ଦେଶ ବିଦେଶ

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ୫ ମୃତ, ୪ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟାଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦.୩୦ଟା ବେଳେ ଏପରି ଅଘଟଣା ଘଟିଥିବା ସୂଚନା ରହିଛି।

ଲକ୍ଷ୍ନୌର କାକୋରି ଅଞ୍ଚଳରେ ଥିବା କଂସାବାସନ କାରିଗରଙ୍କ ଘରେ ଏହି ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ବିସ୍ଫୋରଣରେ ଗୁରୁତର ହୋଇଥିବା ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, କାକୋରିରେ ଏକ ଘରେ ସର୍ଟ ସର୍କିଟ ଯୋଗୁଁ ଦୁଇଟି ସିଲିଣ୍ଡର ବିସ୍ଫୋରଣ ହୋଇ ମୋଟ ନଅ ଜଣ ଆହତ ହୋଇଥିଲେ। ଏହା ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ପିଲା ମଧ୍ୟ ଅଛନ୍ତି। ସେପଟେ ବାକି ଚାରି ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ବିସ୍ଫୋରଣରେ କାରିଗର ମୁଶିର ଅଲ୍ଲୀ, ତାଙ୍କ ପତ୍ନୀ ହୁସ୍ନା ବାନୋ, ନାବାଳକ ଝିଆରୀ ହୁମା, ହିବା ଓ ଝିଆରୀ ରାଇୟାଙ୍କ ମୃତ୍ୟୁ ଘଟିଥିବା ବେଳେ ମୁଶିରଙ୍କ ଦୁଇ ଝିଅ, ଜଣେ ଝିଆରୀ ଓ ଭିଣୋଇ ଅଜମତ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୀଷଣ ଥିଲାଯେ ପୂରା ଘର ଭୁଶୁଡ଼ି ନିଆଁ ଲାଗିଯାଇଥିଲା।

ଘରର ଅନ୍ୟ ସଦସ୍ୟଙ୍କ କହିବା ଅନୁଯାୟୀ, ପ୍ରଥମେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା, ପରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ମଙ୍ଗଳବାର ମୃତ ମୁଶିରଙ୍କ ବିବାହ ବାର୍ଷିକୀ ଥିଲା ବୋଲି ମଧ୍ୟ ସୂଚନା ମିଳିଛି। ଯେଉଁଥିରେ ଭିଣୋଇଙ୍କ ପରିବାର ମଧ୍ୟ ସାମିଲ ହେବାକୁ ଆସିଥିଲେ। ଦୁର୍ଘଟଣା ଖବର ପାଇ ପୁଲିସ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ