ରାଜ୍ୟ ସ୍ପେଶାଲ ରିପୋର୍ଟ

୫ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ନେତାଙ୍କ ଗତିବିଧି ମଧ୍ୟ ବଢ଼ିଲାଣି | ଆସନ୍ତା ମାର୍ଚ୍ଚ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ ବୋଲି ଜଣାପଡିଛି | ଓଡିଶା ବିଜେପିର ସହ ପ୍ରଭାରୀ ଲତା ଉଶେଣ୍ଡି ଏହି ସୂଚନା ଦେଇଛନ୍ତି | ତେବେ ମୋଦୀଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇନାହିଁ ବୋଲି ସେ କହିଛନ୍ତି | ସୂଚନା ଅନୁଯାୟୀ ଚଣ୍ଡିଖୋଲରେ ଏକ ସାଧାରଣ ସଭା ସହ କିଛି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି | ତେବେ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ | ଉଲ୍ଲେଖ ଥାଉ କି ମୋଦୀ ଚଳିତମାସ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସିଥିଲେ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସି ରାଜ୍ୟବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଥିଲେ । ‌ବିଦ୍ୟୁତ୍‌, ସଡ଼କ, ରେଳ, କୋଇଲା ଏବଂ ଡାକ ଭଳି ବିଭିନ୍ନ କ୍ଷେତ୍ରର ବହୁ ପ୍ରକଳ୍ପକୁ ସେ ଲୋକାର୍ପଣ କରିଥିଲେ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ସେଦିନ ସେ ରେମେଡ଼ ପଡିଆରେ ଆୟୋଜିତ ସଭାରେ କହିଥିଲେ ଯେ ଓଡ଼ିଶାର ଗ୍ରାମାଞ୍ଚଳରେ ୫୦ ହଜାର କିଲୋମିଟର ରାସ୍ତା ତିଆରି ହୋଇଛି। ୪ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଗତ ୧୦ ବର୍ଷରେ ରେଳବାଇ କ୍ଷେତ୍ରରେ ବିକାଶ ଲାଗି ଓଡ଼ିଶାକୁ ୧୨ଗୁଣା ଅଧିକ ଅନୁଦାନ ଦିଆଯାଇଛି। ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନକୁ ଚାଲିଛି ପ୍ରୟାସ କରାଯାଇଛି। ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ। ଗତ ୧୦ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଦେଢ଼ ଲକ୍ଷ କୋଟିର ନିବେଶ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।