ରାଜନୀତି ରାଜ୍ୟ

ସତ୍ୟବାଦୀରୁ ଲଢ଼ିବ କିଏ? ତୀବ୍ର ହେଉଛି ସଂଜୟ-ଉମା କଳି

ପୁରୀ/ସାକ୍ଷୀଗୋପାଳ: ପୁରୀ ଜିଲ୍ଲାର ସତ୍ୟବାଦୀ ବିଧାନସଭା ଆସନକୁ ନେଇ ମୁଣ୍ଡ ଟେକିଛି ବିବାଦ। ଏହି ଆସନରୁ କିଏ ଲଢ଼ିବ, ତାହାକୁ ନେଇ କେଁ ଦେଖାଦେଇଛି। ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା ସଭାସମିତି କରି ସତ୍ୟବାଦୀରୁ ଲଢ଼ୁଥିବା ନେଇ ନେତା, କର୍ମୀଙ୍କୁ କହିବାର ଭିଡିଓ ଭାଇରାଲ୍‌ ହେବା ପରେ ଏହି ବିବାଦ ଉଗ୍ରରୂପ ନେଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ତାଙ୍କ ସମର୍ଥକମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ବିବାଦ ବଢ଼ିବା ପରେ ଆଜି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରିଛନ୍ତି। ପ୍ରଥମେ ଶଙ୍ଖ ଭବନ ଓ ପରେ ନବୀନ ନିବାସରେ ଦୁଇ ନେତାଙ୍କୁ ନେଇ ବୈଠକ କରାଯାଇଛି। ତେବେ ବୈଠକର ନିଷ୍କର୍ସ ଜଣାପଡ଼ିନାହିଁ।

ବହୁଦିନରୁ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ସତ୍ୟବାଦୀରୁ ଲଢ଼ିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। ସଂଜୟ ଏହାକୁ ସର୍ବଦା ମିଛ କହି ଟାଳି ଆସୁଥିଲେ। କିନ୍ତୁ ଗତକାଲିର ବୈଠକ ପରେ ସଂଜୟ ସତ୍ୟବାଦୀରୁ ଲଢ଼ିବା ସ୍ପଷ୍ଟ ହୋଇଥିବା ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି। ଗତକାଲି ସଂଜୟ ଧଉଳିଠାରେ କଣାସ ବ୍ଲକର ଦୋଛିଆଁ(ବିଧାୟକଙ୍କ ଗାଁ), ଗଡ଼ଖାରଦ ପଞ୍ଚାୟତ ସତ୍ୟବାଦୀ ବ୍ଲକର କାଦୁଆ, ଶ୍ରୀରାମଚନ୍ଦ୍ରପୁର, ରାୟଖଣ୍ଡି, ପେଣ୍ଠପଡ଼ା, ପରଜାପଡ଼ା ଆଦି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ଜିଲ୍ଲା ପରିଷଦଙ୍କଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରିଥିଲେ। ଯେଉଁଥିରେ ପରଜାପଡ଼ା ସମିତି ସଭ୍ୟ ରାମଚନ୍ଦ୍ର ମହାନ୍ତି, ରାୟଖଣ୍ଡି ସମିତି ସଭ୍ୟ ପ୍ରେମାନନ୍ଦ ବେହେରା, ୩ଥର ବ୍ଲକ ଅଧ୍ୟକ୍ଷ ଓ ଗୋଟିଏ ଥର ଜିଲ୍ଲା ପରିଷଦ ହୋଇଥିବା ବରିଷ୍ଠ ନେତା ପ୍ରହଲ୍ଲାଦ ଘଟୁଆରି, ଦେବାଶିଷ ରାୟ ଓ ପ୍ରମୋଦ ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସଂଜୟ ନେତାଙ୍କ ସହ ଆଲୋଚନା ବେଳେ କେଉଁଠାରୁ ସେ ଲଢ଼ିବେ ବୋଲି ନେତା ଓ କର୍ମୀମାନେ ପ୍ରଶ୍ନ କରିଥିଲେ। ଯେଉଁଥିରେ ସଂଜୟ ଦୃଢ଼ତାର ସହ କହିଛନ୍ତି ଯେ ସେ ସତ୍ୟବାଦୀରୁ ଲଢ଼ୁଛନ୍ତି। ଏହା ବିଜେଡି ସୁପ୍ରିମୋ ଓ ୫-ଟି ଅଧ୍ୟକ୍ଷ ସ୍ପଷ୍ଟ କରି ସାରିଛନ୍ତି।

ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ଉପରେ ନଜର
ମୋତେ କିଛି କୁହାଯାଇନି, ଏଇଠି ଜନ୍ମ ଓ ଏଇଠି ଲଢ଼ିବି: ଉମା

ନିକଟରେ ଏକ ବୈଠକ ଡକାଯାଇଥିଲା, ଯେଉଁଥିରେ ତାଙ୍କୁ ସତ୍ୟବାଦୀରୁ ଲଢ଼ିବାକୁ କୁହାଯାଇଛି। ଉମା ବ୍ରହ୍ମଗିରିରୁ ଲଢ଼ିବେ। ଦଳର ନିଷ୍ପତ୍ତି ନ ମାନି ଉମା ଯଦି ବ୍ରହ୍ମଗିରିରୁ ନ ଲଢ଼ନ୍ତି, ତେବେ ଦଳରେ ଆଉ ରହିବେନି ବୋଲି କହିଥିଲେ। ଖୁବ୍‌ଶୀଘ୍ର ୫-ଟି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଉମା ଓ ତାଙ୍କୁ ନେଇ ଏକ ବୈଠକ ଡକାଯାଉଛି, ଯେଉଁଥିରେ ଏହା ସ୍ପଷ୍ଟ କରାଯିବ ବୋଲି ସଂଜୟ କହିଥିଲେ। ଏପରିକି ସେ ବ୍ରହ୍ମଗିରିରୁ ଲଢ଼ୁନଥିବା ବ୍ରହ୍ମଗିରିର ନେତା ଓ କର୍ମୀଙ୍କୁ କହି ସାରିଲାଣି ବୋଲି ଜଣାଇଥିଲେ। ସଂଜୟଙ୍କ ଆଲୋଚନାର ଏହି ଭିଡିଓ ଭାଇରାଲ୍‌ ହେବା ପରେ ଉଭୟ ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ହଟ୍ଟଚମଟ ସୃଷ୍ଟି ହୋଇଛି। କିନ୍ତୁ ସଂଜୟ ଏ ନେଇ ମୁହଁ ଖୋଲିନାହାଁନ୍ତି। ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ତାହା ସର୍ବମାନ୍ୟ। କିନ୍ତୁ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମୋତେ ବ୍ରହ୍ମଗିରିରୁ ଲଢ଼ିବା ନେଇ କିଛି କହିନାହାନ୍ତି। ମୋର ଜନ୍ମ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ। ମୁଁ ଏଠାରେ ସ୍ବାଧୀନ ଭାବେ ବିଧାୟକ ହୋଇଥିଲି ଓ ପରେ ବିଜେଡିରୁ ବିଧାୟକ ହୋଇଛି। ଏଣୁ ମୁଁ ସତ୍ୟବାଦୀରୁ ନିର୍ବାଚନ ଲଢ଼ିବି ବୋଲି ଆଶା ରଖିଛି। ମୋ ନିର୍ବାଚନମଣ୍ଡଳୀର ଲୋକେ ବି ମୋତେ ବିଧାୟକ ଭାବେ ଲଢ଼ିବାକୁ ଚାହୁଛନ୍ତି। ଶ୍ରୀ ସାମନ୍ତରାୟ କହିଛନ୍ତି, ନିଜ ନିର୍ବାଚନମଣ୍ଡଳୀ ଛାଡ଼ି ସଂଜୟ ଅନ୍ୟ ନିର୍ବାଚନମଣ୍ଡଳୀରୁ କାହିଁକି ଲଢ଼ିବାକୁ ଚାହୁଁଛନ୍ତି, ତାହା ଏକ ବଡ଼ ପ୍ରଶ୍ନ। କିନ୍ତୁ ସେ କେଉଁଥିପାଇଁ ଏଭଳି କହୁଛନ୍ତି, ମୁଁ ଜାଣିନି। ସଂଜୟ ତାଙ୍କ ସହିତ ଏ ସଂପର୍କରେ ଆଲୋଚନା କରିନାହାନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର