ରାଜ୍ୟ ସ୍ପେଶାଲ ରିପୋର୍ଟ

ଉର୍ଦ୍ଦୁ ଶିକ୍ଷକଙ୍କ ଦରମା ବଢ଼ିଲା

ଭୁବନେଶ୍ବର: ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ, ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଉର୍ଦ୍ଦୁ ଶିକ୍ଷକମାନେ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ତାହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଘୋଷଣା କରିଛନ୍ତି। ରାଜ୍ୟର ବିଭିନ୍ନ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ଉର୍ଦ୍ଦୁ ବିଷୟକୁ ପ୍ରାଥମିକ ଭାଷା ଭାବେ ଗ୍ରହଣ କରୁଥିବା ୧୦ରୁ ଅଧିକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଉର୍ଦ୍ଦୁ ଶିକ୍ଷକ ଓ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ନିଯୁକ୍ତ କରିଛନ୍ତି। ପୂର୍ବରୁ ସେମାନଙ୍କୁ ମାସିକ ୭,୪୦୦ ଟଙ୍କା ପାରିଶ୍ରମିକ ବାବଦରେ ଦିଆଯାଉଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ସେମାନେ ମାସିକ ୧୫ ହଜାର ଟଙ୍କା ପାଇବେ। ଏହି ନିଷ୍ପତ୍ତି ଦ୍ବାରା ୪୪ଜଣ ଉର୍ଦ୍ଦୁ ଶିକ୍ଷକ, ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୪୦ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ଉପକୃତ ହେବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।