ଦେଶ ବିଦେଶ

କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନିହତ: ଇସ୍ରାଏଲରେ ଭାରତୀୟଙ୍କ ପାଇଁ ସୁରକ୍ଷା ନିର୍ଦ୍ଦେଶାବଳି

ଜେରୁଜେଲମ୍: ଇସ୍ରାଏଲର ଉତ୍ତର ସୀମାନ୍ତ ମାର୍ଗାଲିଓଟ୍ ନିକଟସ୍ଥ ଏକ ବଗିଚାରେ ଲେବାନନରୁ ନିକ୍ଷେପ କରାଯାଇଥିବା ଆଣ୍ଟି-ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସମସ୍ତ ତିନି ଜଣ ଦକ୍ଷିଣ ରାଜ୍ୟ କେରଳର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସୋମବାର ଦିନ ପ୍ରାୟ ୧୧ଟା ସମୟରେ ଇସ୍ରାଏଲର ଉତ୍ତରରେ ଥିବା ଗାଲିଲି ଅଞ୍ଚଳରେ ଏହି କ୍ଷେପଣାସ୍ତ୍ର ପଡ଼ିଥିଲା। ଏହି ଆକ୍ରମଣରେ କେରଳର କୋଲାମର ପଟନିବିନ ମ୍ୟାକ୍ସୱେଲଙ୍କ ମୃତ୍ୟୁ ଘଟିଥିଲା। ଜିବ୍ ହସ୍ପିଟାଲରେ ତାଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଏଥିରେ ବୁଶ ଜୋସେଫ୍ ଜର୍ଜ ଓ ପଲ୍ ମେଲଭିନ୍ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏହି ଘଟଣାପରେ ଭାରତ ସରକାର ଇସ୍ରାଏଲରେ ଥିବା ଭାରତୀୟଙ୍କ ପାଇଁ ସୁରକ୍ଷା ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିବା ଓ ଦୁଇ ଜଣ ଆହତ ହେବା ନେଇ ଇସ୍ରାଏଲ ଗଭୀର ଦୁଃଖ ପ୍ରକାଶ କରିଛି। ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଯାଉଛି ଏବଂ ପୀଡ଼ିତ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ଇସ୍ରାଏଲ ଘୋଷଣା କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ