ରାଜ୍ୟ

କୋଟିଆରେ ୮୦% ମତଦାନ ଲକ୍ଷ୍ୟରେ ଆନ୍ଧ୍ର: ଗୋଟିଏ ଦିନରେ ଦୁଇଟି ପୃଥକ୍‌ କାର୍ଯ୍ୟକ୍ରମ

କୋରାପୁଟ: ନିର୍ବାଚନ ପୂର୍ବରୁ ଆନ୍ଧ୍ର ଅଧିକାରୀଙ୍କୁ ଘାରିଛି ମତଦାନ ହାର ଚିନ୍ତା। ଅତି କମ୍‌ରେ ୮୦ପ୍ରତିଶତ ମତଦାନର ଲକ୍ଷ୍ୟରେ ରହିଛନ୍ତି। ଯଦିଓ ଏହି ଲକ୍ଷ୍ୟ ହାସଲ କରିବା ସହଜ ନୁହେଁ, ତଥାପି ଏବେଠାରୁ ଆରମ୍ଭ କରିଛନ୍ତି କସରତ। ଏଥିପାଇଁ ଆଜି ସୀମା ବିବାଦ ପାଇଁ ଚର୍ଚ୍ଚିତ କୋଟିଆରେ ଅନୁପ୍ରବେଶ କରିଛନ୍ତି। ଫାଟୁସିନେରୀରେ ସଚେତନତା ସଭାର ଆୟୋଜନ କରି ଭୋଟରଙ୍କୁ ପ୍ରଭାବିତ ଏବଂ ପ୍ରଲୋଭିତ କରିଛନ୍ତି। ସେହିପରି ଆଇସିଡିଏସ୍‌ ପକ୍ଷରୁ ମଧ୍ୟ ମହିଳାଙ୍କ ନିମନ୍ତେ କୋଟିଆରେ ପୃଥକ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି।

ଆଗାମୀ ନିର୍ବାଚନରେ ପ୍ରତି ନିର୍ବାଚନ ମଣ୍ଡଳୀରେ ୮୦ପ୍ରତିଶତରୁ ଅଧିକ ମତଦାନ ନିମନ୍ତେ ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି ଆନ୍ଧ୍ର ଅଧିକାରୀ। ତେଣୁ ସାଲୁର ମଣ୍ଡଳର ବରିଷ୍ଠ ଅଧିକାରୀ ଆଜି କୋଟିଆରେ ଡେରା ପକାଇଥିଲେ। ଜିଲ୍ଲା ନିର୍ବାଚନ ନୋଡାଲ ଅଧିକାରୀ ଏ. ରାଜଶେଖର ରେଡ୍ଡିଙ୍କ ନେତୃତ୍ବରେ ସଚେତନତା କାର୍ଯ୍ୟକ୍ରମ କରି ଏଠାକାର ଭୋଟରଙ୍କୁ ଏକାଠି କରାଯାଇଥିଲା। ଏହି ଅଞ୍ଚଳରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ଅଧିକ ରହିଥିବାରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଭୋଟର ଚାପମୁକ୍ତ ପରିବେଶରେ ଅବାଧରେ କିଭଳି ମତଦାନ କରିବେ ସେଥିପାଇଁ ସଚେତନ କରାଯାଇଥିବା ଶ୍ରୀ ରେଡ୍ଡି କହିଥିଲେ। କେବଳ କୋଟିଆ ନୁହେଁ, ସମସ୍ତ ଅଞ୍ଚଳରେ ମତଦାନ ହାର ବୃଦ୍ଧି କରିବାକୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଜିଲ୍ଲାପାଳ ନିଶାନ୍ତ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜଣେ ବି ନାଗରିକ ଯେତିକି ମତଦାନରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଗୁରୁତ୍ବ ଦିଆଯାଉଥିବା ଜଣାଇଥିଲେ।

ଅନ୍ୟପଟେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉନ୍ନୟନ ଅଧିକାରୀ ବି. ସତ୍ୟବତୀ, ଆଇସିଡିଏସ୍‌ ଅଧିକାରୀ ଏ.ବିଜୟଲକ୍ଷ୍ମୀ କୋଟିଆରେ ପୋଷଣ ପଖୱାଡ଼ା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଫାଟୁସିନେରୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଘରୁ ଯେମିତି ଜଣେ ମହିଳା ଏଥିରେ ଯୋଗଦେବେ ତାହାକୁ ନିଶ୍ଚିତ କରିଥିଲେ। ମହିଳାଙ୍କ ଏହି ସମାବେଶରେ ଜଗନ ସରକାରଙ୍କ ସପକ୍ଷରେ ନାରା ଦିଆଯାଇଥିଲା। କୌଣସି କାରଣରୁ ଯଦି କୌଣସି ଘରୁ ମହିଳା ଆସିପାରି ନଥିଲେ ଦୁଇ ଅଧିକାରୀ ସେମାନଙ୍କ ଘରକୁ ଯାଇଥିଲେ। ବିଶେଷ କରି ଗର୍ଭବତୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସୁଖଦୁଃଖ ବୁଝିଥିଲେ। ଗୋଟିଏଦିନରେ ଆନ୍ଧ୍ର ଅଧିକାରୀଙ୍କ ଦୁଇଟି ପୃଥକ କାର୍ଯ୍ୟକ୍ରମ କେବଳ ଭୋଟରଙ୍କୁ କେବଳ ଆନ୍ଧ୍ର ପାଇଁ ଭୋଟ ଦେବାକୁ ପ୍ରବର୍ତ୍ତାଇବା ବୋଲି କୁହାଯାଉଛି। କୋଟିଆରୁ ଯେତେ ଅଧିକ ଭୋଟର ଆନ୍ଧ୍ର ପାଇଁ ଭୋଟ ଦେବେ ସେହି ଆଧାରରେ କୋଟିଆରେ ନିଜ ଅଧିକାର ସାବ୍ୟସ୍ତ କରିବାରେ ସହଜ ହେବ। ଯଦି ଭୋଟର ଆନ୍ଧ୍ର ମୁହାଁ ହୁଅନ୍ତି ତେବେ କୋଟିଆରେ ଓଡ଼ିଶାର ଭୋଟ ହାର କମିବ, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।