ରାଜ୍ୟ

ଲୋକ ଚାହୁଛନ୍ତି, ସୁରବାବୁ ଜଟଣୀରୁ ପ୍ରାର୍ଥୀ ହୁଅନ୍ତୁ : ଶରତ

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ ରାଉତରାୟ ବୟସାଧିକ ପାଇଁ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ବଦଳରେ ସାନପୁଅ ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଛି। ହେଲେ ଏହି ଚର୍ଚ୍ଚା ଭିତରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବୟାନ ଘଟଣାକୁ ଆହୁରି ରୋଚକ କରିଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଜଟଣୀରେ ଯେଉଁ ବିଶାଳ ସମାବେଶ ହୋଇଥିଲା ସେଥିରେ ଲୋକମାନଙ୍କୁ ଏଠାରୁ କିଏ ପ୍ରାର୍ଥୀ ହେବ ବୋଲି ପଚାରିଥିଲି। ‌ଜନସାଧାରଣ ସୁର ବାବୁ ପ୍ରାର୍ଥୀ ହୁଅନ୍ତୁ ବୋଲି କହିଥିଲେ। ଲୋକମାନେ ଯେତେବେଳେ ଚାହୁଁଛନ୍ତି ସେଠାରେ ଅନ୍ୟମାନେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ତାଙ୍କ ପୁଅ ବିଷୟରେ ଏ ପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ। ସବୁ କଂଗ୍ରେସ ନେତା ମିଳିମିଶି ସୁର ବାବୁଙ୍କୁ ନିର୍ବାଚନ ଲଢ଼ିବା ପାଇଁ ରାଜି କରାଇବୁ। ସେହିପରି ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନ ଲଢ଼ିବା ପାଇଁ ମନା କରିଥିଲେ ହେଁ ତାଙ୍କୁ ମଧ୍ୟ ଲଢ଼ିବା ପାଇଁ ମନାଇବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ଓ ରାଜ୍ୟରେ ରାଜନୈତିକ ସମୀକରଣ ବଦଳୁଛି। ବିଜେପି-ବିଜେଡି ଭିତରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ହେଲେ କଂଗ୍ରେସ ଓଡ଼ିଶାରେ ନିଜର ପ୍ରକ୍ରିୟା ଆରମ୍ଭ କରିସାରିଛି। ଅନ୍ୟ ଦଳର ବହୁ ନେତା କଂଗ୍ରେସର ସଂପର୍କରେ ରହିଛନ୍ତି। ବିଜେପି-ବିଜେଡିର କର୍ମୀମାନେ ଏବେ ସେମାନଙ୍କ ବିରୋଧରେ ଯିବାକୁ ଆରମ୍ଭ କଲେଣି। ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ପାଇଁ ଆଉଥରେ ସ୍କ୍ରିନିଂ କମିଟି ବସିବ ଓ ପରେ ତାଲିକା ସିଇସିକୁ ଯିବ। ରାଜ୍ୟରେ ସଂସଦ ପ୍ରାର୍ଥୀ ହେବା ପାଇଁ ବହୁ ଆବେଦନ ଆସିଛି। ଗୋଟିଏ ଗୋଟିଏ ସଂସଦୀୟ କ୍ଷେତ୍ରରୁ ୭-୮ ଆବେଦନ ଆସିଛି। ତେଣୁ ରାଜ୍ୟରେ ୯ରୁ ୯୦ ମିସନ ସଫଳ ହେବ। ରାଜ୍ୟବାସୀଙ୍କ ଆଶୀର୍ବାଦରୁ କଂଗ୍ରେସ ସରକାର ଗଠନ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।