ରାଜ୍ୟ

ମମତା ବାନାର୍ଜୀ ଆହତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କୁ ଏସ୍‌ଏସ୍‌କେଏମ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ପରୀକ୍ଷା ଓ କପାଳରେ ଷ୍ଟିଚ୍ ପରେ ତାଙ୍କୁ ଛାଡ଼ିଦିଆଯାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତୃଣମୂଳ କଂଗ୍ରେସ ପକ୍ଷରୁ ସୂଚନା ଏହି ଦିଆଯାଇଛି। ମମତାଙ୍କ କପାଳରେ ଆଘାତ ଲାଗିଥିବା ଓ ରକ୍ତ ବୋହୁଥିବା ‌ଫଟୋ ସେୟାର କରି କୁହାଯାଇଥିଲା ଯେ ଆଜି ମମତା ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଦ୍ରୁତ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ତେବେ କେଉଁ ଭଳି ପରିସ୍ଥିତିରେ ମମତାଙ୍କ କପାଳରେ ଆଘାତ ଲାଗିଲା ସେ ନେଇ ଦଳ କୌଣସି ସୂଚନା ଦିଆଯଯାଇ ନଥିଲା। ତେବେ ଜଣାପଡ଼ିଛି ଯେ ଘର ଭିତରେ ସେ ପଡ଼ିଯିବାରୁ ତାଙ୍କ କପାଳରେ ଆଘାତ ଲାଗିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।