ଦେଶ ବିଦେଶ

ହାତ ମିଳାଇଲେ ଟିଡିପି-ବିଜେପି: ଜନସେନା ବି ସାମିଲ ହେଲା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ଜନସେନା ପାର୍ଟି ସହ ଭାରତୀୟ ଜନତା ପାର୍ଟି (ବିଜେପି)ର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ପୁରୁଣା ସାଥୀମାନଙ୍କୁ ପୁଣି ଏନ୍‌ଡିଏକୁ ଫେରାଇ ଆଣିବା ଚାଲିଥିବା ପ୍ରୟାସ ଭିତରେ ବିଜେପି ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେପି ସହ ଟିଡିପି ଓ ଜନସେନାର ମେଣ୍ଟ ଆଶାତୀତ ସଫଳତା ଆଣିବ। ରାଜ୍ୟରେ ମେଣ୍ଟକୁ ଯେଉଁ ବିପୁଳ ସଫଳତା ମିଳିବ ତାହା କେନ୍ଦ୍ରରେ ଏନ୍‌ଡିଏ ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଆସନ୍ତା ୧୭ ତାରିଖରେ ଟିଡିପି-ବିଜେପି ମିଳିତ ସାମ୍ବାଦିକ ସମ୍ମିଳନୀ ହେବା ଏବଂ ଏଥିରେ ସବୁ ଆସନ ନେଇ ତଥ୍ୟ ଜାରି ହେବ ବୋଲି ଜଣାପଡ଼ିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନାଇଡ଼ୁ ଗଣମାଧ୍ୟମକୁ କହିଛନ୍ତି, ଆନ୍ଧ୍ରପ୍ରଦେଶର ୱାଇଏସ୍‌ଆର୍‌ସିପି ସରକାର ରାଜ୍ୟକୁ ଭୁଲ୍‌ ମାର୍ଗରେ ପରିଚାଳିତ କରିଛି ଏବଂ ରାଜ୍ୟର ସ୍ବାଭାବିକ ବିକାଶ ପ୍ରକ୍ରିୟାକୁ ନଷ୍ଟ କରିଦେଇଛି। ବିଜେପି ଓ ଟିଡିପି ଏକାଠି ହେବା ଦେଶ ଓ ରାଜ୍ୟ ପାଇଁ ଲାଭଜନକ ବୋଲି ସେ କହିଛନ୍ତି। ମେଣ୍ଟ ଘୋଷଣା କରିବା ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଆଗାମୀ ନିର୍ବାଚନ ପାଇଁ ଆସ୍ଥା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଗତକାଲି ଓ ଆଜି ବିଜେପି ଓ ଟିଡିପିର ବରିଷ୍ଠ ନେତାଙ୍କ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପରେ ମେଣ୍ଟ ଚୂଡ଼ାନ୍ତ ହୋଇଥିଲା। ତିନି ଦଳ ମେଣ୍ଟରେ ମୋହର ମାରିବା ସହ ଆସନ ବୁଝାମଣା ନେଇ ସହମତି ପ୍ରକାଶ କରିବା ରାଜ୍ୟ ରାଜନୀତିକୁ ମଧ୍ୟ ଉଷ୍ମ କରିଦେଇଛି। ଆନ୍ଧ୍ରପ୍ରଦେଶରେ ବିଜେପି ଓ ଜନସେନା ୮ଟି ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଲଢ଼ିବେ । ଅନ୍ୟପକ୍ଷରେ ନାଇଡୁଙ୍କ ଟିଡିପି ବାକି ୧୭ଟି ଲୋକସଭା ଓ ୧୪୫ଟି ବିଧାନସଭା ଆସନରେ ଲଢ଼ିବ। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣଙ୍କ ମଧ୍ୟରେ ଆଜି ଆସନ ବୁଝାମଣା ଆଲୋଚନା ସଫଳ ହୋଇଥିବାରୁ ଆନ୍ଧ୍ରରେ ୩ ଦଳର ନେତାମାନେ ଏହାକୁ ଜୋର୍‌ଦାର ସ୍ବାଗତ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ