ରାଜ୍ୟ

ବ୍ରହ୍ମଗିରି ଓ ଶଙ୍ଖ ଭବନରେ ବିଜେଡି ବୈଠକ: ସଂଜୟ-ଉମା ଏକାଠି

ପୁରୀ:‌ ଆଜି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରିରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ କୁମାର ଦାସବର୍ମା ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଏକାଠି ମଞ୍ଚରେ ବସିଥିବା ଦେଖିବାକୁ ମିଳିଛି। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଆୟୋଜିତ ଏହି ସାଂଗଠନିକ ବୈଠକରେ ସତ୍ୟବାଦୀ ବିଧାୟକ ଉପସ୍ଥିତ ରହିବା, ହଟଚମଟ ସୃଷ୍ଟି କରିଛି। ପୂର୍ବରୁ ସଂଜୟ ବୈଠକ କରି ସତ୍ୟବାଦୀରୁ ଲଢ଼ୁଥିବା ଓ ଉମା ବ୍ରହ୍ମଗିରିରୁ ଲଢ଼ୁଥିବା ନେଇ ଯେଉଁ ଇସାରା ଦେଇଥିଲେ, ଏହି ବୈଠକ ତାକୁ ସତ ପ୍ରମାଣିତ କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଅପରପକ୍ଷେ ଏହି ବୈଠକ ପରେ ଆଜି ଶଙ୍ଖ ଭବନରେ ପ୍ରଣବ ପ୍ରକାଶ ଦାସଙ୍କ ପୌରୋହିତ୍ୟରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ନେତାଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଉଭୟ ସଂଜୟ ଓ ଉମା ବି ଉପସ୍ଥିତ ଥିଲେ। ଉଭୟ ସଂଜୟ ଓ ଉମାଙ୍କ ଭିତରେ ଯେଉଁ ଅସନ୍ତୋଷ ରହିଛି, ତାର ବୁଝାମଣା ପାଇଁ ଦୁଇ ନିର୍ବାଚନମଣ୍ଡଳୀର ନେତାଙ୍କୁ ନେଇ ଏଭଳି ଦୁଇ ଦୁଇଟି ବୈଠକ ଆଜି କରାଯାଇଥିବା ଶୁଣିବାକୁ ମିଳୁଛି। ବିଜେଡିର ବରିଷ୍ଠ ନେତା ଅରୁପ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ବିଜେଡିର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଉମା, ସଂଜୟଙ୍କ ସମେତ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।