ରାଜ୍ୟ

ବିଜେପିରେ ଚିଲିକା ବିଧାୟକ ପ୍ରଶାନ୍ତ: ପୂର୍ବତନ ବିଧାୟକ ନବୀନ ନନ୍ଦ, ଭାଦୋବ ହାଁସଦା ବି ପଦ୍ମ ଧରିଲେ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକ ଭାବେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଶ୍ରୀ ଜଗଦ୍ଦେବଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି। ବିଜେପିରେ ଯୋଗଦେବା ପରେ ଶ୍ରୀ ଜଗଦ୍ଦେବ କହିଛନ୍ତି ଯେ ମୁଁ ବିଜେପିରେ ସାମିଲ ହୋଇ ଖୁସି ଓ ଗର୍ବିତ। ବିଜେଡିରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ପାର୍ଟିକୁ ସମ୍ମାନ ଦେଉଥିଲି। କିନ୍ତୁ ଏ କଥାକୁ ମୁଁ ପରିପ୍ରକାଶ କରିପାରୁନଥିଲି। ଦେଶ ତଥା ଆମ ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନର ଆବଶ୍ୟକତା ରହିଛି। ପୂର୍ବରୁ ନବୀନ ବାବୁଙ୍କ ପାଇଁ ବହୁତ କାମ କରିଛି, ସିଏ ବି ମୋତେ ବହୁତ ସମ୍ମାନ ଦେଇଛନ୍ତି। କିନ୍ତୁ ଆଜି ନବୀନ ବାବୁ ସେ ଅବସ୍ଥାରେ ନାହାନ୍ତି। ନବୀନ ବାବୁ ରାଜନୀତି ବ୍ୟବସ୍ଥା ଭିତରୁ ନିବୃତ ରହିବାର ଆବଶ୍ୟକତା ରହିଛି। ଏବେ ମୁଁ ପୂରା ଆକ୍ସନ ମୁଡ୍‌ରେ ଅଛି, ବିଜେପି ଦଳର କାର୍ଯ୍ୟ କରିବି।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ସଭାପତି ଅନାଦି ସାହୁ, ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଜଗଦ୍ଦେବ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ବସନ୍ତ ମହାପାତ୍ର, ଗୌରୀ ସାହୁ, ବିଜୁ ମହିଳା ଜନତା ଦଳ ସାଧାରଣ ସମ୍ପାଦକ ସୋନାଲି ଡାକୁଆ, ବିଜୁ ଛାତ୍ର ଜନତା ଦଳ ବେଗୁନିଆ ବ୍ଲକ ସଭାପତି ବିଶ୍ୱଜିତ ଭୂଜବଳ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ନବୀନ ନନ୍ଦ, ପୂର୍ବତନ ଗଁଦିଆ ବ୍ଲକ ଅଧ୍ୟକ୍ଷ ସନାତନ ସାହୁ, ନାରାୟଣ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଆର୍ତ୍ତବନ୍ଧୁ ସାହୁ, ଢେଙ୍କାନାଳ ମ୍ୟୁନିସିପାଲିଟିର ପୂର୍ବତନ ଉପାଧ୍ୟକ୍ଷା ସୁମିତ୍ରା ଭୋଇ, ସଦର ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଅନ୍ନପୂର୍ଣ୍ଣା ନନ୍ଦଙ୍କ ସମେତ ଗଁଦିଆ ବ୍ଲକର ଅନେକ ବିଜେଡି ନେତା ଓ କର୍ମୀ ନିଜ ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଏହାସହ ମୟୂରଭଞ୍ଜ ଅନ୍ତର୍ଗତ ସାରସକଣାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଭାଦୋବ ହାଁସଦା, ବିଜେଡିର ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ସମୀର କୁମାର ରାଜ, ଜିଲ୍ଲା ପରିଷଦ ଉପସଭାପତି ଭାଗବତ ପ୍ରସାଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପରମେଶ୍ୱର ବେହେରା, ପୂର୍ବତନ ସମିତି ସଭ୍ୟ ସଞ୍ଜୟ ସାହୁ, ସଞ୍ଜୟ ମହାନ୍ତି, ରାଜ୍ୟ ପରିଷଦ ସଦସ୍ୟ ସତ୍ୟରଞ୍ଜନ ମଣ୍ଡଳ ପ୍ରମୁଖ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କଟକ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଜିତେନ୍ଦ୍ର ହାତୀ, ପୂର୍ବତନ କର୍ପୋରେଟର ନମିତା ମଞ୍ଜରୀ ସାହୁ, କ୍ଷୀରୋଦ ସାହୁ, ଗଙ୍ଗାଧର ବେହେରା, ହେମନ୍ତ ସାହୁ, ଅମରେନ୍ଦ୍ର ବେହେରା, ସମାଜସେବୀ ଜୟନ୍ତି ସାହା, ଶିବାନୀ ସାହୁ, ମହିଳା ମହାସଂଘର ଅଧ୍ୟକ୍ଷ ବାସନ୍ତି ଧଡ଼ା, ସମ୍ବଲପୁରର ସଂଗଠକ ଦୀପକ କୁମାର ଗୌଡ଼ ଓ ଶେହେନାଜ୍ ଅଖତର, ବ୍ରହ୍ମପୁରର ଆଇଟି ଇଞ୍ଜିନିୟର ଆଶୁତୋଷ ଦାସ, ଭୁବନେଶ୍ବର ସମାଜସେବୀ ସ୍ବାଗତିକା ରାଉତ, ଡା.ପ୍ରଭାତ ରଥ, ଅବସରରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବାଙ୍କନିଧି ମହାରଣା, ସମାଜସେବୀ ସରୋଜିନୀ ଆଚାର୍ଯ୍ୟ, ସାବିତ୍ରୀ ସାହୁ, ସଞ୍ଜୟ ପଟ୍ଟନାୟକ, ଆନନ୍ଦପୁରର ଆଇନଜୀବୀ ଝାନ୍ସୀରାଣୀ ଦାସ, ଘସିପୁରା ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ନେତା ଆଜି ବିଜେପିରେ ଯୋଗଦେଇଛନ୍ତି। ସେମାନଙ୍କୁ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ନବ ମାଝୀ, ଡ.ବୁଦ୍ଧାନ ମୁର୍ମୁ ପ୍ରମୁଖ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।