିର ଜିଆକୁ ‘ମେଗାସ୍କୋଲେକ୍ସ ଜୟପୋରଘାଟିଏନ୍ସିସ୍’ ଓ ‘ମେଗାସ୍କୋଲେକ୍ସ କ୍ବାଦରିପାପିଲାଟସ୍’ ଭାବେ ନାମକରଣ କରାଯାଇଛି। ନୂଆ ପ୍ରଜାତିର ଜିଆ ସଂପର୍କରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ପତ୍ରିକା ‘ଜୁଟାକ୍ସା’ରେ ପ୍ରକାଶ ପାଇଛି। ଏହି ଦୁଇ ପ୍ରଜାତିକୁ ମିଶାଇ ବିଶ୍ୱରେ ମୋଟ ମେଗାସ୍କୋଲେକ୍ସ ପ୍ରଜାତି ଜିଆ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଯେଉଁଥିରୁ ୩୪ଟି କେବଳ ଭାରତରେ ଦେଖିବାକୁ ମିଳେ।

ଗବେଷିକା ଅୟୁସ୍ମିତା ନାୟକ ରାଣୀଡୁଡୁମା ଏବଂ ଜୟପୁର ଘାଟି ଅଞ୍ଚଳରୁ ଜିଆର ନମୁନା ସଂଗ୍ରହ କରିଥିଲେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟ ଡିନ୍ ପ୍ରଫେସର ଶରତ କୁମାର ପଳିତାଙ୍କ ତତ୍ତ୍ୱାବଧାନରେ ଗବେଷକମାନେ ପରୀକ୍ଷାଗାରରେ ଜିଆ ନମୁନା ଗୁଡ଼ିକୁ ପରୀକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥାର ଅବସରପ୍ରାପ୍ତ ବୈଜ୍ଞାନିକ ଡ. ଆର୍. ପାଲିଵାଲ, ଜିଆ ବିଶେଷଜ୍ଞ ଡ. ପ୍ରଶାନ୍ତ ନାରାୟଣନ୍ ଏବଂ କେରଳର ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ଉନ୍ନତ ପରିବେଶ ଅଧ୍ୟୟନ ଓ ନିରନ୍ତର ବିକାଶ କେନ୍ଦ୍ରର ଡ. ପ୍ରଶାନ୍ତ ନାରାୟଣନ, ଡ. ଏ.ପି ଥୋମାସଙ୍କ ସହଯୋଗରେ ଏହି ଦୁଇଟି ବୃହତ୍ ଜିଆ ପ୍ରଜାତିକୁ ଦୁଇଟି ନୂତନ ପ୍ରଜାତି ଭାବରେ ଚିହ୍ନଟ କରାଯାଇଥିଲା। ଯାହା ପ୍ରାଣୀ ବିଜ୍ଞାନ ଜଗତରେ ସମ୍ପୂର୍ଣ୍ଣ ନୂଆ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ବୈଜ୍ଞାନିକ ସମୁଦାୟ ପାଇଁ ଏହା ବଡ଼ ସଫଳତା ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।