ରାଜ୍ୟ

ବିଏମ୍‌ସି ଉପରେ ମାମଲା ବୋଝ: ମାର୍ଚ୍ଚ ମାସରେ ୯ କୋର୍ଟ ଅବମାନନା ମାମଲାର ଶୁଣାଣି

ଭୁବନେଶ୍ବର: ବିଏମ୍‌ସିକୁ କୋର୍ଟ ମାମଲା ପିଛା ଛାଡ଼ୁନି। ଅନେକ ମାମଲାରେ ବିଏମ୍‌ସି କୋର୍ଟଙ୍କ ଆଦେଶ ଧାର୍ଯ୍ୟ ସମୟରେ ପାଳନ କରିନଥିବାରୁ କମିସନର ଅକଳରେ ପଡ଼ିଛନ୍ତି। ଚଳିତ ମାସ ବିଏମ୍‌ସି ବିରୋଧରେ ୯ଟି ମାମଲାର ଶୁଣାଣି ରହିଛି। ଅନ୍ୟପକ୍ଷରେ ପୂର୍ବ ଆଦେଶ ପାଳନ ହୋଇନଥିବାରୁ ବିଏମ୍‌ସି କମିସନରଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ମାମଲା ରୁଜୁ କରାନଯିବ, ସେ ନେଇ ତୃତୀୟ ଥର ପାଇଁ
କୋର୍ଟ ନୋଟିସ୍‌ ଜାରି କରିଛନ୍ତି।

କୋର୍ଟ ଏହି ଅବମାନନା ମାମଲାଗୁଡ଼ିକୁ ଗୁରୁତ୍ବର ସହ ନେଉଥିବାରୁ ଉଚିତ୍‌ ସମୟରେ ଉପଯୁକ୍ତ ଉତ୍ତର ନ ରଖିଲେ ଏଥିପାଇଁ ଯେଉଁ ବିପରୀତ ଆଦେଶ ହେବ ତାହା ସରକାରଙ୍କୁ ଅକଳରେ ପକାଇପାରେ। ଏଣୁ ଉଚିତ ସମୟରେ ଉତ୍ତର ରଖିବାକୁ ହାଇକୋର୍ଟରୁ ବିଏମ୍‌ସିକୁ ଚିଠି ଆସିଛି। ଚିଠି ପାଇବା ପରେ ତନାଘନା ଆରମ୍ଭ ହୋଇଛି। ପୂର୍ବରୁ ଲିଗାଲ୍‌(ନ୍ୟାୟିକ)ଉପବିଭାଗର ଅବହେଳା ଯୋଗୁ ବିଏମ୍‌ସି ଅନେକ ମାମଲା ହାରିଥିବା ବେଳେ ତତ୍‌କାଳୀନ କମିସନର କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ କୋର୍ଟଙ୍କ ଭର୍ତ୍ସନାର ଶିକାର ହୋଇଛନ୍ତି। ଅଦାଲତ ଅବମାମନା ମାମଲାକୁ ଗୁରୁତ୍ବର ସହ ନିଆଯାଉଥିବା ନେଇ ଚିଠି ଆସିବା ପରେ ଚଳିତମାସରେ ଶୁଣାଣି ହେବାକୁ ଥିବା ୯ଟି ମାମଲାର ବିବରଣୀ ଖୋଜା ଚାଲିଥିବା ଜଣାପଡ଼ିଛି। ୯ଟି ମାମଲାରୁ ୭ଟି ମାମଲା ଭୁବନେଶ୍ବର ଡିଷ୍ଟ୍ରିକ୍ଟ ସେଣ୍ଟରରୁ ଉଚ୍ଛେଦକୁ ନେଇ ହୋଇଛି। ବିଭିନ୍ନ ସମୟରେ ବ୍ୟବସାୟୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ କମିସନରଙ୍କ ବିରୋଧରେ ପିଟିସନ ଦାଖଲ କରିଥିଲେ। ଗତ ବର୍ଷ ଅପ୍ରେଲ ମାସରେ ହାଇକୋର୍ଟ ଏହି ସବୁ ମାମଲାର ବିଚାର କରିଥିଲେ। ମାମଲାର ବିଚାର କରି ଏହି ବ୍ୟବସାୟୀମାନଙ୍କୁ ଥଇଥାନ କରିବାକୁ ହାଇକୋର୍ଟ ବିଏମ୍‌ସିକୁ ଆଦେଶ ଦେଇଥିଲେ। ତାସହିତ ଆଦେଶ କାର୍ଯ୍ୟକାରୀ ହେଲା କି ନାହିଁ ବା କଣ ପଦକ୍ଷେପ ନିଆଗଲା ତାହା ଦର୍ଶାଇବା ପାଇଁ କୁହାଯାଇଥିଲା। ହେଲେ ନା ବିଏମ୍‌ସି ଏମାନଙ୍କର ଥଇଥାନ ଯୋଜନା କଲା ନା କୋର୍ଟଙ୍କୁ ଏ ବାବଦରେ ଅବଗତ କରାଇଲା। ଫଳରେ କୋର୍ଟ ଧାର୍ଯ୍ୟ କରିଥିବା ସମୟ ଅତିବାହିତ ହେବା ପରେ ଆବେଦନକାରୀ ପୁଣି ଥରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଏହାକୁ ଗୁରୁତ୍ବର ସହ ନେଇ କମିସନରଙ୍କ ବିରୋଧରେ କାହିଁକି କୋର୍ଟ ଅବମାନନା ମାମଲା ରୁଜୁ ହେବ ନାହିଁ ସେ ନେଇ ଉତ୍ତର ରଖିବାକୁ ଆଦେଶ ଦେଇଥିଲେ।

ହେଲେ ଏହା ମଧ୍ୟ ଧାର୍ଯ୍ୟ ଅବଧିରେ କାର୍ଯ୍ୟକାରୀ ହେଲା ନାହିଁ। ଏଣୁ ଦ୍ବିତୀୟ ଥର ଆବେଦନକାରୀ କୋର୍ଟରେ ପହଞ୍ଚିବା ପରେ କୋର୍ଟ କ୍ଷୁବ୍ଧ ହେବା ସହ ବିଏମ୍‌ସିକୁ ଶେଷ ସୁଯୋଗ ଦେଇଛନ୍ତି। ପଙ୍କଜ ଓଝା, ମନୋଜ ଦାସ, ମନୋଜ ସ୍ବାଇଁ, ଶଶୀଭୂଷଣ ସିଂହଙ୍କ ମାମଲାର ଶୁଣାଣି ଚଳିତମାସ (ଗତ)୭ ତାରିଖରେ ରହିଥିବା ବେଳେ ମୁକ୍ତି ଦାସ ଓ ଭାସ୍କର ସାହୁଙ୍କର ୧୯ ତାରିଖ, ମିଥୁନ ଦାସ, ପ୍ରକାଶ ମହାନ୍ତି ଓ କାଳନ୍ଦୀ ସାହୁଙ୍କର ୨୮ ତାରିଖରେ ଶୁଣାଣି ରହିଛି।
ଉଲ୍ଲେଖଯୋଗ୍ୟ, ଲିଗାଲ୍‌ ସେକ୍ସନରେ ବ୍ୟାପକ ବିଶୃଙ୍ଖଳା ଯୋଗୁ ତତ୍‌କାଳୀନ କମିସନର ବିଜୟ ଅମୃତା କୁଲାଙ୍ଗେ ୨ଟି ମାମଲାରେ ବ୍ୟକ୍ତିଗତ ଭାବରେ ହାଇକୋର୍ଟରେ ହାଜର ହୋଇଥିଲେ। ଗୋଟିଏ ମାମଲାରେ ବିଏମ୍‌ସିର ତ୍ରୁଟି ଯୋଗୁ ଆବେଦନକାରୀଙ୍କୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିଥିଲା। ଏହା ପରେ ଏହି ଉପବିଭାଗରେ ନୂଆ ଓକିଲଙ୍କୁ ଦାୟିତ୍ବ ଦେଇ ଶୃଙ୍ଖଳା ଆଣିବାକୁ ଉଦ୍ୟମ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।