ରାଜନୀତି ରାଜ୍ୟ

ମେଣ୍ଟ ରାଜନୀତିକୁ ନେଇ ଦ୍ବନ୍ଦ୍ବରେ କାର୍ଯ୍ୟକର୍ତ୍ତା: ଧର୍ମେନ୍ଦ୍ରଙ୍କ ଇସାରାକୁ ଅପେକ୍ଷା

ଅନୁଗୁଳ: ପାଖାପାଖି ମାସେ ହେଲାଣି ନେତାଙ୍କୁ ଫୁରସତ ନ ଥିଲା। ଗାଁ ଗଣ୍ଡା ଘୂରି ବୁଲୁଥିଲେ। କର୍ମୀ, ସମର୍ଥକଙ୍କୁ ଏକାଠି କରି ବଳ ଗୋଟାଉଥିଲେ। ହେଲେ ଏବେ ସବୁ ଠପ୍‌। ମେଣ୍ଟ ଚର୍ଚ୍ଚା ପରଠାରୁ ନେତା ଆଉ ଘରୁ ବାହାରୁନାହାନ୍ତି। ଏହାକୁ ନେଇ କର୍ମୀ ମହଲ‌ରେ ଦ୍ବନ୍ଦ୍ବ। ନିର୍ବାଚନ ପାଖେଇ ଆସିଲାବେଳକୁ ଏମିତି ରାଜନୈତିକ ଅସ୍ଥିରତା ଗାଁ ଗହଳିର କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଭାଙ୍ଗିଦେଲାଣି। ସେମାନେ ଲଢ଼ିବେ କି ନାହିଁ, ଲଢ଼ିଲେ ବି କାହା ସହ ଲଢ଼ିବେ ତାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଅନୁଗୁଳ ଜିଲ୍ଲାରେ ହୋଇଥିବାରୁ ଏଠାରେ ବିଜେପି ସ୍ବାଭାବିକ ଭାବେ ଅଧିକ ଉତ୍ସାହିତ ରହିଥିଲା। ଦେଢ଼ବର୍ଷ ହେଲାଣି କେନ୍ଦ୍ରମନ୍ତ୍ରୀ ମଧ୍ୟ ବାରମ୍ବାର ଅନୁଗୁଳ ଗସ୍ତରେ ଆସି କର୍ମୀଙ୍କ ଉତ୍ସାହ ବଢ଼ାଉଥିଲେ। କେବଳ ଧର୍ମେନ୍ଦ୍ର ନୁହନ୍ତି, ଏକାଧିକ କେନ୍ଦ୍ରମନ୍ତ୍ରୀ ଆସି ବିଜେପି ସଂଗଠନକୁ ମଜଭୁତ କରିବାର ବାଟ ବତାଇଥିଲେ। ଧର୍ମେନ୍ଦ୍ର ଏ ମାଟି ପାଇଁ କ’ଣ କରିଛନ୍ତି ତା’ର ଲମ୍ବା ତାଲିକା ପ୍ରସ୍ତୁତ କରି ବଣ୍ଟା ହୋଇଥିଲା। ଏ ଭିତରେ ବି ଅନୁଗୁଳ ଜିଲ୍ଲାର କେଉଁ ବିଧାନସଭା ଆସନରୁ କିଏ ଲଢ଼ିବ ତାହା ଏକପ୍ରକାର ଚୂଡ଼ାନ୍ତ ହୋଇସାରିଥିଲା। ଏହାକୁ ଆଧାର କରି ନେତାମାନେ ଲୋକଙ୍କୁ ପାଖକୁ ଯାଉଥିଲେ। ଜନ ସଂପର୍କ ବଢ଼ାଇ ଭୋଟ୍‌ ବ୍ୟାଙ୍କକୁ ଦୃଢ଼ କରୁଥିଲେ। କିନ୍ତୁ ମେଣ୍ଟ ଚର୍ଚ୍ଚା ସବୁ ଅଙ୍କ ବିଗାଡ଼ି ଦେଇଛି।

ବିଜେପି ସୂତ୍ର ଅନୁସାରେ ଅନୁଗୁଳ, ପାଳଲହଡ଼ା ଓ ଛେଣ୍ଡିପଦା ଭିତରୁ କୌଣସି ଦୁଇଟି ଆସନ ବିଜେପି ଭାଗରେ ପଡ଼ିପାରେ। ଏଥିନେଇ ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା ହୋଇଛି। କିନ୍ତୁ ନେତାଙ୍କ ଟିକେଟ୍‌ କଟିବା ଆଶଙ୍କାରେ କର୍ମୀଙ୍କ ଉତ୍ସାହ ଥମି ଯାଇଛି। ନେତାଙ୍କ ଶୁଖିଲା ମୁହଁ ଦେଖି କର୍ମୀ ଓ କାର୍ଯ୍ୟକର୍ତ୍ତା ବି ଝାଉଁଳି ଗଲେଣି। ସେମାନେ କାହା ଭରସାରେ ଲଢ଼ିବେ କିଛି ଥଳକୂଳ ପାଉନାହାନ୍ତି। ଏପରିକି ଖୋଲାଖୋଲି ଭାବେ ସେମାନେ ନିଜ ଅସନ୍ତୋଷ ଝାଡ଼ୁଛନ୍ତି। ଯାହା ବିରୋଧରେ ୫ ବର୍ଷ ହେଲା ଲୋକଙ୍କୁ ବୁଝାଉଥିଲୁ, ଏବେ ତାଙ୍କୁ ଭୋଟ୍‌ ଦେବାକୁ କେଉଁ ମୁହଁରେ ଲୋକଙ୍କୁ କହିବୁ ବୋଲି ପ୍ରଶ୍ନ କରୁଛନ୍ତି। ଗାଁ, ଗଣ୍ଡାରେ ବିଜେଡି-ବିଜେପି କର୍ମୀଙ୍କ ଭିତରେ ବିବାଦ ଲାଗି ରହିଥିଲାବେଳେ ଏବେ କେମିତି ସାଙ୍ଗ ହୋଇ ପ୍ରଚାର କରିବେ, ତା’କୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଏଥିନେଇ ନେତାଙ୍କଠାରୁ ଆରମ୍ଭ କରି କର୍ମୀ ଓ କାର୍ଯ୍ୟକର୍ତ୍ତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଧାନଙ୍କ ଇସାରାକୁ ଅପେକ୍ଷା କରି ରହିଛନ୍ତି। ହେଲେ ଦୁଇଦିନ ହେଲା ସେ କୌଣସି ସଙ୍କେତ ଦେଉ ନଥିବାରୁ ସ୍ବାଭାବିକ ଭାବେ କର୍ମୀ ଧର୍ଯ୍ୟହରା ହେଉଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡି ଓ ବିଜେପି ସଂପର୍କ ଅତି ତିକ୍ତ ହୋଇଥିଲା। ଏପରିକି ବିଜେଡିକୁ ହରାଇବା ପାଇଁ ଅଧିକାଂଶ ସ୍ଥାନରେ ବିଜେପି ଓ କଂଗ୍ରେସ ଅଘୋ‌ଷିତ ମେଣ୍ଟ କରିଥିଲେ। ଏଥିରେ ବିଜେପିକୁ ସଫଳତା ମଧ୍ୟ ମିଳିଥିଲା। ଅଧିକାଂଶ ସ୍ଥାନରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ହରାଇବାରେ ସେମାନେ ସଫଳ ହୋଇଥିଲେ। ଏବେ କିନ୍ତୁ ସେହି ବିଜେଡି ସହ ମିଶି କଂଗ୍ରେସ ବିରୋଧରେ ଲଢ଼ିବା ଏତେ ସହଜ ହେବନି ବୋଲି କାର୍ଯ୍ୟକର୍ତ୍ତାମନେ କରୁଛନ୍ତି। ବିଜେପିର ଜଣେ ଯୁବନେତା କହିଛନ୍ତି ଯେ ମେଣ୍ଟ ହେଲେ ତାଙ୍କ ପରି ଅନେକ ଯୁବନେତାଙ୍କ କ୍ୟାରିୟର ଶେଷ ହୋଇଯିବ। ଯାହାକୁ ବିରୋଧ କରି ରାଜନୀତିକୁ ଓହ୍ଲାଇଥିଲେ, ଏବେ ତାଙ୍କ ସପକ୍ଷରେ କହିବା କଷ୍ଟକର ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର