ଅପରାଧ ରାଜ୍ୟ

ଚାଷୀଙ୍କୁ ହତ୍ୟା ଅଭିଯୋଗ: ପୁଲିସର ତଦନ୍ତ ଆରମ୍ଭ

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲାରେ ଚାଞ୍ଚଲ୍ୟ। ନର୍ଲା ଥାନା ଭାଟେଲ ଚଞ୍ଚରପଡ଼ା ଗାଁରେ ଜଣେ ବୃଦ୍ଧଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ କୃଷ୍ଣଚନ୍ଦ୍ର ରଣା(୫୫)। ଆଜି ସକାଳେ ଗାଁଦାଣ୍ଡରେ ତାଙ୍କର ମୃଦେହ ପଡ଼ିଥିବା ଦେଖି କୃଷ୍ଣଚନ୍ଦ୍ରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ପୁଅ ଭୀମ ରଣା ପୁଲିସକୁ ଜଣାଇଥିଲେ। ଏହାପରେ ନର୍ଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

କୃଷ୍ଣଚନ୍ଦ୍ରଙ୍କ ଗୋଡ଼ହାତ ଫୁଲିଯାଇଥିବା ଦେଖିବାକୁ ମିଳିଛି। ଗତକାଲି ତାଙ୍କର କିଛି ଲୋକଙ୍କ ସହ ଝଗଡ଼ା ହୋଇଥିବାର ସୂଚନା ରହିଛି। କୃଷ୍ଣଚନ୍ଦ୍ର ଜଣେ ଚାଷୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।