ଦେଶ ବିଦେଶ

ବିଜେପିର ୩୩ ନୂଆ ଚେହେରା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଏଥିରେ ୩୩ ଜଣ ବର୍ତ୍ତମାନର ସାଂସଦଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ଆସାମରେ ୫ ଜଣ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନ୍ୟ ୬ ଜଣ ବର୍ତ୍ତମାନର ସାଂସଦ ଅଛନ୍ତି । ଛତିଶଗଡ଼ରେ ଦଳ ୪ ଜଣ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି। ଗୁଜରାଟରେ ବିଜେପି ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ୫ ଜଣ ସାଂସଦଙ୍କୁ ବାଦ୍ ଦେଇଛି ଏବଂ ସେମାନଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି। ଝାଡ଼ଖଣ୍ଡର ହଜାରୀବାଗରୁ ବିଜେପି ମନୀଷ ଜୟସ୍ୱାଲଙ୍କୁ ପ୍ରାର୍ଥୀ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କୁ ଏହି ଆସନରୁ ବାଦ୍ ଦିଆଯାଇଛି। ବିଜେପି ତାଲିକା ଘୋଷଣାର ଦିନକ ପୂର୍ବରୁ ସିହ୍ନା କହିଥିଲେ, ସେ ଲୋକସଭା ନିର୍ବାଚନରୁ ଓହରିଯାଉଛନ୍ତି। ସେହିଭଳି ମଧ୍ୟପ୍ରଦେଶ ତାଲିକାରେ ୭ ଜଣ ନୂଆ ଚେହେରା ରହିଛନ୍ତି। ଭରତ ସିଂହ କୁଶୱାହା ଗ୍ୱାଲିୟର ଲୋକସଭା ଆସନରୁ ଦଳର ବର୍ତ୍ତମାନର ସାଂସଦ ବିବେକ ନାରାୟଣଙ୍କ ବଦଳରେ ନିର୍ବାଚନ ଲଢ଼ିବେ। ଗୁନାର ବର୍ତ୍ତମାନର ସାଂସଦ କୃଷ୍ଣପାଲ ସିଂହ ଯାଦବଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାର୍ଥୀ କରାଯାଇଛି। ସାଗର ଲୋକସଭା ଆସନରୁ ଲତା ୱାଙ୍ଖଡେଙ୍କୁ ପ୍ରାର୍ଥୀ କରାଯାଇଛି, ଯେଉଁଠାରେ ବର୍ତ୍ତମାନ ସାଂସଦ ଅଛନ୍ତି ରାଜବାହାଦୁର ସିଂହ। ଦିଲ୍ଲୀରେ ଘୋଷଣା ହୋଇଥିବା ୫ ଆସନରୁ ୪ଟିରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରାଯାଇଛି।
ମଧ୍ୟପ୍ରଦେଶର ବିଦିଶା ସାଂସଦ ରମାକାନ୍ତ ଭାର୍ଗବଙ୍କୁ ବାଦ୍ ଦିଆଯାଇ ଏହି ଆସନ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଦିଆଯାଇଛି। ଭୋପାଳରେ ଆଲୋକ ଶର୍ମା ବିଜେପି ପାଇଁ ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ଏହି ଆସନ ସାଧ୍ୱୀ ପ୍ରଜ୍ଞା ସିଂହଙ୍କ ହାତରେ ରହିଛି। ବର୍ତ୍ତମାନର ବିଜେପି ସାଂସଦ ଗୁମାନ ସିଂହଙ୍କ ଅଧୀନରେ ଥିବା ରତଲାମ୍ ଆସନରେ ଅନିତା ସିଂହ ଚୌହାନଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ରାଜସ୍ଥାନର ୫ ଜଣ ବର୍ତ୍ତମାନର ସାଂସଦଙ୍କୁ ବଦଳାଇ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଚୁରୁ, ଭରତପୁର, ଜାଲୋର, ଉଦୟପୁର ଏବଂ ବାଂଶୱାଡାରୁ ନୂଆ ଚେହେରା ନିର୍ବାଚନ ଲଢ଼ିବେ । ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ତ୍ରିପୁରା ପଶ୍ଚିମ ଆସନରୁ ପ୍ରାର୍ଥୀ ହୋଇଛନ୍ତି, ଯେଉଁଠାରେ ବର୍ତ୍ତମାନ ଦଳର ସାଂସଦ ପ୍ରତିମା ଭୁମିକ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ