ଦେଶ ବିଦେଶ

ଜାପାନରୁ ଆସିବ ୬ ବୁଲେଟ୍‌ ଟ୍ରେନ୍: ଚଳିତ ମାସ ଶେଷ ସୁଦ୍ଧା ଡିଲ୍‌

ନୂଆଦିଲ୍ଲୀ: ସରକାର ଜାପାନରୁ ୬ଟି ବୁଲେଟ୍‌ ଟ୍ରେନ୍ ଆଣିବେ। ଚଳିତ ମାସ ଶେଷ ସୁଦ୍ଧା ଏଥିପାଇଁ ଡିଲ୍ ଚୂଡ଼ାନ୍ତ ହେବା ଆଶା କରାଯାଉଛି। ଯେଉଁ ଦ୍ରୁତ ଗତିରେ କାମ ଚାଳିଛି ସେହି ଅନୁସାରେ ୨୦୨୬ ଜୁନ୍-ଜୁଲାଇ ସୁଦ୍ଧା ପ୍ରଥମ ବୁଲେଟ୍‌ ଟ୍ରେନ୍ ଚାଲିବ ବୋଲି ରେଳବାଇ ଆଶାବାଦୀ ରହିଛି। ଅହମ୍ମଦାବାଦରୁ ମୁମ୍ବାଇ ମଧ୍ୟରେ ୫୦୮ ‌କିଲୋମିଟରର ବୁଲେଟ୍‌ ଟ୍ରେନ୍ କରିଡର ନିର୍ମାଣ କରାଯାଉଛି। ସୀମିତ ରହଣୀ ବିଶିଷ୍ଟ ଟ୍ରେନ୍‌ଟି ମୁମ୍ବାଇରୁ ଅହମ୍ମଦାବାଦ ଦୁଇ ଘଣ୍ଟା‌‌ରେ ପହଞ୍ଚିବ। ‌ଅନ୍ୟ ପ୍ରକାରର ବୁଲେଟ୍‌ ଟ୍ରେନ୍ ସେହି ଦୂରତା ଅତିକ୍ରମ କରିବା ଲାଗି ୪୫ ମିନିଟ୍ ଅଧିକ ସମୟ ନେବ।

ଚଳିତ ବର୍ଷ ଜାନୁଆରି ସୁଦ୍ଧା ପ୍ରକଳ୍ପର ୪୦ ପ୍ରତିଶତ କାମ ଶେଷ ହୋଇଛି। ଗୁଜରାଟ ଭାଗରେ ୪୮.୩ ପ୍ରତିଶତ କାମ ହୋଇଥିବା ବେଳେ ମହାରାଷ୍ଟ୍ର ପଟେ ୨୨.୫ ପ୍ରତିଶତ କାମ ହୋଇଛି। ଗତ ଏକ ବର୍ଷ ଭିତରେ ନଦୀ ଉପରେ ଛଅଟି ପୋଲ ତିଆରି କାମ ‌ଶେଷ ହୋଇଛି। ଗୁଜରାଟର ୨୦ଟି ପୋଲ ମଧ୍ୟରୁ ସାତଟିର କାମ ଶେଷ ହୋଇଛି। ମହାରାଷ୍ଟ୍ରରେ ମଧ୍ୟ ପ୍ରକଳ୍ପକୁ ନେଇ ବିଶେଷ ଅଗ୍ରଗତି ଦେଖିବାକୁ ମିଳିଛି। ଚଳିତ ମାସ ଶେଷ ସୁଦ୍ଧା ଜମି ହସ୍ତାନ୍ତର କରିବା ଲାଗି ମହାରାଷ୍ଟ୍ର ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି। ଏହି ପ୍ରକଳ୍ପକୁ ବୈଧାନିକ ଅନୁମତି ମିଳିସାରିଛି। ପୂର୍ବରୁ ଯେଉଁ ସମୟ ଅପଚୟ ହୋଇଛି ତାହାକୁ କିଭଳି ଭରଣା କରାଯିବ ସେଉପରେ ଏବେ ଅଧିକ ଧ୍ୟାନ ଦିଆଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ