ଧର୍ମ

ମାଆ ଲକ୍ଷ୍ମୀ ଆସିବା ପୂର୍ବରୁ ଦିଅନ୍ତି ସଂକେତ, ଆପଣଙ୍କ ଘରକୁ ସୌଭାଗ୍ୟ ଆସୁଛି ବୋଲି ଜାଣିବେ କେମିତି

ପ୍ରତ୍ୟେକ ମଣିଷ ଚାହେଁ, ଦୈନଦିନ ଜୀବନରେ ଖର୍ଚ୍ଚ କମ ହେଉ ଓ ଆୟ ଅଧିକ ହେଉ। ହିନ୍ଦୁ ଧର୍ମ ଅନୁସାରେ ଘରେ ମାଆ ଲକ୍ଷ୍ମୀଙ୍କ ଆଗମନ ହେବା ଶୁଭ ପ୍ରତୀକ ହୋଇଥାଏ। ଘରେ ମାଆ ଲକ୍ଷ୍ମୀ ବାସ କଲେ ଆର୍ଥିକ ସ୍ଥିତି ଭଲ ରହିବା ସହ ଘରର ମାହୋଲ ମଦ୍ୟ ରହେ। ତେବେ କେଉଁ କାମ ଶୁଭ ହୋଇଥାଏ ଜାଣନ୍ତୁ।
୧- କୌଣସି କାର୍ଯ୍ୟରେ ଯିବା ସମୟରେ ଛୋଟ ଝିଅମାନଙ୍କୁ ଦେଖି ଗଲେ ଶୁଭ ହୋଇଥାଏ। ସେହି କାର୍ଯ୍ୟରେ ସଫଳତା ମିଳେ ବୋଲି କୁହାଯାଏ। କାରଣ ଛୋଟ କନ୍ୟାମାନେ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାନ୍ତି। ଶିଶୁ କନ୍ୟାଙ୍କୁ ଦେଖିବା ମାଆ ଲକ୍ଷ୍ମୀଙ୍କୁ ଦେଖିବା ସହ ସମାନ।

୨- ଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ କ୍ଷୀରବିକାଳିଙ୍କୁ ରାସ୍ତାରେ ଦେଖିବା ଖୁବ ଶୁଭ ହୋଇଥାଏ। ସକାଳ ଓ ସନ୍ଧ୍ୟା ସମୟରେ କ୍ଷୀରବିକାଳିଙ୍କୁ ଦେଖି କାର୍ଯ୍ୟରେ ଗଲେ ଭଲ ବୋଲି କୁହାଯାଏ। ଘର ବାହାରେ ଏମାନଙ୍କୁ ଦେଖିଲେ ଘରେ ମାଆ ଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି କୁହାଯାଏ।

୩- ବିଲେଇ ରାସ୍ତା କାଟିଲେ ଏହା ଅଶୁଭ ବୋଲି କୁହାଯାଏ। ହେଲେ ବିଲେଇ ଘର ଦୁଆରରେ ରହି ଶବ୍ଦ କଲେ ଏହା ଶୁଭ ବୋଲି ବିଶ୍ବାସ ରହିଛି ଯାହା ଅଧିକାଂଶ ଲୋକେ ଜାଣିନଥାନ୍ତି। ବିଲେଇଙ୍କୁ କ୍ଷୀର ଓ ରୁଟି ଖାଇବାକୁ ଦେଲେ ଏହା ଶୁଭ ହୋଇଥାଏ। କାରଣ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହା ଘରେ ମାଆ ଲକ୍ଷ୍ମୀଙ୍କ ପ୍ରବେଶ କରିବାର ସଂକେତ ହୋଇଥାଏ।

୪- ଘରର ପ୍ରବେଶ ଦ୍ବାରରେ ସବୁବେଳେ ଝୋଟି ପକାଇଲେ ମଧ୍ୟ ଘରେ ମାଆ ଲକ୍ଷ୍ମୀ ଆଗମନ କରନ୍ତି। ଏହା ସହ ଘର ପରିସ୍କାର ରଖି ସଜାଇଲେ ଲକ୍ଷ୍ମୀ ମାଆ ପ୍ରସନ୍ନ ହୁଅନ୍ତି। ଫଳରେ ପରିବାରରେ ସୁଖ,ସମୃଦ୍ଧି, ଶାନ୍ତିର ମାହୋଲ ରହେ।

୫- ଘର ଅଗଣାରେ ତୁଳସୀ ମାଆଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ଓ ଲାଭଦାୟକ ହୋଇଥାଏ। ତୁଳସୀ ଗଛ କେବଳ ଘରର ଶୋଭା ବଢ଼ାଇନଥାଏ, ବରଂ ଏହା ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିଥାଏ। ଏହା ବ୍ୟତୀତ ଘରଲୋକଙ୍କ ମଧ୍ୟରେ ହେଉଥିବା ଝଗଡ଼ା,ମତାନ୍ତର ଏବଂ ଶତ୍ରୃତା ଦୂର ହୋଇ ଯାଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ