ଦେଶ ବିଦେଶ

ବ୍ୟକ୍ତିଗତ କାରଣ ଦର୍ଶାଇ ଆସାନସୋଲରୁ ଲଢ଼ିବାକୁ ମନା କଲେ ପବନ ସିଂହ

ଆସାନସୋଲ: ଟିକେଟ ଦେଲା ବିଜେପି, ହେଲେ ମନାକଲେ ପ୍ରାର୍ଥୀ । ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ଭୋଜପୁରୀ ଅଭିନେତା ପବନ ସିଂହଙ୍କୁ ଆସାନସୋଲରୁ ଟିକେଟ ଦେଇଥିଲା । ହେଲେ ପବନ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ଅବଶ୍ୟ ସେ ଏଥିପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ।

ଲୋକସଭା ନିର୍ବାଚନ ପାଇଁ ଗତକାଲି ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୯୫ ଜଣିଆ ଏହି ତାଲିକାରେ ପଶ୍ଚିମବଙ୍ଗ ଆସାନସୋଲ ଲୋକସଭା ଆସନରୁ ଭୋଜପୁରୀ ଗାୟକ ପୱନ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ହେଲେ ପ୍ରାର୍ଥୀ ଘୋଷଣାର ଦିନକ ପରେ ଲଢିବାକୁ ମନା କରିଦେଇଛନ୍ତି ପୱନ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘‘ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ । ଦଳ ମୋତେ ବିଶ୍ୱାସ କଲା ଓ ପଶ୍ଚିମବଙ୍ଗ ଆସାନସୋଲରୁ ପ୍ରାର୍ଥୀ ଘୋଷଣା କଲା, ହେଲେ କିଛି କାରଣରୁ ମୁଁ ଆସାନସୋଲରୁ ଲଢି଼ପାରିବି ନାହିଁ।’’

ସୋସିଆଲ ମିଡିଆରେ ଲଢିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ବି ଏହାର କାରଣ ଉଲ୍ଲେଖ କରିନାହାନ୍ତି ପୱନ ସିଂହ। ଚର୍ଚ୍ଚା ହେଉଛି ବିଜେପି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରଠାରୁ ସୋସିଆଲ ମିଡିଆରେ ଜୋରଦାର ସମାଲୋଚନା କରୁଛି ଟିଏମସି । ପୱନ ସିଂହଙ୍କ ଗୀତଗୁଡିକ ଅଶ୍ଳୀଳ ଏବଂ ମହିଳା ବିରୋଧୀ କହି ଟାର୍ଗେଟ କରିଆସୁଛନ୍ତି ଟିଏମସି ନେତା । ସେଥିପାଇଁ ସେ ଆସୋନସୋଲରୁ ଲଢିବାକୁ ଅରାଜି ଥିବା କୁହାଯାଉଛି ।

ବିହାର ପଟନା ସାହେବ ଆସନରୁ ଦୁଇ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବେ ପଶ୍ଚିମବଙ୍ଗ ଆସାନସୋଲରୁ ସାଂସଦ ଅଛନ୍ତି । ସେ ଟିଏମସିରେ ଯୋଗଦେଇ ୨୦୨୨ ଉପନିର୍ବାଚନରେ ଆସାନସୋଲରୁ ବିଜୟୀ ହୋଇଥିଲେ । ଶତ୍ରୁଘ୍ନଙ୍କୁ ଟକ୍କର ଦେବାପାଇଁ ଭୋଜପୁରୀ ଗାୟକ ପୱନ ସିଂହଙ୍କୁ ମୈଦାନକୁ ଓହ୍ଲାଇବା ପାଇଁ ଯୋଜନା କରିଥିଲା ବିଜେପି । ହେଲେ ପ୍ରାର୍ଥୀ ଘୋଷଣା ପରେ ପୱନଙ୍କ ନିଷ୍ପତି ବିଜେପି ରଣନୀତିକୁ ବିଗାଡି ଦେଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ