ରାଜନୀତି ରାଜ୍ୟ

ଆଠଗଡ଼ରେ ବିଜେଡିରୁ ରାଜାଙ୍କ ପୁଅ!

କଟକ: ବିଜେଡି ଟିକେଟରେ ୨୦୨୪ ନିର୍ବାଚନ କିଏ ଲଢ଼ି‌େବ ଆଠଗଡ଼ରୁ। ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା) ନା ତାଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ବାଇଁ? ଆଠଗଡ଼ରୁ ୭ ଥର ବିଧାୟକ ଜିତି ସାରିଥିବା ରାଜା ଯଦି ନିଜ ପୁଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କୁ ବାଟ ଛାଡ଼ି ଦିଅନ୍ତି, ତେବେ ରାଜନୀତିରେ ତାଙ୍କର ଭୂମିକା କ’ଣ ହେବ? ଏ ପ୍ରସଙ୍ଗ ‌ଏବେ ଆଠଗଡ଼ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ୨୦୧୪ ନିର୍ବାଚନ ପରଠାରୁ ଆଦିତ୍ୟଙ୍କୁ ଆଠଗଡ଼ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଜୀବନବିନ୍ଦୁ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଦଳୀୟ କାର୍ଯ୍ୟକ୍ରମ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଜଡ଼ିତ ରହିଆସୁଛନ୍ତି। ସେ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଯୁବ ସଭାପତି, ଆରତୀ ଷ୍ଟିଲ୍‌ ଅାଣ୍ଡ ପାୱାର ଶ୍ରମିକ, ମଜଦୁର ସଂଘ ତଥା ଆଠଗଡ଼ରେ ଗଢ଼ିଉଠିଥିବା ବିଭିନ୍ନ ଶ୍ରମିକ ଓ ଠିକା ମଜଦୁର ସଂଘର ବି ସଭାପତି ରହିଛନ୍ତି। ବିଭିନ୍ନ ସଙ୍ଗଠନ ଓ ଯୁବବର୍ଗଙ୍କ ସହିତ ସଂପୃକ୍ତ ରହି ନିର୍ବାଚନମଣ୍ଡଳୀରେ ଜନସଂପର୍କ ବୃଦ୍ଧି ପାଇଁ ଉଦ୍ୟମ ଚଳାଇଛନ୍ତି। କିନ୍ତୁ, ରାଜାଙ୍କ ସ୍ଥାନରେ ଆଦିତ୍ୟଙ୍କୁ ସ୍ଥାନୀୟ ବିଜେଡି ନେତା ଓ କର୍ମୀ କିଭଳି ଢଙ୍ଗରେ ଗ୍ରହଣ କରିବେ, ତାହାକୁ ନେଇ ବି କିଛିଟା ଦ୍ବନ୍ଦ୍ବ ରହୁଛି। ରାଜା ବି ପୁଅଙ୍କ ପାଇଁ ଆସନ ଛାଡି ଅନ୍ୟ କେଉଁ ସ୍ଥାନରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିବେ, ତାହାକୁ ନେଇ ବି ସ୍ପଷ୍ଟ ହୋଇନାହିଁ। ଦଳ ଉଭୟ ବାପ-ପୁଅଙ୍କୁ ବିଭିନ୍ନ କ୍ଷେତ୍ରରେ ସୁଯୋଗଦେବା ସମ୍ଭାବନା କମ୍ ରହିଥିବାରୁ ଏଠାରୁ ରାଜାଙ୍କ ପୁଅ ଆଦିତ୍ୟ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଆଠଗଡ଼ରେ ବିଜେଡିରୁ ରାଜା ଓ ତାଙ୍କ ପୁଅ ଆଦିତ୍ବଙ୍କୁ ବାଦ ଦେଲେ ଆଉ କୌଣସି ତୃତୀୟ ନାମ ଚର୍ଚ୍ଚାରେ ନାହିଁ। ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର