ଦେଶ ବିଦେଶ

ନିଜାର ହତ୍ୟା ଭିଡିଓ ସାମ୍ନାକୁ ଆସିଲା: ଭାରତ ବିରୋଧୀ ଷଡ଼୍‌ଯନ୍ତ୍ରର ପର୍ଦ୍ଦାଫାସ ହେବ

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାର ୯ ମାସ ପରେ ଏହି ଘଟଣାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ୨୦୨୦ରେ ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ନିଜାରକୁ ୨୦୨୩ ଜୁନ୍ ୧୮ ତାରିଖ ସନ୍ଧ୍ୟାରେ ବ୍ରିଟିସ କଲମ୍ବିଆର ସରେସ୍ଥିତ ଏକ ଗୁରୁଦ୍ୱାରା ବାହାରେ ଅଜରା ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ। ସିବିସି ନ୍ୟୁଜ୍ ଏହି ଭିଡିଓକୁ ସିବିସି ନେଟ୍‌ୱାର୍କରେ ପ୍ରସାରିତ କାନାଡାର ଏକ ଅନୁସନ୍ଧାନମୂଳକ ଡକ୍ୟୁମେଣ୍ଟାରୀ ସିରିଜ୍ ‘ଦ ଫିଫ୍ଥ ଇଷ୍ଟେଟ୍’ରୁ ହାସଲ କରିଛି। ଏହି ଫୁଟେଜକୁ ଏକାଧିକ ସୂତ୍ରରୁ ଯାଞ୍ଚ କରାଯାଇଛି ବୋଲି ସିବିସି ନ୍ୟୁଜ୍ ରିପୋର୍ଟ କରିଛି। କାନାଡ଼ା ସରକାର ନିଜାର ହତ୍ୟା ପାଇଁ ଭାରତକୁ ଦାୟୀ କରି ଆସିଥିବା ବେଳେ ଏବେ ସାମ୍ନାକୁ ଆସିଥିବା ଫୁଟେଜ ଆଧାରରେ ତଦନ୍ତ ହେଲେ ଭାରତ ବିରୋଧରେ ଚାଲିଥିବା ଷଡ଼୍‌ଯନ୍ତ୍ରର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ନିଜାର ତା’ର ଧୂସର ରଙ୍ଗର ଡ ପିକ୍‌ଅପ୍ ଟ୍ରକ୍‌ରେ ଗୁରୁଦ୍ୱାରାର ପାର୍କିଂ ସ୍ଥଳରୁ ବାହାରୁଥିବା ବେଳେ ନିକଟବର୍ତ୍ତୀ ରାସ୍ତାରେ ଏକ ଧଳା ସେଡାନ୍ ଚଳାଚଳ କରୁଛି। ସେ ବାହାର ଗେଟ୍‌ ଆଡ଼କୁ ଆସିବା ମାତ୍ରେ କାର୍‌ଟି ନିଜାର ସାମ୍ନାକୁ ଆସି ତା’ ଟ୍ରକ୍‌କୁ ଅଟକାଇଥିଲା। ଏହାପରେ ଦୁଇଜଣ ବ୍ୟକ୍ତି ଟ୍ରକ୍ ଉପରକୁ ଚଢ଼ି ନିଜାରକୁ ଗୁଳି କରି ଏକ ଧଳା ଟୋୟୋଟା କାମ୍ରିରେ ଫେରାର ହୋଇଯାଇଥିଲେ। ଏହି ଘଟଣା ଘଟିବା ସମୟରେ ନିକଟସ୍ଥ ଏକ ପଡ଼ିଆରେ ଫୁଟ୍‌ବଲ୍ ଖେଳୁଥିବା ଦୁଇଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେମାନେ ସେହି ସ୍ଥାନକୁ ଦୌଡ଼ି ଆସି ଆକ୍ରମଣକାରୀଙ୍କୁ ପିଛା କରିବାକୁ ଚେଷ୍ଟା କରିଥିଲେ। ଅନ୍ୟତମ ସାକ୍ଷୀ ଭୂପିନ୍ଦର ସିଂହ ସିଦ୍ଧୁ କହିଛନ୍ତି ଯେ ସେ ତାଙ୍କ ବନ୍ଧୁ ମଲକିତ ସିଂହଙ୍କୁ ସଶସ୍ତ୍ର ଲୋକଙ୍କୁ ପିଛା କରିବାକୁ କହିଥିଲେ।

ନିଜେ ନିଜାରର ଅବସ୍ଥା ବୁଝିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ନିଜାର ସମ୍ପୂର୍ଣ୍ଣ ଅଚେତ ହୋଇପଡ଼ିଥିଲା ଓ ତା’ର ନିଃଶ୍ୱାସପ୍ରଶ୍ବାସ ଚାଲୁ ନ ଥିଲା।
ସିବିସି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ରୟାଲ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ (ଆର୍‌ସିଏମ୍‌ପି) ଏପର୍ଯ୍ୟନ୍ତ ନିଜାର ହତ୍ୟାକାଣ୍ଡରେ କୌଣସି ସନ୍ଦିଗ୍ଧଙ୍କ ନାମ ଘୋଷଣା କରିନାହିଁ କିମ୍ବା କାହାକୁ ଗିରଫ କରିନାହିଁ। ହରଦୀପ ସିଂହ ନିଜାର ହତ୍ୟା ଘଟଣାରେ ଭାରତ ସଂପୃକ୍ତ ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗତ ବର୍ଷ ସେପ୍ଟେମ୍ବରରେ ଅଭିଯୋଗ କରିବା ପରେ ଭାରତ ଓ କାନାଡା ମଧ୍ୟରେ ବ୍ୟାପକ କୂଟନୈତିକ ବିବାଦ ସୃଷ୍ଟି ହୋଇଥିଲା। କାନାଡା ମାଟିରେ ନିଜାରକୁ ହତ୍ୟା କରିବାରେ ଭାରତ ସରକାରଙ୍କ ଏଜେଣ୍ଟମାନେ ସମ୍ପୃକ୍ତ ଥିବା ଟ୍ରୁଡୋ ଦାବି କରିଛନ୍ତି। ତେବେ ଭାରତ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଅଯଥା ଓ ଉଦ୍ଦେଶ୍ୟମୂଳକ ବୋଲି କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ