ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଶଙ୍ଖ ଧରିବେ ବିଜୟଙ୍କ ପୁଅ ଅରବିନ୍ଦ!

କେନ୍ଦ୍ରାପଡ଼ା: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ନବୀନ ନିବାସରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହେବାକୁ ଯାଉଛନ୍ତି। ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଶଙ୍ଖ ଧରିବେ। ଏଥିପାଇଁ ସମସ୍ତ ଆଲୋଚନା ଶେଷ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ନେତା, ବିଧାୟକ ଏବ˚ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଦିନ ପ୍ରାୟ ୧୧ଟା ବେଳେ ହେବାକୁ ଥିବା ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହିବାକୁ କୁହାଯାଇଛି। ବିଜେଡିରେ ମିଶିବା ପରେ ଦଳୀୟ ନେତାଙ୍କ ସହିତ ଅରବିନ୍ଦ ଶଙ୍ଖ ଭବନ ଯାଇ ସାମ୍ବାଦିକ ସମ୍ମିଳନୀରେ ଦଳରେ ସାମିଲ୍‌ ହେବା ସଂପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜୟ ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ। ପୁଅ ଅରବିନ୍ଦଙ୍କୁ ଗଲା ପ୍ରାୟ ଦୁଇ ବର୍ଷ ହେବ ପାଟକୁରା ନିର୍ବାଚନ ମଣ୍ତଳୀରେ ସକ୍ରିୟ ଭାବେ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଥିଲା। ଗଣମାଧୢମ ଆଗରେ ମଧୢ ସେ ଏକାଧିକବାର ଆଗକୁ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଥିଲେ ବି କେଉଁ ଦଳରୁ ପ୍ରଶ୍ନ ହେଲେ ଅପେକ୍ଷା କରିବାକୁ କହୁଥିଲେ। ସେବେଠୁ ଅରବିନ୍ଦ ବିଜେଡିରେ ସାମିଲ୍‌ ହେବାନେଇ ଚର୍ଚ୍ଚା ହେଉଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।