ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୋର୍ଦ୍ଧାରେ ଖଣି ଅପରାଧ ସାଂଘାତିକ: ୨୦୦ଖଣି ମୁକୁଳା, ୨୦କୋଟି ଲୁଟ୍‌

ଖୋର୍ଦ୍ଧା: ଗଲା ଜାନୁଆରି ମାସ ୧୪ତାରିଖରେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କୁ ସଂଘବଦ୍ଧ ଆକ୍ରମଣ କରାଗଲା। ମାଡ଼ ମାରି ଏମିତି ଲହୁଲୁହାଣ କରାଗଲା ଯେ, ମାଇନିଂ ଅଫିସର ଶ୍ରୀ ବେହେରା ସିଧା ଯାଇ ମେଡିକାଲ୍‌ରେ ଭର୍ତ୍ତି ହେଲେ। ଘଟଣାକୁ ଇତିମଧ୍ୟରେ ପ୍ରାୟ ଦେଢ଼ ମାସ ବିତିଗଲାଣି। କିନ୍ତୁ, ଆକ୍ରମଣର ମୁଖ୍ୟ ଅଭିଯୁକ୍ତମାନେ ଏଯାବତ୍‌ ଗିରଫ ହେଲେ ନାହିଁ। ଏତେ ବଡ଼ ଘଟଣାରେ ପୁଲିସ ମାତ୍ର ଦୁଇ ଜଣଙ୍କୁ ଗିରଫ କରି ନିଜ କାମ ସାରି ଦେଇଥିବା ବେଳେ ଜିଲ୍ଲାର ଖଣି ମାଫିଆଙ୍କୁ ଏହା ଭାରି ସୁହାଇଛି। ସରକାରୀ ଅଫିସରଙ୍କୁ ମାଡ଼ ମାରିଲେ ବି ପୁଲିସ୍‌ର ନିରମପନ୍ଥା ମାଫିଆଙ୍କୁ ଖଣି ଅଧିକାରୀଙ୍କ ଉପରେ ଅଧିକରୁ ଅଧିକ ଆକ୍ରମଣ କରିବାକୁ କେବଳ ପ୍ରୋତ୍ସାହିତ କରିନାହିଁ, ବରଂ ଚୋରା ଖଣି ଉପରେ ଚଢ଼ଉ କରିବାକୁ ବି ଖୋର୍ଦ୍ଧାର ଖଣି ଅଧିକାରୀଙ୍କୁ ବି ଭୟଭୀତ କରାଇଲାଣି। ପ୍ରଥମତଃ ଚଢ଼ଉ କରିବା ପାଇଁ ଖୋର୍ଦ୍ଧା ଖଣି ଉପ-ନିର୍ଦ୍ଦେଶକ କାର୍ଯ୍ୟାଳୟରେ ଆବଶ୍ୟକ ଅଫିସର ନାହାନ୍ତି। ସାଥୀରେ ପୁଲିସ୍‌ର ସହଯୋଗ ବି ଏମିତି। ଏଭଳି ସ୍ଥିତିରେ ଜିଲ୍ଲାରେ ଚାଲିଥିବା ପ୍ରାୟ ୨୦୦ରୁ ଅଧିକ ଚୋରା ଖଣି ଉପରେ ଅଙ୍କୁଶ କିଏ ଲଗାଇବ? ଜିଲ୍ଲାରେ ଚାଲିଥିବା ଖଣିଜ ସମ୍ପଦ ଲୁଟ୍‌ପାଟ୍‌କୁ କିଏ ଅଟକାଇବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଜିଲ୍ଲାରେ ଯଦି ଖଣି ଅପରାଧ ପରିସଂଖ୍ୟାନ ନିଆଯାଏ, ତାହା ଅତି ସାଙ୍ଘାତିକ। ୨୦୨୩ ମସିହାରେ ଖୋର୍ଦ୍ଧା ଆଦର୍ଶ ଥାନାଠୁ ସଦର, ଜଙ୍କିଆ, ବାଘମାରି, ବେଗୁନିଆ, ବୋଲଗଡ଼ ଏବଂ ଶିଳ୍ପାଞ୍ଚଳ ଆଦି ଏହି ସାତ ଗୋଟି ଥାନା ୩୪୦ଗୋଟି ମାଇନିଂ ମାମଲା ରୁଜୁ କରିଛି। ଯେଉଁଥିରେ ୨୮୭ଟି ଗାଡି ଜବତ ହୋଇଥିବା ବେଳେ ୯ଟା ଜେସିବି ୬୨ଟା ପାୱାର ଟ୍ରିଲର ବି ଜବତ ହୋଇଥିଲା। ଚୋରା ଖଣି ମାମଲାରେ ପୁଲିସ ୨୩୨ ଅଭିଯୁକ୍ତଙ୍କୁ ଗିରଫ ବି କରି ସାରିଲାଣି। ଇଏ ହେଉଛି, ଖୋର୍ଦ୍ଧା ଜିଲ୍ଲାର ତିନିଗୋଟି ବ୍ଲକ ଅଧୀନସ୍ଥ ସାତ ଗୋଟି ଥାନା ଅପରାଧର ଚିତ୍ର। ପୂରା ଜିଲ୍ଲାର ଚିତ୍ର ତନଖିଲେ, ଜିଲ୍ଲାରେ ଖଣି ଅପରାଧର ଆହୁରି ଅଧିକ ହେବ। ପୁଲିସ ଚଢ଼ଉ ବାଦ୍‌ ଖଣି ବିଭାଗର ଚଢ଼ଉ ଅଲଗା ଅଛି। ଏଥିରୁ ଜିଲ୍ଲାରେ ଖଣି ଅପରାଧିକ ସାମ୍ରାଜ୍ୟ କେତେ ବିସ୍ତାରିତ ତାହା ଅନୁମାନ କରି ହେଉଛି।

ଏ ଅପରାଧରେ ସବୁଠାରୁ ବେଶି ରାଜସ୍ବ ହରାଉଛନ୍ତି ସରକାର। ସୂଚନା ମୁତାବକ, ମାଙ୍କଡ଼ା ପଥର ହେଉ ଅବା ପଥର କୁଆଁରି, ବାଲି କିମ୍ବା ମୋରମ। ଯେତେ ଛୋଟରୁ ଛୋଟ ଖଣି ହେଲେ ବି ସରକାର ଗୋଟିଏ ଖଣିରୁ ବର୍ଷକୁ ଅନ୍ୟୁନ ୧୦ଲକ୍ଷ ଟଙ୍କାର ରାଜସ୍ବ ପାଉଛନ୍ତି। ଜିଲ୍ଲାରେ ବର୍ତ୍ତମାନ ମାତ୍ର ୨୭ଟି ଖଣି ନିଲାମକୁ ଯାଇଛି। ଆହୁରି ପ୍ରାୟ ଦୁଇ ଶହରୁ ଅଧିକ ଖଣିରୁ ବେଧଡ଼କ ଲୁଟ୍‌ପାଟ୍‌ ଚାଲିଛି। ଗୋଟିଏ ଖଣିରୁ ଅନ୍ୟୁନ ୧୦ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହିସାବ କଲେ, ଜିଲ୍ଲାର ହାତ ଗଣତି ଖଣି ମାଫିଆ ବର୍ଷକୁ ପ୍ରାୟ କୋଡିଏ କୋଟି ଟଙ୍କା ଲୁଟୁଛନ୍ତି ବୋଲି ଖଣି ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏ ଲୁଟ୍‌ପାଟ୍‌ ପଛରେ ରାଜନୈତିକ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ପ୍ରଭାବଶାଳୀ ବ୍ୟକ୍ତିତ୍ବ ବି ଅଛନ୍ତି। ଏ ଅପରାଧ ଉପରେ ଅଙ୍କୁଶ ଲଗାଇବାକୁ ହେଲେ ସରକାରୀସ୍ତରରେ ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।