ରାଜ୍ୟ

ବହୁଛି ଲୁହ ଥମୁନି କୋହ: ଭୋକିଲାଙ୍କ ଉପରେ ପଡ଼ିଲା ଖାଦ୍ୟ ପ୍ୟାକେଟ, ଚାପି ହୋଇ ୫ ଜଣଙ୍କ ଜୀବନ ଗଲା

ତେଲ ଅଭିବ: ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ଗାଜାର ଜନସାଧାରଣଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ପ୍ରିୟପରିଜନଙ୍କୁ ହରାଇ ଥିବା ଲୋକଙ୍କ ଆଖିରୁ ଲୁହ ଶୁଖୁ ନଥିବା ବେଳେ ଗୋଟିଏ ପରେ ଗୋଟିଏ ଦୁଃଖ ଯୋଗୁ ମନରେ କୋହ ବଢ଼ିଚାଲିଛି। ଲୋକେ ଖାଦ୍ୟ ନ ପାଇ ଦିନ ଦିନ ଧରି ଭୋକ ଉପାସରେ ପଡ଼ି ରହିଛନ୍ତି। ଭୋକିଲାଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟ ପ୍ୟାକେଟ ପକାଯାଉଛି।
ଆକାଶ ମାର୍ଗରୁ ପକାଯାଉଥିବା ଖାଦ୍ୟ ପ୍ୟାକେଟ ତଳେ ଚାପି ହୋଇ ୫ ଜଣ ଲୋକଙ୍କ ଜୀବନ ଯାଇଛି। ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଗାଜାର ଅଲ୍-ଶିଫା ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।
ଗଣମାଧ୍ୟମ ସଂସ୍ଥା ରିପୋର୍ଟ ଅନୁସାରେ ଏହି ଘଟଣା ଗାଜାର ଅଲ୍-ଶାତି ଶରଣାର୍ଥୀ ଶିବିର ନିକଟରେ ଏହ ଦୁଃଖଦ ଘଟଣା ଘଟିଛି। ଆକାଶ ମାର୍ଗରୁ ଖସୁଥିବା ଖାଦ୍ୟ ପ୍ୟାକେଟ ବିମାନରୁ ପାରାଚ୍ୟୁଟରେ ପକାଯାଇଥିଲା। ମାତ୍ର ପାରାଚ୍ୟୁଟ ଖୋଲି ନଥିଲା।  ଖାଦ୍ୟ ‌ପାଇଁ ଏକ ଘର ଛାତ ଉପରେ ଅପେକ୍ଷା କରିଥିବା ଭୋକିଲା ଲୋକଙ୍କ ଉପରେ ଏହା ପଡ଼ିଯାଇଥିଲା। ଖାଦ୍ୟ ପ୍ୟାକେଟ ତଳେ ଚାପି ହୋଇ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକ ଏବଂ ଆହତଙ୍କୁ ଅଲ୍-ଶିଫା ହସ୍ପିଟାଲକୁ ଅଣାଯାଇଥିଲା।

ଆମେରିକା ଏବଂ ଜୋର୍ଡାନ ପକ୍ଷରୁ ମିଳିତ ଭାବେ ଗାଜାରେ ଆକାଶ ମାର୍ଗରୁ ଖାଦ୍ୟ ପ୍ୟ‌ାକେଟ ପକାଯାଉଛି। ତେବେ ଏହି ଘଟଣାରେ ଜୋର୍ଡାନ ବିମାନ ସାମିଲ ନଥିବା ଜୋର୍ଡାନ ସରକାର କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।