ଦେଶ ବିଦେଶ

ଭାରତୀୟ ସେନା ହଟାଇବାକୁ ଜିଦ୍‌: ଚୀନ୍-ମାଳଦ୍ବୀପ ନୂଆ ଚୁକ୍ତି, ମାଗଣା ସୈନ୍ୟ ସହାୟତା ମିଳିବ

ମାଲେ: ମାଳଦ୍ବୀପ ଓ ଚୀନ୍‌ ମଧ୍ୟରେ ଏକ ନୂଆ ଚୁକ୍ତି ସ୍ବାକ୍ଷରିତ ହୋଇଛି, ଯାହା ଆଧାରରେ ଚୀନ୍‌ ଏଣିକି ମାଳଦ୍ବୀପକୁ ମାଗଣା ସୈନ୍ୟ ସହାୟତା ଯୋଗାଇଦେବ। ଏହି ଚୁକ୍ତି ପରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ତାଙ୍କର ଭାରତ ବିରୋଧୀ ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି। ମେ ୧୦ ତାରିଖ ସୁଦ୍ଧା ମାଳଦ୍ବୀରେ କୌଣସି ଭାରତୀୟ ସୈନିକ ରହିବେ ନାହିଁ ବୋଲି ସେ କହିଛନ୍ତି। ଏପରିକି ସାଧାରଣ ସେବା ଯୋଗାଇବା ପାଇଁ ମଧ୍ୟ ସେନାର କୌଣସି କର୍ମଚାରୀ ଉପସ୍ଥିତ ରହିପାରିବେ ନାହିଁ ବୋଲି ମୁଇଜ୍ଜୁ ଆଜି ଘୋଷଣା କରିବା ବିସ୍ମୟ ସୃଷ୍ଟି କରିଛି । କେବଳ ୟୁନିଫର୍ମ ବଦଳାଇ ସାଦା ପୋଷାକରେ ସୈନ୍ୟ ମୁତୟନକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ମୁଇଜ୍ଜୁଙ୍କ ଏଭଳି ଆଭିମୁଖ୍ୟ ମାଳଦ୍ବୀପ-ଭାରତ ତିକ୍ତତାକୁ ଆହୁରି ବଢ଼ାଇବ ବୋଲି କୁହାଯାଉଛି । ମାଳଦ୍ୱୀପ ଦ୍ୱୀପପୁଞ୍ଜରୁ ଭାରତୀୟ ସୈନ୍ୟଙ୍କ ପ୍ରଥମ ଗୋଷ୍ଠୀକୁ ପ୍ରତ୍ୟାହାର କରିବା ପାଇଁ ମାଳଦ୍ୱୀପ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମାର୍ଚ୍ଚ ୧୦ ତାରିଖ ସମୟ ସୀମା ପାଖେଇ ଆସୁଥିବା ବେଳେ ରାଷ୍ଟ୍ରପତି ମୁଇଜ୍ଜୁ ଚୀନ୍‌ର ଇଙ୍ଗିତରେ ଏଭଳି ବୟାନ ଦେଇଥିବା କୂଟନୈତିକ ମହଲରେ ଆଲୋଚନା ହୋଇଛି ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୂର୍ବରୁ କହିଥିଲା ଯେ ମାଳଦ୍ୱୀପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଥିବା ସାମରିକ କର୍ମଚାରୀଙ୍କ ସ୍ଥାନରେ ଦକ୍ଷ ଭାରତୀୟ ବୈଷୟିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ତେବେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଯେଉଁ ନୂଆ ସର୍ତ୍ତ ରଖିଛନ୍ତି ତାହା ଭାରତ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବ। ଅନ୍ୟପକ୍ଷରେ ଭାରତୀୟ ଯବାନଙ୍କ ସଂଖ୍ୟା ମାଳଦ୍ବୀପରେ ୧୦୦ ମଧ୍ୟ ନଥିବା ବେଳେ ସେମାନଙ୍କୁ ଦ୍ୱୀପପୁଞ୍ଜ ଛାଡିବାକୁ ମୁଇଜ୍ଜୁଙ୍କ ଜିଦ୍‌ ବିଶ୍ବବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ମାଳଦ୍ବୀପରେ ଯେଭଳି ଭାରତର ୧ ହଜାରରୁ ଅଧିକ ସୈନିକ ଅଛନ୍ତି, ସେଭଳି ଧାରଣା ସୃଷ୍ଟି କରିବାକୁ ଉଦ୍ୟମ ହେବା ସହ ଭାରତ ବଳପୂର୍ବକ ସେଠାରେ ରହିବାକୁ ଚାହୁଥିବା ନେଇ ଅପପ୍ରଚାର ହେଉଛି। ଏହା ପଛରେ ଚୀନ୍‌ ଓ ମୁଇଜ୍ଜୁ ସରକାରର ମିଳିତ ଷଡ଼ଯନ୍ତ୍ର ରହିଥିବା ପଦାରେ ପଡ଼ିଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ମୁଇଜ୍ଜୁଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଯେ ଦାଦାଗିରି ଦେଖାଉଥିବା ରାଷ୍ଟ୍ରମାନେ ଅନ୍ୟ ରାଷ୍ଟ୍ରକୁ ବିପଦରୁ ଉଦ୍ଧାର କରିବା ପାଇଁ ୪.୫ ବିଲିୟନ ଡଲାର ସହାୟତା ଦେଇନଥାନ୍ତି। ଭାରତ ସର୍ବଦା ପଡ଼ୋଶୀଙ୍କ ହିତରେ କାମ କରିଆସୁଥିଲେ ମଧ୍ୟ କିଛି ଲୋକ ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଆଜି ଚୀନ୍ ସହ ମାଳଦ୍ବୀପ ଦୁଇଟି ସାମରିକ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ, କିନ୍ତୁ ଏକ ଚୁକ୍ତିର ସର୍ତ୍ତାବଳୀ ଅନୁଯାୟୀ ଚୀନ୍ ମାଳଦ୍ୱୀପକୁ ବିନା ମୂଲ୍ୟରେ ସାମରିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ଅନ୍ୟପକ୍ଷରେ ମାଳଦ୍ବୀପର ଏଭଳି ଆଭିମୁଖ୍ୟର ମୁକାବିଲା ପାଇଁ ଭାରତ ଲକ୍ଷଦ୍ୱୀପର ଦକ୍ଷିଣତମ ଦ୍ୱୀପ ମିନିକୋଏରେ ନୂତନ ନୌସେନା ଘାଟି ଖୋଲିବାକୁ ଘୋଷଣା କରିଛି। ମାର୍ଚ୍ଚ ୬ରୁ ଖୋଲିବାକୁ ଥିବା ଏହି ନୂଆ ବେସ୍ ଏକ ସ୍ବାଧୀନ ନୌସେନା ୟୁନିଟ୍ ଭାବେ କାର୍ଯ୍ୟ କରିବ। ଏହା ମାଳଦ୍ୱୀପଠାରୁ ମାତ୍ର ୧୩୦ କିଲୋମିଟର ଦୂରରେ ଅବସ୍ଥିତ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ