ରାଜ୍ୟ

ଚର୍ଚ୍ଚାରେ କାଲିମେଳାର ଦୁଇ ଭଉଣୀ: ପଣକିଆରେ ଭୋଟରଙ୍କୁ ସଚେତନ

କାଲିମେଳା: ‘ଏଗାର ଏକ ଏଗାର, ମତଦାନ ନାଗରିକର ଶ୍ରେଷ୍ଠ ଅଧିକାର। ଏଗାର ଦୁଇ ଗୁଣେ ବାଇଶି, ଭୋଟ ଦେବାକୁ ଯିବ ସବୁ ମା’ ମାଉସୀ।’ ଗଣିତ ଶିକ୍ଷା ପାଇଁ ବ୍ୟବହାର ହେଉଥିବା ପଣକିଆକୁ ଭୋଟରଙ୍କ ସଚେତନତା ନିମନ୍ତେ ଏମିତି ମାଧ୍ୟମ କରିଛନ୍ତି କାଲିମେଳା ଅଞ୍ଚଳର ଦୁଇ ଭଉଣୀ। ଯାହାର ଅଡିଓ ରାତାରାତି ଭାଇରାଲ୍‌ ହେବାପରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଶୃତି ସୁଲଗ୍ନା ଏବଂ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପ୍ରୀତି ସୁଲଗ୍ନା ଚର୍ଚ୍ଚା ସାଉଁଟିଛନ୍ତି।

ପାଠପଢ଼ା ସହ ସମାଜକୁ ସଚେତନତାର ବାର୍ତ୍ତା ଦେବାକୁ ଦୁଇ ଭଉଣୀ ନୂଆ ପରିକଳ୍ପନା କରିଥିଲେ। ତେଣୁ ପଣକିଆକୁ ଚୟନ କରିଥିଲେ। ଦୁଇ ପଣକିଆ ମାଧ୍ୟମରେ ପ୍ରଥମେ କରୋନାର ଭୟବହତା ଏବଂ ନିରାକରଣର ବାର୍ତ୍ତା ଦେଇଥିଲେ। ଯାହାକୁ ବିଭିନ୍ନ ମହଲରେ ବେଶ୍‌ ପ୍ରଶଂସା କରାଯାଇଥିଲା। ପରବର୍ତ୍ତୀ ସମୟରେ ଭ୍ରୂଣହତ୍ୟା, ଅଂଶୁଘାତ, ସଡ଼କ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ମିଲେଟ ମିସନ୍‌ ଭଳି ସାମାଜିକ ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ୧୦ ପଣକିଆ ପର୍ଯ୍ୟନ୍ତ ସଚେତନ କରିଥିଲେ। ଶ୍ରୁତି ମଧୁର କଣ୍ଠରେ ଗୀତ ଗାଇବା ସହ ଦୁଇ ଭଉଣୀ ପ୍ରତ୍ୟେକ ସଚେତନତା ଭିଡିଓରେ ଅଭିନୟ କରିଛନ୍ତି।

ଆଗକୁ ନିର୍ବାଚନ ରହିଥିବାରୁ ଏଗାର ପଣକିଆ ଦ୍ବାରା ମତଦାନ ସଂପର୍କିତ ସଚେତନତା ଅଡିଓ ରେକର୍ଡିଂ କରିଛନ୍ତି। ଯାହାର ଭିଡିଓ ଆଉ କିଛି ଦିନ ମଧ୍ୟରେ ପ୍ରସ୍ତୁତ ହେବ। ମାଲକାନଗିରି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଏହି ଭିଡିଓ ସୁଟିଂ ହେବ ବୋଲି ଜଣାପଡ଼ିଛି। ପ୍ରତ୍ୟେକ ବର୍ଗଙ୍କ ନିମନ୍ତେ ପଣକିଆ ବୁଝିବାରେ ସହଜ ହୋଇଥିବାରୁ ଏହାକୁ ସଚେତନତା ନିମନ୍ତେ ମାଧ୍ୟମ କରିଥିବା ସୂଚନା ମିଳିଛି। ସେହିପରି ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସଚେତନତାର ଆବଶ୍ୟକତା ରହିଛି। ଯଦି କୌଣସି ବୟସ୍କ ସଚେତନ ନୁହଁନ୍ତି ତେବେ ଘରେ ପାଠ ପଢ଼ୁଥିବା ପିଲା ଏହି ଭିଡିଓ ଦେଖିବା ପରେ ନିଜ ଅଭିଭାବକ ତଥା ଅନ୍ୟ ପରିବାର ସଦସ୍ୟଙ୍କୁ ବି ସଚେତନ କରିପାରିବେ ବୋଲି ଦୁହେଁ କହିଛନ୍ତି। ଦୁର୍ଘଟଣା ରୋକିବା ଏବଂ ଲୋକଙ୍କୁ ସଡ଼କର ନିୟମ ପାଳନ ନେଇ ସଚେତନ କରିବାକୁ ଦୁଇ ଭଉଣୀ ୨୦୨୨ ମସିହାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଏଭଳି ପ୍ରୟାସ ପଛରେ ପିତାମାତା ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଉଭୟ ପିତା କୁରେଶ ଚନ୍ଦ୍ର ସାହୁ ଓ ମା’ ଶୁଭଶ୍ରୀ ସନମ ଦାଶ ସଂଗୀତ ଶିକ୍ଷକ। ତେଣୁ ପଣକିଆକୁ ସଂଗୀତର ରୂପ ଦେବାରେ ବିଶେଷ ସମସ୍ୟା ହୋଇ ନଥିଲା। ଆଗକୁ ମଧ୍ୟ ଏମିତି ପ୍ରୟାସ ଜାରି ରହିବ ବୋଲି ଦୁଇ ଭଉଣୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।