ରାଜ୍ୟ ସ୍ପେଶାଲ ରିପୋର୍ଟ

କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନାହିଁ ଓଡ଼ିଶା: ବିଜେଡି-ବିଜେପି ମେଣ୍ଟକୁ ଆଖେଇଛି ଦଳ

ଭୁବନେଶ୍ବର: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଆଜି ୩୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଏଥିରେ ଛତିଶଗଡ଼, କର୍ଣ୍ଣାଟକ, କେରଳ, ଲକ୍ଷ୍ୟଦ୍ବୀପ, ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ତେଲେଙ୍ଗାନା ଓ ତ୍ରିପୁରା ରହିଛି। ମାତ୍ର ଓଡ଼ିଶାର ଗୋଟିଏ ବି ଆସନ ନାହିଁ। ଯଦିଓ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ ବୋଲି କଂଗ୍ରେସ କହିଥିଲା, ମାତ୍ର ଓଡ଼ିଶାରେ ବଦଳୁଥିବା ରାଜନୈତିକ ପାଣିପାଗ ଉପରେ କଂଗ୍ରେସର ନଜର ରହିଛି। ତେଣୁ ତରବରିଆ ଭାବେ ପ୍ରାର୍ଥୀ ତାଲିକା ଘୋଷଣା ନ କରି ୱେଟ୍‌ ଏଣ୍ଡ ୱାଚ୍ ନୀତି ଆପଣାଇଛି କଂଗ୍ରେସ।

ରାଜ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଯଦି ମେଣ୍ଟ ଘୋଷଣା ହୁଏ ତାହାଲେ ଓଡ଼ିଶାରେ ଏକମାତ୍ର ବିକଳ୍ପ ଦଳ ହେବ କଂଗ୍ରେସ। ବିଜେପି ଓ ବିଜେଡିର ଅସନ୍ତୁଷ୍ଟମାନଙ୍କୁ କ‌ଂଗ୍ରେସ ନିଜ ଦଳରେ ସାମିଲ କରି ସେମାନଙ୍କୁ ଟିକେଟ୍‌ ଦେବାକୁ ଯୋଜନା ଚଳାଇଛି। ଏହାସହ ଯେଉଁ କଂଗ୍ରେସ ନେତା ଅନ୍ୟ ଦଳକୁ ଯିବା ପାଇଁ ଏକପ୍ରକାର ନିଷ୍ପତ୍ତି ନେଇ ସାରି‌ଥିଲେ ସେମାନଙ୍କ ବାଟ ମଧ୍ୟ ବନ୍ଦ ହୋଇଯିବ। ତେଣୁ ଏସବୁକୁ ନେଇ ରାଜ୍ୟ କଂଗ୍ରେସ ମହଲ ବେଶ୍‌ ଉତ୍ସାହିତ। ଆସନ୍ତାକାଲି ସଂଧ୍ୟାରେ ନୂଆଦିଲ୍ଲୀରେ କଂଗ୍ରେସର ଦ୍ବିତୀୟ ସ୍କ୍ରିନିଂ କମିଟି ବୈଠକ ବସୁଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ ଲୋକସଭା ଓ ୬୦ଟି ବିଧାନସଭା ଆସନ ପାଇଁ ଆଲୋଚନା କରାଯାଇ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ସୁପାରିସ କରାଯିବ। ଆସନ୍ତା ୧୫ ତାରିଖ ବେଳକୁ ଓଡ଼ିଶାର ପ୍ରାର୍ଥୀ ତାଲିକା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। କଂ‌ଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେଉଁସବୁ ସ୍ଥାନରେ ଲୋକସଭା ଆସନରେ ଗତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି କିମ୍ବା ଦ୍ବିତୀୟ ସ୍ଥାନରେ ରହିଥିଲା ସେସବୁ ଆସନକୁ ଆଗୁଆ ଘୋଷଣା କରାଯିବ।

ସେହିପରି ବିଧାନସଭାରେ ୩୦ହଜାରରୁ ଅଧିକ ଭୋଟ୍‌ ପାଇଥିବା ପ୍ରାର୍ଥୀମାନଙ୍କୁ ଦଳ ଅଗ୍ରାଧିକାର ଦେଇଛି। ସେହିପରି ଗତ କିଛିମାସ ପୂର୍ବରୁ କଂଗ୍ରେସ ଦଳର ହୋଇଥିବା ଏକ ବୈଠକରେ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ୪୦ଜଣ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବା ପାଇଁ ଏକପ୍ରକାର ନିଶ୍ଚିତ କରିଥିଲା। ସେମାନଙ୍କୁ ଭୁବନେଶ୍ବର ଆସିବାକୁ ମନା କରାଯିବା ସହ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି। ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ହେଲେ ମଧ୍ୟ ଏସବୁ ଆସନରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି କଂଗ୍ରେସର ଗୋଟିଏ ମହଲ ଦାବି କରିଛନ୍ତି। ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି କହିଛନ୍ତି, ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳୁଛି। ରାଜ୍ୟର ଅନ୍ୟ ଦଳର ବହୁ ନେତା ଏବେ କଂଗ୍ରେସର ସଂପର୍କରେ ଅଛନ୍ତି। ଆସନ୍ତାକାଲି ଏଆଇସିସିର ସ୍କ୍ରିନିଂ କମିଟି ବୈଠକ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।