ରାଜ୍ୟ

ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ: କଂଗ୍ରେସରୁ ହେମା ନା ସତ୍ୟଜିତ

ଗୁଣପୁର: ନିର୍ବାଚନ ପୂର୍ବରୁ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଭିତରେ ହିଁ ଟିକେଟ୍‌ ପାଇଁ ରୋଚକ ଲଢ଼େଇ ଦେଖିବାକୁ ମିଳିଛି। ପ୍ରାୟ ୬ଜଣ ଆଶାୟୀ ଟିକେଟ୍‌ ନିମନ୍ତେ ଆବେଦନ କରିଛନ୍ତି। ଆଶାୟୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମ୍ପର୍କୀୟ ତଥା ପରିବାରରୁ ହିଁ ୪ଜଣ ଟିକେଟ୍‌ ଦୌଡ଼ରେ ଅଛନ୍ତି। ଭିନ୍ନ ଜନାଦେଶ ପାଇଁ ସବୁବେଳେ ଚର୍ଚ୍ଚିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ଲଢ଼ିବାକୁ ଆଶାୟୀ ଭାବେ ସର୍ବାଗ୍ରେ ରହିଛନ୍ତି ହେମା ଗମାଙ୍ଗ ଏବଂ ସତ୍ୟଜିତ ଗମାଙ୍ଗ। ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ, ତାଙ୍କ ପୁଅ ଅବିନାଶ ଗମାଙ୍ଗ, ଭାସ୍କର ଜାଗାରଙ୍ଗା ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ଶବର ମଧ୍ୟ ଟିକଟ ପାଇଁ ଆବେଦନ କରିଛନ୍ତି। ରାଜନୈତିକ ଅଭିଜ୍ଞତାରେ ହେମା ପୁରୁଣା ଖେଳାଳି।

୧୯୯୯ ମସିହାରେ କୋରାପୁଟ ସାଂସଦ ଓ ୨୦୧୪ ମସିହାରେ ଗୁଣପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଅପରପକ୍ଷରେ ସତ୍ୟଜିତଙ୍କୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଖୋଲା ସମର୍ଥନ କରୁଛନ୍ତି। ଗତକାଲି ଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷ ମାଲିକାର୍ଜୁନ ଖାଡଗେଙ୍କୁ ଭେଟିଛନ୍ତି ସାଂସଦ। ରାୟଗଡ଼ା ଓ ବିଷମକଟକ ଆସନ ଲାଗି ପ୍ରାର୍ଥୀ ଚୂଡ଼ାନ୍ତ କରିଛନ୍ତି। କିନ୍ତୁ ଗୁଣପୁର ଆସନ ଲାଗି କୌଣସି ନିଷ୍ପତ୍ତି ନିଆଯାଇ ନଥିବା ସୂଚନା ମିଳିଛି। ସେହିପରି କୋରାପୁଟ ଜିଲ୍ଲାର ବିଧାନସଭା ଆସନ ଲାଗି ମାନସମନ୍ଥନ ହୋଇଥିଲେ ସୁଦ୍ଧା ନିଷ୍କର୍ଷ ବାହାରି ନଥିଲା। କାରଣ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଷ୍ପତ୍ତିକୁ ଏଆଇସିସି ଅପେକ୍ଷା କରିଥିବା କୁହାଯାଉଛି। ହେମା ଓ ସତ୍ୟଜିତଙ୍କୁ ନେଇ ଦଳ ଭିତରେ ଅଙ୍କକଷା ଆରମ୍ଭ ହୋଇଛି। କିନ୍ତୁ ଦଳ ଜିତିବା ସମ୍ଭାବନା ରହିଥିବା ପ୍ରାର୍ଥୀଙ୍କ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି। ଇତି ମଧ୍ୟରେ ପିସିସି ପକ୍ଷରୁ ନିୟୋଜିତ ପର୍ଯ୍ୟବେକ୍ଷକ ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରାର୍ଥୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ହାଇକମାଣ୍ଡଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ୧୯୭୭ ମସିହାରୁ ଆଦିବାସୀଙ୍କ ନିମନ୍ତେ ସଂରକ୍ଷିତ ଗୁଣପୁର ବିଧାନସଭା ଆସନରେ ୨୦୧୯ ସୁଦ୍ଧା କଂଗ୍ରେସ ୭ଥର, ବିଜେଡି ୩ଥର ଏବଂ ସ୍ବାଧୀନ, ଜନତା ଦଳ, ବିଜେପି ଥରେ ଲେଖାଏଁ ବିଜୟୀ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।