ଅପରାଧ ରାଜ୍ୟ

ସେବା ସମବାୟ ବ୍ୟାଙ୍କରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଚକପଳାସିଆ ସେବା ସମବାୟ ବ୍ୟାଙ୍କରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଛି।

ସୂଚନା ଅନୁସାରେ ଚକପଳାସିଆ ସେବା ସମବାୟ ବ୍ୟାଙ୍କରେ ସୋମବାର-ମଙ୍ଗଳବାର ରାତିରେ ନିଆଁ ଲାଗିଥିଲା। ଏଥିରେ ଚାଷୀଙ୍କର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, କାର୍ଯ୍ୟାଳୟର କାଗଜପତ୍ର ସହିତ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ଜଳି ପୋଡ଼ିଯାଇଛି। ଭୋଗରାଇ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଥିଲା। ଦମ କଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟରେ  ମନ୍ଦ ଉଦ୍ଦେଶ୍ୟ ରଖି କିଛି ଦୁର୍ବୃତ୍ତ ଏହି କାମ କରିଥିବା ମଧ୍ୟ ସ‌ନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁଁ କ’ଣ ସବୁ କ୍ଷୟକ୍ଷତି ହୋଇଛି ଚକପଳାସିଆ ସେବା ସମବାୟ ବ୍ୟାଙ୍କ ପକ୍ଷରୁ ସୂଚନା ମିଳିପାରି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।