ଦେଶ ବିଦେଶ

ଏନ୍‌ଡିଏ ସରକାର ବିରୋଧରେ ଗର୍ଜିଲେ ରାହୁଲ: ପାକିସ୍ତାନ ତୁଳନାରେ ଭାରତରେ ଦୁଇଗୁଣ ବେକାରୀ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁଲ୍‌ ଆର୍ଥିକ ନୀତି ଯୋଗୁଁ ଦେଶରେ ବେକାରୀ ସମସ୍ୟା ଭୟାନକ ସ୍ଥିତିରେ ଅଛି ଏବଂ ଏହା ପାକିସ୍ତାନ ତୁଳନାରେ ଦୁଇଗୁଣ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟପ୍ରଦେଶରେ ଏକ ରୢାଲିରେ କହିଛନ୍ତି। ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରିବା ଭଳି ବଡ଼ ନିଷ୍ପତ୍ତି ଦ୍ୱାରା ପ୍ରଧାନମନ୍ତ୍ରୀ କ୍ଷୁଦ୍ର ବ୍ୟବସାୟକୁ ଶେଷ କରିଦେଇଛନ୍ତି ବୋଲି ରାହୁଲ ରବିବାର ଦାବି କରିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରା ଅବସରରେ ଗ୍ବାଲିୟରରେ ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ମୋଦୀଙ୍କ ନୀତି ଯୋଗୁଁ ବାଂଲାଦେଶ, ଭୁଟାନ ଏବଂ ପାକିସ୍ତାନ ତୁଳନାରେ ଭାରତରେ ବେକାରୀ ଅଧିକ ରହିଛି। ଏବେ ଦେଶରେ ଗତ ୪୦ ବର୍ଷ ମଧ୍ୟରେ ସର୍ବାଧିକ ବେକାରୀ ସମସ୍ୟା ଦେଖାଦେଇଛି। ପାକିସ୍ତାନ ତୁଳନାରେ ଭାରତରେ ବେକାରି ଦୁଇଗୁଣ ରହିବା ଆମ ପାଇଁ ଲଜ୍ଜାକର ବୋଲି ସେ କହିଛନ୍ତି।

ରାହୁଲ କହିଛନ୍ତି ଯେ ଆମର ପ୍ରଥମ ଭାରତ ଯୋଡ଼େ ଯାତ୍ରା ସମୟରେ ଲୋକମାନେ ଆମକୁ ବେକାରୀ ଓ ଦାରିଦ୍ରୢ ସଂପର୍କରେ ଅନେକ କଥା କହିଥିଲେ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସ୍ଥିତି ଅତି ଖରାପ ଏବଂ ଏଥିରେ ପରିବର୍ତ୍ତନ ଆଣିବାକୁ ଆମେ ନ୍ୟାୟ ଯାତ୍ରା ଆରମ୍ଭ କରିଛୁ ବୋଲି ସେ କହିଛନ୍ତି। ସରକାରଙ୍କ ରେଳବାଇ ନୀତିକୁ ମଧ୍ୟ ରାହୁଲ କଡ଼ା ସମାଲୋଚନା କରିଛନ୍ତି । ଧନୀ ଲୋକଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତୀୟ ରେଳବାଇର ନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଦର୍ଶାଇ ସେ କହିଛନ୍ତି ଯେ ପ୍ରତିବର୍ଷ ଭଡ଼ାରେ ୧୦ ପ୍ରତିଶତ ବୃଦ୍ଧି ହେଉଛି। ଅତ୍ୟାଧୁନିକ ଟ୍ରେନ୍‌ ଚିତ୍ର ଦେଖାଇ ଲୋକଙ୍କୁ ପ୍ରଲୋଭିତ କରାଯାଉଛି ବୋଲି ପୂର୍ବତନ କଂଗ୍ରେସ ସଭାପତି କହିଛନ୍ତି। ଏସି କୋଚ୍ ସଂଖ୍ୟା ବଢ଼ାଇବା ପାଇଁ ଜେନେରାଲ କୋଚ୍ ସଂଖ୍ୟା ହ୍ରାସ କରାଯାଉଛି। ଏସି କୋଚ୍‌ର ଉତ୍ପାଦନ ମଧ୍ୟ ସାଧାରଣ କୋଚ୍ ତୁଳନାରେ ତିନି ଗୁଣ ବୃଦ୍ଧି କରାଯାଇଛି। ଏହା ସାଧାରଣ ଲୋକଙ୍କ ପ୍ରତି ଅନ୍ୟାୟ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ