ରାଜ୍ୟ ସ୍ପେଶାଲ ରିପୋର୍ଟ

ଘୁମୁସର ଉଦୟଗିରିରେ ଜଳକଷ୍ଟ: ଜଳସେଚନ ବିଭାଗର ଅବହେଳା ଯୋଗୁଁ ଜନସାଧାରଣ ହେଉଛନ୍ତି ହନ୍ତସନ୍ତ

ଘୁମୁସର ଉଦୟଗିରି: ରାଜ୍ୟ ସରକାରଙ୍କ ଦ୍ଵାରା ଘୁ ଉଦୟଗିରିବାସୀଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟୟରେ ସିର୍କୀ ଘାଇ ଠାରୁ ପାଣି ଆଣି ବ୍ଲକ ନିକଟ ଚନ୍ଦନ ସାହିରେ ଓଭର ହେଡ ଟ୍ୟାଙ୍କ ସହିତ ଫିଲଟର ଓ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ମାର୍ଚ୍ଚ ଆରମ୍ଭରୁ ଘୁ ଉଦୟଗିରିବାସୀଙ୍କ ନିମନ୍ତେ ଜଳ କଷ୍ଟ ଆରମ୍ଭ ହେଲାଣି । ଦୀର୍ଘ ୫ ଦିନ ହେବ ପାଣି ଟୋପାଏ ପାଇଁ ଡହଳ ବିକଳ ହେଲେଣି ସହରବାସୀ।

ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗ ଅଧୀନରେ ସୀର୍କୀ ଘାଇରେ ଜଳ ଉଠାଣ ବ୍ୟବସ୍ଥା ହୋଇଛି। ଯେଉଁ ସ୍ଥାନରୁ ଜଳ ଉଠା ଯିବ ସେହି ସ୍ଥାନକୁ ଆଉ ପାଣି ଯାଉ ନାହି କାରଣ ଘାଇର ପାଣି ଶୁଖି ଗଲାଣି। ସେପଟେ ଘାଇରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ କେନାଲରେ ଜଳ ନିଷ୍କାସନ କରିବା ନିମନ୍ତେ ଯେଉଁ ଗେଟ୍ ତିଆରି ହୋଇଛି ସେହି ଗେଟ୍‌ର ଚାବି ଭାଙ୍ଗି ଯାଇଛି, ଯାହାକି ସେହି ଗେଟ୍ ବର୍ତ୍ତମାନ ଅଚଳ ଅବସ୍ଥାରେ ରହିଛି। ସେହି ଗେଟ୍ ଦ୍ବାରା ପ୍ରବଳ ମାତ୍ରାରେ ଜଳ ବାହାରକୁ ଯାଇ ନଷ୍ଟ ହେଉଛି।ଦାୟୀତ୍ୱରେ ଥିବା ବିଭାଗୀୟ ଅଧିକାରୀ ଉକ୍ତ ବିଷୟ ପ୍ରତି ଧ୍ୟାନ ଦେଉନାହାନ୍ତି ମରାମତି ପାଇଁ, ଯନ୍ତ୍ରୀ,କିମ୍ବା ସହକାରି ଯନ୍ତ୍ରୀ ସେହି କାର୍ଯ୍ୟ ମରାମତି କରିବା ପାଇଁ ତତ୍ପରତା ଦେଖାଉ ନାହାନ୍ତି ଯାହା ଫଳରେ ଆଜି ଘାଇରେ ଅକାରଣରେ ପାଣି ଯାଉଛି ଓ ନଷ୍ଟ ହେଉଛି।

ସେପଟେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ  କହିଛନ୍ତି ଚାଷୀମାନେ ଜମିରେ ଚାଷ ନିମନ୍ତେ ପାଣିର ଆବଶ୍ୟକତା ଥିବା ଯୋଗୁଁ ଚାଷୀଙ୍କୁ କେନାଲ ଗେଟ୍‌ର ଚାବି ଦିଆଯାଇଛି ସେମାନେ ପାଣି ଛାଡୁଛନ୍ତି ବୋଲି କହି ନିଜ ଉପରୁ ଦୋଷ ଛଡ଼େଇ ଦେଇଛନ୍ତି ଓ ଯଥା ଶୀଘ୍ର କାମ କରାଯିବ ବୋଲି କହିବା ସହିତ ଚେଷ୍ଟା କରୁଛୁ ବୋଲି କହିଛନ୍ତି। ସେତେବେଳ ପର୍ଯ୍ୟନ୍ତ ସହରବାସୀ କେଉଁ ସ୍ଥାନର ପାଣି ବ୍ୟବହାର କରିବେ ଓ କଣ କରିବେ ବୋଲି ପ୍ରଶ୍ନ ଉଠିଲାଣି।

ଅନ୍ୟପକ୍ଷରେ ଘାଇର ତଳ ଅଂଶରେ କୌଣସି ସ୍ଥାନରେ ଚାଷ କରାଯାଉନାହିଁ, ଯେଉଁ ସ୍ଥାନରେ ଚାଷ ହେଇଛି ସେହି ଜମିକୁ ଅନ୍ୟ ସ୍ଥାନରୁ ପାଣି ଆସୁଛି। ଏପଟେ ସିର୍କୀ ଡେମର ପାଣି ଅବସ୍ଥା ଦେଖି ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗର ଅଧିକାରୀ ଅନେକ ଥର କ୍ଷୁଦ୍ର ଜଳ ସେଚନ ବିଭାଗୀୟ ଅଧିକାରୀଙ୍କୁ ଜଳ ନିଷ୍କାସନ ହେଉଥିବା ସ୍ଥାନର ଚାବି ମରାମତି କରିବା ସହିତ ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇ ପାରୁ ନାହିଁ । ସେପଟେ ଘୁ ଉଦୟଗିରି ଅଞ୍ଚଳବାସୀ ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହାର ସମାଧାନ କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।