ରାଜ୍ୟ

ହୋଲି ପରେ କଂଗ୍ରେସର ପ୍ରାର୍ଥୀ ଘୋଷଣା: ଏଆଇସିସିର ଓଡ଼ିଶାର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା

ନୂଆଦିଲ୍ଲୀ: ଓଡ଼ିଶାରେ ବିଜେଡି-ବିଜେପି ସାମ୍ଭବ୍ୟ ମେଣ୍ଟ ଚର୍ଚ୍ଚା ଭିତରେ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ ରାଜ୍ୟର ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ‌ସମୀକ୍ଷା ବୈଠକରେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସିର ଓଡିଶା ପ୍ରଭାରୀ ଅଜୟ କୁମାର, ୩ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ହରକ ସିଂହ ରାୱତ ଓ ପରଗତ ସିଂହ, ଦୁଇଜଣ ସଚିବ ଖ୍ରୀଷ୍ଟଫର ତିଲକ ଓ ମହମ୍ମଦ ସାହାନୱାଜ ଚୌଧୁରୀ ଉପସ୍ଥିତ ଥିଲେ।

ଏଆଇସିସି ମୁଖ୍ୟାଳୟରେ ହୋଇଥିବା ସମୀକ୍ଷା ବୈଠକରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା, ନିର୍ବାଚନ ପ୍ରଚାର, ସଂଗଠନ କାର୍ଯ୍ୟକ୍ରମ ତଥା ଦଳୀୟ ସ୍ଥିତି ସଂପର୍କରେ ନେତାମାନେ ଶ୍ରୀ ବେଣୁଗୋପାଳଙ୍କୁ ଅବଗତ କରାଇଥିଲେ। ଉଭୟ ଲୋକସଭା ଓ ବିଧାନସଭାରେ ନିର୍ବାଚନ ଲଢ଼ିବା ପାଇଁ ‘ପ୍ରଗମନ’ ଆପରେ ଆବେଦନ କରିଥିବା ପ୍ରାର୍ଥୀ ଓ ଦୁଇଟି ସ୍କ୍ରିନଂ କମିଟି ବୈଠକର ହୋଇଥିବା ଆଲୋଚନା ସଂପର୍କରେ ସୂଚନା ଦେଇଥିଲେ। ହୋଲି ପରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ପୁଣିଥରେ ସ୍କ୍ରିନିଂ କମିଟି ବୈଠକ। ଲୋକସଭାର ୨୧ଟି ଓ ବିଧାନସଭାର ୧୪୭ ଆସନରେ ପ୍ରାର୍ଥୀ ଚୟନ ପରିପେକ୍ଷୀରେ ସର୍ଭେ ରିପୋର୍ଟ ପ୍ରସଙ୍ଗକୁ ମଧ୍ୟ ନେତାମାନେ ଶ୍ରୀ ବେଣୁ‌ଗୋପଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡିଶାରେ ଲୋକସଭା ଓ ବିଧାନସଭା ପ୍ରଚାର କାର୍ଯ୍ୟକ୍ରମର ରୂପରେଖ କ’ଣ ରହିବ, କେଉଁ କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଯିବେ, ତାରକା ପ୍ରଚାର‌ ତାଲିକାରେ କାହାକୁ ସାମିଲ କରାଯିବ ଭଳି ପ୍ରସଙ୍ଗରେ ମଧ୍ୟ ବୈଠକରେ ମାନସ ମନ୍ଥନ ହୋଇଥିଲା। ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ, କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଚର୍ଚ୍ଚିତ ନେତାଙ୍କୁ ଓଡିଶାକୁ ନିର୍ବାଚନ ପ୍ରଚାର ସମୟରେ ଗସ୍ତ ପାଇଁ ‌ରାଜ୍ୟର ନେତୃବୃନ୍ଦ ପ୍ରସ୍ତାବ ଦେଇଥିଲେ।

ଏଆଇସିସିର ଓଡ଼ିଶାର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା
୩ ପର୍ଯ୍ୟବେକ୍ଷକ ଦେଲେ ଓଡ଼ିଶା ସଂପର୍କିତ ରିପୋର୍ଟ
ପ୍ରଚାର ଅଭିଯାନକୁ ଜୋରଦାର କରିବାକୁ ପରାମର୍ଶ
ପ୍ରଚାର ପାଇଁ ରାହୁଲ, ପ୍ରିୟଙ୍କା, ଖଡ଼ଗେ ଆସିବାକୁ ପ୍ରସ୍ତାବ

ଆଜିର ବୈଠକରେ ନିକଟରେ ଏଆଇସିସି ଦ୍ବାରା ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ୩ଜଣ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ରିପୋର୍ଟ ପ୍ରଦାନ କରାଯାଇଥିଲା। ଆଗାମୀ ନିର୍ବାଚନରେ ବିଜୟ ସମ୍ଭାବନା ରହିଥିବା ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ପର୍ଯ୍ୟବେକ୍ଷକ ରିପୋର୍ଟରେ ଗୁରତ୍ବ ଦେଇଥିବା ସୂଚନା ମିଳିଛି। କଂଗ୍ରେସ ଦ୍ବାରା ପ୍ରକାଶ କରାଯାଇଥିବା ଇସ୍ତାହାର ସଂପର୍କରେ ମଧ୍ୟ ସୂଚିତ କରାଯାଇଥିଲା। ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ସହିତ ପ୍ରଚାର ଅଭିଯାନକୁ ଜୋରଦାର କରିବା ପାଇଁ ଶ୍ରୀ ବେଣୁଗୋପାଳ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଦଳର ପ୍ରତ୍ୟେକ କର୍ମୀଙ୍କୁ ଲୋକଙ୍କ ନିକଟତର ହେବା ତଥା କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ପାଇଁ ଗୁରୁତ୍ବ ଦେବାକୁ କୁହାଯାଇଛି। ଓଡ଼ିଶା ଏବେ ଏଆଇସିସିର ଫୋକସ୍‌ରେ ରହିଛି। ନିର୍ବାଚନରେ କିଭଳି କଂଗ୍ରେସର ପ୍ରର୍ଦଶନ ଭଲ ରହିବ ସେନେଇ ପ୍ରୟାସ ଜୋରଦାର କରିବା ପାଇଁ ସେ ସମୀକ୍ଷା ଅବସରରେ ନେତାମାନଙ୍କୁ ପରାମର୍ଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।