ରାଜ୍ୟ

ବିଜେଡି-ବିଜେପି ମେଣ୍ଟ ନିଷ୍ପତ୍ତି ଝୁଲୁଛି: ବିଗିଡ଼ିଲେଣି ନେତା, କର୍ମୀ

ଭୁବନେଶ୍ବର/ନୂଆଦିଲ୍ଲୀ: ଶୀର୍ଷ ସ୍ତରରେ ନିଷ୍ପତ୍ତି ସରିଛି। ବିଜେଡି ଓ ବିଜେପି ମେଣ୍ଟ ହେବ। କେବଳ ଆସନ ଭାଗବଣ୍ଟାରେ କିଛିଟା ସମସ୍ୟା ରହିଛି। ବିଜେପିର କେନ୍ଦ୍ରୀୟ ନେତା ଓ ରାଜ୍ୟ ନେତାମାନଙ୍କ ମଧ୍ୟରେ ମାରାଥନ୍ ବୈଠକ ସତ୍ତ୍ବେ ଏଯାଏ ସ୍ପଷ୍ଟ ଚିତ୍ର ଆସିପାରିନାହିଁ। ଗୋଟିଏ ବର୍ଗ କହୁଛନ୍ତି, ସବୁକିଛି ତୁଟିଗଲାଣି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଖରେ ବୈଠକ ହୋଇ ମେଣ୍ଟ ପ୍ରସ୍ତାବରେ ଚୂଡ଼ାନ୍ତ ମୋହର ବାଜିବ। ଏହାପରେ ଆନୁଷ୍ଠାନିକ ଘୋଷଣା ହେବ। ଆଉ ଗୋଟିଏ ବର୍ଗ କହିଲେଣି, ଏଯାଏ କିଛି କଥା ଆଗେଇ ପାରୁନାହିଁ। ଏଣେ ମେଣ୍ଟ ଘୋଷଣା ବିଳମ୍ବ ହେଉଥିବାରୁ ଏମାନଙ୍କ ମଧ୍ୟକୁ କିଏ ସତ କହୁଛନ୍ତି ଓ କିଏ ମିଛ କହୁଛନ୍ତି; ଏକଥା କେହି ଠଉରାଇ ପାରୁନାହାନ୍ତି। ଟିକେଟ୍ ଆଶାୟୀଙ୍କ ଠାରୁ ଆରମ୍ଭ କରି କର୍ମୀ ସମସ୍ତେ ବିଗିଡ଼ିବା ଆରମ୍ଭ କଲେଣି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିଲେଣି ଯେ ଉଭୟ ଦଳର କ୍ଷତି ହୋଇପାରେ। ଏଭଳି ଦ୍ବନ୍ଦ୍ବ ଜାରି ରହିଲେ, ଏହାର ପ୍ରଭାବ ନିର୍ବାଚନ ଉପରେ ମଧ୍ୟ ଭୀଷଣ ଭାବେ ପଡ଼ିପାରେ। ଚାରି ଦିନ ହେଲା ନୂଆଦିଲ୍ଲୀରେ ବସିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲଙ୍କ ସହ ଏକାଧିକ ବୈଠକ ସରିଥିଲା। ସମସ୍ତଙ୍କ ଅପେକ୍ଷା ଥିଲାସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକକୁ। ସେ ବ୍ୟସ୍ତ ଥିବାରୁ ତିନି ଦିନ ହେଲା ସମୟ ଦେଇ ପାରୁ ନଥିଲେ। ଆଜି ଦିନବେଳା ଏହି ଆଲୋଚନା ହେବାର ଥିଲେ ମଧ୍ୟ ହୋଇ ପାରି ନଥିଲା। ଶେଷରେ ବିଳମ୍ବିତ ରାତିରେ ଅମିତ ଶାହଙ୍କ ଘରେ ବୈଠକ ହେବ ବୋଲି ଆପାତତଃ ସ୍ଥିର ହୋଇଛି। ତେବେ ରାତି ବୈଠକ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ।

ତୁହାକୁତୁହା ବୈଠକ ବସୁଛି, ଫଳ ଶୂନ୍‌
ଅମିତ ଶାହଙ୍କ ନିଷ୍ପତ୍ତି ଉପରେ ନଜର
ଆଜି ନବୀନ ନିବାସରେ ବିଜେଡିର ବୈଠକ
ଦିଲ୍ଲୀ ନ ଛାଡ଼ିବାକୁ ରାଜ୍ୟ ବିଜେପି ନେତାଙ୍କୁ କୁହାଗଲା

ଆଜି ବିଜେପି ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ମଧ୍ୟ ଓଡ଼ିଶାରେ କୌଣସି ଆସନ ରହିନାହିଁ। ମେଣ୍ଟ ଆଲୋଚନା ଚାଲିଥିବାରୁ ଓଡ଼ିଶା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରୁନି ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ଏପଟେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବା ପାଇଁ ରାଜ୍ୟ ବିଜେପି ନେତାମାନଙ୍କୁ କେନ୍ଦ୍ରୀୟ ନେତାମାନେ କହିଛନ୍ତି। ଆଜି ମଧ୍ୟ ‌ଦିଲ୍ଲୀରେ ରାଜ୍ୟ ବିଜେପି ନେତାମାନେ ମେଣ୍ଟ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ରୋକ୍‌ଠୋକ୍ ମନା କରିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅମିତ ଶାହଙ୍କ ଘରେ ବୈଠକ ହେଲାପରେ ବିଜେପି କେଉଁ କେଉଁ ଆସନରେ ଲଢ଼ିବ, ତାହାର ତାଲିକା ଚୂଡ଼ାନ୍ତ ହେବ। ମେଣ୍ଟ ସମ୍ପର୍କରେ ଏହି ବୈଠକ ହିଁ ହେବ ଶେଷ ବୈଠକ। ଏହାପରେ ବିଜେଡି ନେତାଙ୍କୁ ଦିଲ୍ଲୀ ଡକାଯାଇ ସେଠାରେ ଏକ ବୈଠକ ହେବାର ସମ୍ଭାବନା ରହିଛି। ଏହାପରେ ଦିଲ୍ଳୀରେ ମେଣ୍ଟ ସମ୍ପର୍କରେ ଘୋଷଣା କରିବାକୁ ଯୋଜନା ଚାଲିଛି। ତେବେ ଗୁରୁବାର ଦିନ ‌ଏହାର ସ୍ପଷ୍ଟ ଚିତ୍ର ମିଳିପାରେ। ଏପଟେ ବିଜେଡିର ବରିଷ୍ଠ ନେତାମାନଙ୍କର ଏକ ବୈଠକ ଆସନ୍ତାକାଲି ଅପରାହ୍ଣ ୪.୩୦ରେ ନବୀନ ନିବାସରେ ଡକାଯାଇଛି। ବୈଠକରେ ନିର୍ଦ୍ଦିଷ୍ଟ କେଉଁ ପ୍ରସଙ୍ଗରେ ଆଲୋଚନା ହେବ, ତାହା କୁହାଯାଇ ନାହିଁ। କିନ୍ତୁ ଦିଲ୍ଲୀରେ ଅମିତ ଶାହଙ୍କ ବୈଠକ ଓ ପରେ ଭୁବନେଶ୍ବରରେ ବିଜେଡି ବୈଠକ ଡକାଯାଇଥିବାରୁ ମେଣ୍ଟ ଉପରେ ହିଁ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି।

ଗତ ୬ ତାରିଖରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ବୈଠକ ବସି ମେଣ୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟର ସ୍ବାର୍ଥକୁ ଆଖି ଆଗରେ ପଦକ୍ଷେପ ନେବାକୁ ନେତାମାନେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦେଇଥିଲେ। ସେହିଦିନ ଦିଲ୍ଲୀରେ ମଧ୍ୟରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ନେତାଙ୍କ ବୈଠକ ହୋଇଥିଲା। ଏହାପରେ ୮ ଦିନ ବିତିଗଲାଣି। କିନ୍ତୁ ବିଜେଡି-ବିଜେପି ମେଣ୍ଟ କେବଳ ଚର୍ଚ୍ଚାରେ ହିଁ ରହିଯାଇଛି। ସାମାଜିକ ଗଣମାଧ୍ୟମରେ ଯିଏ ଯେମିତି ପାଉଛନ୍ତି, ଏହି ମେଣ୍ଟର ସ୍ବରୂପକୁ ‌ମନଇଚ୍ଛା ଆକଳନ କରୁଛନ୍ତି। ଏପରିକି କାହା ଭାଗରେ କେଉଁ ଆସନ ପଡ଼ିବ, ତାହାର ତାଲିକା ବି ବୁଲୁଛି। ତେବେ ଉଭୟ ଦଳର ଶୀର୍ଷ ନେତା ପାଟିରେ ତାଲା ପକାଇ ଦେଇଛନ୍ତି। ଚାରି ଦିନ ହେଲା କେହି କିଛି କହୁନାହାନ୍ତି। ଛାମୁଆ ନେତା ଓ କର୍ମୀମାନେ ଦ୍ବନ୍ଦ୍ବରେ ଥିବାରୁ ରାଜନୈତିକ କାର୍ଯ୍ୟକ୍ରମ ବି ଧିମା ପଡ଼ିଯାଇଛି। ସାଧାରଣ ଜନତା ବି ଜାଣିପାରୁ ନାହାନ୍ତି ଏଥର ଲଢ଼େଇ କାହା କାହା ଭିତରେ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।