ରାଜ୍ୟ

କାହା ଖାତାକୁ ଯିବ କେନ୍ଦ୍ରାପଡ଼ା ବିଧାନସଭା? ପୌର ପରିଷଦରେ ଆଗରେ ରହିଆସିଛି କଂଗ୍ରେସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଜିଲ୍ଳାର ଏକମାତ୍ର ସ˚ରକ୍ଷିତ ଆସନ। ୨୦୦୦ ଓ ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ସମୟରେ ଏହି ନିର୍ବାଚନମଣ୍ଡଳୀ ବିଜେପି ଭାଗରେ ରହିଥିଲା। ସେଥିରୁ ବିଜେପି ଥରେ ଜିତିଥିବା ବେଳେ ଥରେ ହାରିଛି। କିନ୍ତୁ ମେଣ୍ଟ ଭାଙ୍ଗିବା ସହ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବା ପରେ ୨୦୦୯ରୁ ବିଜେଡି କ୍ରମାଗତ ଭାବେ ଏହି ଆସନରୁ ଜିତି ଆସୁଛି। କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହୁଥିବା ବେଳେ ବିଜେପି ତୃତୀୟ ସ୍ଥାନକୁ ଖସିଛି। କିନ୍ତୁ ରୋଚକ ପ୍ରସଙ୍ଗ ହେଉଛି, ଗତ ତିନିଟିଯାକ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ କ˚ଗ୍ରେସ ବିଜେଡିଠାରୁ ଅଧିକ ଭୋଟ ହାତେଇ ଆସିଛି।

ଗୋଟିଏପଟେ ମେଣ୍ଟ ପରିପ୍ରେକ୍ଷୀରେ ଏହି ଆସନ ବିଜେପି ଭାଗକୁ ଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ କଂ‌ଗ୍ରେସ ଗ୍ରାମାଞ୍ଚଳରେ ବି ନିଜର ସ୍ଥିତି ସୁଧାରି ନିର୍ବାଚନ ମଣ୍ଡଳୀରେ ପରାଜୟର ଧାରା ଭାଙ୍ଗିବାରେ କେତେ ସଫଳ ହେବ, ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହାକୁନେଇ ନେତାଙ୍କଠୁ କର୍ମୀଙ୍କ ଯାଏ ସମସ୍ତେ ଦ୍ବନ୍ଦ୍ବରେ। ଯେହେତୁ ପୁରୁଣା ମେଣ୍ଟ ସମୟରେ କେନ୍ଦ୍ରାପଡ଼ା ଆସନ ବିଜେପିକୁ ଛାଡ଼ି ଦିଆଯାଇଥିଲା, ତେଣୁ ଏଥର ତାହାର ପୁନରାବୃତ୍ତି ହେବା ଅସମ୍ଭବ ବି ନୁହେଁ। ଏହା ହେଲେ ବିଜେଡି-ବିଜେପିର ମିଳିତ ପ୍ରାର୍ଥୀଙ୍କୁ କ˚ଗ୍ରେସ ଏକାକୀ ଟକ୍କର ଦେବା ଭୋଟ ଗଣିତ ଦୃଷ୍ଟିରୁ କଷ୍ଟକର ହେଇପାରେ।
୨୦୧୯ରେ ଉଭୟ ବିଜେଡିର ୬୬୧୩୨ ଏବ˚ ବିଜେପିର ୨୨୮୪୨ଖଣ୍ତ ଭୋଟ୍‌କୁ ମିଶାଇଲେ ସମୁଦାୟ ଭୋଟ ୮୮,୭୭୪ ହେଉଥିବା ବେଳେ କ˚ଗ୍ରେସର ରହୁଛି ୫୯,୫୪୭ଭୋଟ୍‌। ଅର୍ଥାତ୍‌ ୨୯,୪୨୭ଭୋଟ୍‌ ପଛରେ କ˚ଗ୍ରେସ ରହୁଛି। ଏପରିସ୍ଥଳେ କ˚ଗ୍ରେସ ପାଖେ ଗଣେଶ୍ବର ବେହେରାଙ୍କ ଭଳି ଜଣେ ଟାଣୁଆ ଓ ଅଭିଜ୍ଞ ନେତା ଥିବା ବେଳେ ବିଜେପି ପାଖରେ କିନ୍ତୁ ବେଦୁ ବାବୁଙ୍କ ପରେ ଆଉ କେନ୍ଦ୍ରାପଡ଼ାରେ ସେଭଳି ଦକ୍ଷ ନେତା କିମ୍ବା ନେତୃତ୍ବ ଏଯାଏ ବାହାରି ପାରି ନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।