ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେଡି-କଂଗ୍ରେସ ‘ପଟ୍ଟା’ ଟକ୍କର୍‌

ବଲାଙ୍ଗୀର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି-କଂଗ୍ରେସ ମଧ୍ୟରେ ଟକ୍କର୍‌ ଏବଂ ତିକ୍ତତା ସେତିକି ବଢୁଛି। ସୋମବାର ‘ପଟ୍ଟା’ ପ୍ରସଙ୍ଗ ନେଇ ଉଭୟ ଦଳ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି। ସହରର ଭୂମିହୀନଙ୍କୁ ସରକାର ତୁରନ୍ତ ଜମି ପଟ୍ଟା ଦେବାଦାବିରେ ଜିଲ୍ଲାପାଳଙ୍କ କାର୍ଯାଳୟ ଆଗରେ ଆଜି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ବିଧାୟକ ନରସିଂହ ମିଶ୍ର ଓ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଭୂମିହୀନ ଧାରଣା ଦେବାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ଭୂମିହୀନ ଲୋକେ ବାଧ୍ୟହୋଇ ସରକାରୀ ଜାଗାରେ ଘର କରି ବଞ୍ଚିଛନ୍ତି। ଭୂମିହୀନଙ୍କୁ ଥଇଥାନ ନ କରି କେହି ହଟାଇ ପାରିବେ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ତେଣୁ  ଭୂମିହୀନଙ୍କୁ ସେମାନେ ରହୁଥିବା ଜାଗାରେ ହିଁ ଜମି ପଟ୍ଟା ଦିଆଯାଉ ବୋଲି ସମରେନ୍ଦ୍ର ଦାବି କରିଥିଲେ। ଏଥିସହିତ, ୭୦୦ ଏକର ସିଲିଂ ଜମି ତଞ୍ଚକତା କରି କୋଟି କୋଟି ଟଙ୍କାରେ ବିକ୍ରି କରୁଥିବା ନେତାମାନଙ୍କ ସାହସ ଥିଲେ ସେହି ଜମିକୁ ଭୂମିହୀନଙ୍କୁ ପ୍ରଦାନ କରନ୍ତୁ ବୋଲି ରାଜପରିବାରକୁ ସେ କଟାକ୍ଷ କରିଥିଲେ। ଶୀଘ୍ର  ପଟ୍ଟା ପ୍ରଦାନ ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନ ନେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଦଳ ଚେତାବନୀ ଦେଇଥିଲେ। ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆନ୍ଦୋଳନରେ ବହୁ ବାସହୀନ ପରିବାର ଯୋଗଦେଇଥିଲେ।

ଦମ୍‌ ଅଛି ତ ସିଲିଂ ଜମି ଭୂମିହୀନଙ୍କୁ ଦିଅ: କଂଗ୍ରେସ
ଭୋଟ୍‌ ପାଇଁ ନୂଆ ନାଟକ: ବିଜେଡି

ଅନ୍ୟପକ୍ଷରେ, ଏକ ସାମ୍ବାଦିକ ସମ୍ମିଳନୀ ଡାକି କଂଗ୍ରେସକୁ କଡ଼ା ଜବାବ ଦେଇଥିଲା ବିଜେଡି। ଭୋଟ୍‌ ପାଇଁ ବିଧାୟକ ପଟ୍ଟା ନାଟକ ରଚୁଛନ୍ତି ବୋଲି ଦଳ ଅଭିଯୋଗ କରିଥିଲ। ଗତ ୧୦ ବର୍ଷ ହେଲା ବିଧାୟକ ଶ୍ରୀ ମିଶ୍ର କଂଗ୍ରେସ ଲୋକଙ୍କୁ ନେଇ ଯେଉଁ ଆନ୍ଦୋଳନ କରି ବିଜେଡି ପ୍ରତି ଆକ୍ଷେପ କରିଛନ୍ତି, ତାହା ସଂପୂର୍ଣ୍ଣ ମିଥ୍ୟା ଓ ବିଧାୟକଙ୍କ ଏହା ଦୋମୁହାଁ ନୀତିର ପ୍ରତିଫଳନ। ବିଧାୟକ ଶ୍ରୀ ମିଶ୍ର ଉନ୍ନୟନ ପ୍ରକଳ୍ପ ନାମରେ ସହରର ବିଭିନ୍ନ ସ୍ଥାନରେ ଗରିବଙ୍କ ଘର ଭଙ୍ଗାଇଛନ୍ତି। ବ୍ରାହ୍ମଣପଡ଼ା ଓ ଅନ୍ୟାନ୍ୟ ସ୍ଥାନରେ ନିର୍ବାଚିତ ପୌରପାଳିକା ନଥିବା ସମୟରେ ପ୍ରଶାସନକୁ ଚାପଗ୍ରସ୍ତ କରି ଘର ଭଙ୍ଗାଇଥିଲେ। ବାରମ୍ବାର ବିଧାନସଭାରେ ପ୍ରଶ୍ନ,  ସରକାରଙ୍କୁ ଚାପଗ୍ରସ୍ତ କଲା ପରେ ମଧ୍ୟ ତାଙ୍କ ଉଦ୍ଦେଶ୍ୟ ସାଧିତ ହେଲାନାହିଁ। ଶେଷରେ ବିଫଳ ହୋଇ ସେ ନିଜର ମନ୍ତବ୍ୟ ବଦଳାଉଥିବା ଅଭି‌ଯୋଗ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଆହୁରି ମଧ୍ୟ ଯେଉଁ ଇନ୍ଦିରାନଗରକୁ ସେ ଭଙ୍ଗାଇବାକୁ ଚେଷ୍ଟା କରୁଥିଲେ ତା’ର ସୁରକ୍ଷା ପାଇଁ କଳିକେଶ ନାରାୟଣ ସିଂହଦେଓ, ଅର୍କେଶ ନାରାୟଣ ସିଂହଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ ସମସ୍ତ ବିଜେଡି କାଉନସିଲର ସବୁବେଳେ ଲୋକଙ୍କ ସହିତ ଥିଲେ ବୋଲି ମତ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ମାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ପ୍ରଦ୍ୟୁତ ମିଶ୍ର, ଜିଲ୍ଲା କାର୍ଯକାରୀ ସଭାପତି ଅଶୋକ ମହାନ୍ତି, ପୌରଧ୍ୟକ୍ଷl ଲିକl ସାହୁ, ପୌର ଉପାଧ୍ୟକ୍ଷl ଗାୟତ୍ରୀ ଭୋଇ, ନଗର ସଭାପତି ଶମ୍ଭୁ ନାଗ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।