ରାଜ୍ୟ

ପୁରୀ ସଂସଦୀୟ କ୍ଷେତ୍ର: ପ୍ରାର୍ଥିତ୍ବ ନେଇ ଚର୍ଚ୍ଚା ବଢ଼ୁଛି

ପୁରୀ:‌ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ପୁରୀ ଏବେ ବିକାଶରେ ଆଗରେ। ସେ ଐତିହାସିକ ଦୃଷ୍ଟିକୋଣରୁ ହେଉ କି ଅର୍ଥନୈତିକ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନୂଆ ଆନ୍ତର୍ଜାତିକ ବିମାନ ବନ୍ଦର କଥା ହେଉ ଅବା ପୁରୀ ରେଳଷ୍ଟେସନ୍‌ର ନବକଳେବର, ନୂଆ ରେଳ ଚଳାଚଳ, ବହୁ ପ୍ରତୀକ୍ଷିତ ସାତପଡ଼ାରୁ ଜହ୍ନିକୁଦା ରାସ୍ତା, ପୁରୀ-କୋଣାର୍କ ରେଳପଥ, ସବୁକ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ପୁରୀ। ଏଣୁ ୨୦୨୪ ପୁରୀ ଲୋକସଭା ଆସନରେ ପ୍ରାର୍ଥିତ୍ବକୁ ନେଇ ମଧ୍ୟ ସ୍ବାଭାବିକ ଭାବେ ଚର୍ଚ୍ଚା ଜୋର୍‌ ଧରିଛି।

ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ଓ ବିଜେପି ମେଣ୍ଟ ହେଲେ ତାହା ଭିନ୍ନକଥା ଏବଂ ନିର୍ବାଚନମଣ୍ଡଳୀରେ ଏକ ନୂଆ ସମୀକରଣର ସମ୍ଭାବନା ରହିଛି। ମାତ୍ର, ମେଣ୍ଟ ନହେଲେ ବିଜେପିରୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ୍‌ ପାତ୍ର ପ୍ରତିଦ୍ବନ୍ଦ୍ବିତା କରିବା ସ୍ପଷ୍ଟ। ସେ ମଧ୍ୟ ପ୍ରାୟ ୩ ବର୍ଷ ତଳୁ ନିଜର ରାଜନୈତିକ କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି। ଯେଉଁଠୁ କମ୍‌ ଭୋଟ୍‌ ମିଳିଥିଲା, ସେ ଅଞ୍ଚଳକୁ ଅଧିକ ଫୋକସ୍‌ରେ ରଖିଆସିଛନ୍ତି। ଗତ ୨୦୧୯ ମସିହା ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀ ବିଜେପିର ଫୋକସ୍‌ରେ ରହିଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଢ଼ିବାନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଶେଷରେ, ସମ୍ବିତ୍‌ ପ୍ରାର୍ଥୀ ହେବାସହିତ ବିଜେଡିର ପିନାକୀ ମିଶ୍ରଙ୍କଠାରୁ ପରାଜିତ ହୋଇଥିଲେ।

ଚଳିତ ନିର୍ବାଚନରେ ପିନାକୀ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଜଣାପଡ଼ିଛି। ଫଳରେ, ପୁରୀ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଆସନରୁ କିଏ ବିଜେଡିରୁ ପ୍ରାର୍ଥୀହେବେ, ତାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଛି। ପୂର୍ବରୁ ସଂଜୟ କୁମାର ଦାସବର୍ମାଙ୍କ ନାଁ ଚର୍ଚ୍ଚାର ଆଗରେ ଥିଲା। ଏବେ ୨୦୧୯ ନିର୍ବାଚନରେ ଭୁବନେଶ୍ବରରୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଲଢ଼ିଥିବା ତଥା ମୁମ୍ବାଇ ପୂର୍ବତନ ପୁଲିସ କମିସନର ଅରୁପ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନାଁ ଚର୍ଚ୍ଚାକୁ ଆସିଛି। ସେପଟେ କଂଗ୍ରେସରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କିଛି ମହଲ, ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ବି ପୁରୀରୁ ଲଢ଼ିପାରନ୍ତି ବୋଲି କହୁଛନ୍ତି। କିନ୍ତୁ ପ୍ରସାଦଙ୍କ ନାଁ ଆଗରେ ରହିଥିବା ଜଣାପଡ଼ିଛି। ତେବେ, ଉଭୟ ବିଜେଡି ଓ କଂଗ୍ରେସ ଖୁବ୍‌ଶୀଘ୍ର ପ୍ରାର୍ଥିତ୍ବ ପ୍ରସଙ୍ଗରେ ସ୍ପଷ୍ଟ କରିବେ ବୋଲି କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।