ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ବଢୁଛି କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ୨୧୮୨୧ କୋଭିଡ଼ ସଂକ୍ରମିତ ଚିହ୍ନଟ 31/12/2020 at 10:40 AM

ନୂଆଦିଲ୍ଲୀ ୩୧।୧୨: କରୋନା ଭାଇରସରେ ଦୈନିକ ସଂକ୍ରମଣ ସଂଖ୍ୟା କେତେବେଳେ କମିବା ତ କେତେବେଳ ବଢିବାରେ ଲାଗିଛି । ଗୁରୁବାର ଦିନ ୨୧ ହଜାର ୮୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୯ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୨୬ ହଜାର ୧୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ କରୋନା ଭାଇରସରେ ୨୧,୮୨୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୨,୬୬,୬୭୪ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୨୯୯ଜଣଙ୍କ ପ୍ରାଣହାନୀ ହୋଇଛି । ଦେଶରେ ଏବେ ଯାଏଁ ୧,୪୮,୭୩୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮,୬୦,୨୮୦ରେ ପହଁଞ୍ଚିଛି ।

ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ଲକ୍ଷ ତଳେ ରହିଛି । ଦେଶରେ କରୋନାରୁ ୨,୫୭,୬୫୬ ଆକ୍ଟିଭ୍‌ କେସ୍ ରହିଛି । ଲଗାତର ଭାବେ କରୋନାର ଆକ୍ଟିଭ୍‌ କେସ ଓ ସୁସ୍ଥ ସଂଖ୍ୟା ମଧ୍ୟରେ ବଡଧରଣ ଅନ୍ତର ରହିଆସିଛି । ଯାହାଫଳରେ କି କରୋନା ବିରୋଧରେ ଚାଲିଥିବା ଲଢେଇକୁ ଜୋରଦାର ଭାବେ ଲଢୁଛନ୍ତି ଭାରତୀୟବାସୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ