ରାଜ୍ୟ ସ୍ପେଶାଲ ରିପୋର୍ଟ

୨୧ ଯାଏ କୋହଲା ପାଗ

ଭୁବନେଶ୍ବର: ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗରୁ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହୋଇଛି। ପ୍ରଭାବରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବା ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୧୫ ତାରିଖ ସକାଳ ସୁଦ୍ଧା ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ କାଳବୈଶାଖୀ ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୬ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ୧୭ରୁ ୧୯ ତାରିଖ ମଧ୍ୟରେ ଉତ୍ତର, ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶା ସମେତ ସମ୍ବଲପୁର, ଦେବଗଡ଼, ଜିଲ୍ଲାରେ କାଳବୈଶାଖୀ ସହ ହାଲୁକା ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ସାମାନ୍ୟ ତଳକୁ ଖସିଛି। ତା’ସତ୍ତ୍ବେ ମଧ୍ୟ ଚଳିତବର୍ଷର ସର୍ବୋଚ୍ଚ ଦିନ ତାପମାତ୍ର ବୌଦ୍ଧରେ ୩୯.୮ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ବଲାଙ୍ଗୀରରେ ୩୮.୫, ତାଳଚେର ଓ ସୋନପୁରରେ ୩୮.୨, ଟିଟିଲାଗଡ଼ରେ ୩୮, ଅନୁଗୁଳରେ ୩୭.୭, ଭବାନୀପାଟଣାରେ ୩୭.୫, ଝାରସୁଗୁଡ଼ାରେ ୩୭.୪, ମାଲକାନଗିରିରେ ୩୭.୧, ପାର‌ଳାଖେମୁଣ୍ଡି ଓ ନୟାଗଡ଼ରେ ୩୭ ଡିଗ୍ରି ଲେଖାଏ ରହିଥିଲା। ଗତ ୩୬ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୨୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୧୯.୨, ବାଲେଶ୍ବରରେ ୧୯, ନୟାଗଡ଼ରେ ୧୮, ଭଦ୍ରକରେ ୧୩.୨, ଖୋର୍ଦ୍ଧାରେ ୮, ଯାଜପୁରରେ ୫ ମିମି ବର୍ଷା ହୋଇଛି। ଭୁବନେଶ୍ବର, ଗୋପାଳପୁର, ଅନୁଗୁଳ, ଫୁଲବାଣୀ, ଦାରିଙ୍ଗବାଡ଼ିରେ ହାଲୁକା ବର୍ଷା ହୋଇଛି। ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।