ରାଜ୍ୟ ସ୍ପେଶାଲ ରିପୋର୍ଟ

ମେଣ୍ଟ ଚର୍ଚ୍ଚା ଯୋଗୁ ଆଶଙ୍କାରେ କର୍ମୀ: କାହା ଭାଗରେ ପଡ଼ିବ ନବରଙ୍ଗପୁର ବିଧାନସଭା ଆସନ?

ନବରଙ୍ଗପୁର: ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଆଶାୟୀଙ୍କ ହୃତ୍‌ସ୍ପନ୍ଦନକୁ ବଢ଼ାଇ ଦେଇଛି। ଯଦି ମେଣ୍ଟ ହୁଏ ନବରଙ୍ଗପୁର ବିଧାନସଭା କ୍ଷେତ୍ର କାହା ଭାଗରେ ପଡ଼ିବ ସେ ନେଇ ଦ୍ବନ୍ଦ୍ବ ମଧ୍ୟ ଦେଖାଦେଇଛି। ୨୦୦୯ ପୂର୍ବରୁ ନବରଙ୍ଗପୁର ଲୋକସଭା ଆସନ ମେଣ୍ଟ ସହମତିରେ ବିଜେପି ଭାଗରେ ପଡ଼ିଥିଲା। ସାଂସଦ ଭାବେ ପର୍ଶୁରାମ ମାଝୀ ଦୁଇ ଥର ଲଢ଼ି ବିଜୟୀ ହୋଇଥିଲେ। ତେଣୁ ଏଥର ମେଣ୍ଟ ହେଲେ ବିଜେପି ଖାତାକୁ ଏହି ସଂସଦୀୟ କ୍ଷେତ୍ର ଯାଇପାରେ ବୋଲି ଅନୁମାନ କରାଯାଉଛି। ଯାହା ବିଜେଡିର ୨ ଆଶାୟୀ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ସାଂସଦ ରମେଶ ମାଝୀଙ୍କ ସମର୍ଥକଙ୍କୁ ନିରାଶ କରିବ ବୋଲି କୁହାଯାଉଛି। ଯଦି ମେଣ୍ଟ ଧର୍ମ ପାଳନ ପୂର୍ବକ ବିଜେପିର ସାଂସଦ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ, ତେବେ ଝରିଗାଁ ବିଧାନସଭା ଆସନରୁ ରମେଶ ମାଝୀ ଲଢ଼ିବାକୁ ସୁଯୋଗ ପାଇବାର ସମ୍ଭାବନା ଅଧିକ। କିନ୍ତୁ ଏମିତି ସ୍ଥିତିରେ ପ୍ରଦୀପ କେଉଁ ଆସନରେ ଲଢ଼ିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ଅନ୍ୟପକ୍ଷରେ ଉମରକୋଟ ବିଧାନସଭା ଆସନ ବିଜେପି ଓ ନବରଙ୍ଗପୁର ବିଧାନସଭା ଆସନ ବିଜେଡି ଖାତାକୁ ଯାଇପାରେ ବୋଲି କୁହାଯାଉଛି। ଏମିତି ହେଲେ ଉମରକୋଟର ପୂର୍ବତନ ବିଜେଡି ବିଧାୟକ ସୁବାସ ଗଣ୍ଡ ଓ ଗତଥର ନବରଙ୍ଗପୁରରୁ ଲଢ଼ିଥିବା ବିଜେପି ପ୍ରାର୍ଥୀ ଗୌରୀଶଙ୍କର ମାଝୀଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ ବୋଲି ପ୍ରଶ୍ନ ଉଠିଛି। କର୍ମୀ ମହଲରେ ଚର୍ଚ୍ଚା ଚାଲିଛି, ମେଣ୍ଟ ହେଲେ କାଳେ ନବରଙ୍ଗପୁର ବିଧାନସଭା ଆସନରୁ ଲଢ଼ିବା ପାଇଁ ପ୍ରଦୀପ ମାଝୀ ଦାବିଦାର ହୋଇପାରନ୍ତି। ଏମିତି ଗୋଳମାଳିଆ ସ୍ଥିତି ଉଭୟ ବିଜେପି ଏବଂ ବିଜେଡି କର୍ମୀ ତଥା ନେତାଙ୍କ ଚିନ୍ତାକୁ ବଢ଼ାଇଛି। ଭୁବନେଶ୍ବର ତଥା ଦିଲ୍ଲୀରୁ କେତେବେଳେ କ’ଣ ଖବର ଆସିବ ସେଥିପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।