ଦେଶ ବିଦେଶ

୬ଟି ଜାତୀୟ ଦଳର ମୋଟ ଆୟ ୩୦୭୭ କୋଟି: ୭୬ ପ୍ରତିଶତ କେବଳ ବିଜେପିର, ଆପ୍‌ ଆୟରେ ୯୧% ବୃଦ୍ଧି

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷରେ ରାଜନୈତିକ ଦଳମାନେ ସେମାନଙ୍କ ଆୟ ସଂପର୍କରେ ଘୋଷଣା କରିଛନ୍ତି। ୬ଟି ଜାତୀୟ ଦଳ ମୋଟ ୩୦୭୭ କୋଟି ଟଙ୍କା ଆୟ କରିଥିବା ଘୋଷଣା କରିଥିବା ବେଳେ ବିଜେପିକୁ ସର୍ବାଧିକ ୨୩୬୧ କୋଟି ଟଙ୍କା ମିଳିଛି ବୋଲି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ବୁଧବାର କହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଶାସକ ବିଜେପିର ଆୟ ୬ଟି ଜାତୀୟ ଦଳର ମୋଟ ଆୟର ୭୬.୭୩ ପ୍ରତିଶତ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ଦ୍ବିତୀୟ ସର୍ବାଧିକ ଆୟ କରିଛି ଏବଂ ଏହାର ପରିମାଣ ହେଉଛି ୪୫୨.୩୭୫ କୋଟି ଟଙ୍କା । ଏହା ୬ଟି ଜାତୀୟ ଦଳର ମୋଟ ଆୟର ୧୪.୭୦ ପ୍ରତିଶତ। ବିଜେପି ଏବଂ କଂଗ୍ରେସ ବ୍ୟତୀତ ବିଏସପି, ଆପ୍, ଏନପିପି ଏବଂ ସିପିଏମ୍‌ ସେମାନଙ୍କର ଆୟ ଘୋଷଣା କରିଛନ୍ତି। ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ବିଜେପିର ଆୟ ୨୩.୧୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବିଜେପିର ଆୟ ୨୩୬୦.୮୪୪ କୋଟି ଟଙ୍କା ଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଏନ୍‌ପିପିର ଆୟ ୧୫୦୨.୧୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୪୭.୨୦ ଲକ୍ଷ ଟଙ୍କା ଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ୭.୦୯ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଆପ୍‌ର ଆୟ ୨୦୨୧-୨୨ ଆର୍ଥିକ ବର୍ଷରେ ୪୪.୫୩୯ କୋଟି ଟଙ୍କା ଥିବା ବେଳେ ଏଥିରେ ୯୧.୨୩ ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଆପ୍‌ ୮୫.୧୭ କୋଟି ଟଙ୍କା ଆୟ କରିଛି।

୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ କଂଗ୍ରେସ, ସିପିଏମ୍‌ ଏବଂ ବିଏସ୍‌ପିର ଆୟ ଯଥାକ୍ରମେ ୧୬.୪୨ ପ୍ରତିଶତ (୮୮.୯୦ କୋଟି ଟଙ୍କା), ୧୨.୬୮ ପ୍ରତିଶତ (୨୦.୫୭୫ କୋଟି ଟଙ୍କା) ଏବଂ ୩୩.୧୪ ପ୍ରତିଶତ (୧୪.୫୦୮ କୋଟି ଟଙ୍କା) ହ୍ରାସ ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ବିଜେପି ମୋଟ ଆୟ ୨୩୬୦.୮୪୪ କୋଟି ଟଙ୍କା ଘୋଷଣା କରିଥିଲେ ମଧ୍ୟ ମାତ୍ର ୫୭.୬୮ ପ୍ରତିଶତ (୧୩୬୧.୬୮୪ କୋଟି ଟଙ୍କା।) ଖର୍ଚ୍ଚ କରିଥିବା ଦର୍ଶାଇଛି। କଂଗ୍ରେସର ମୋଟ ଆୟ ୪୫୨.୩୭୫ କୋଟି ଟଙ୍କା ଥିବା ବେଳେ ଏହା ୪୬୭.୧୩୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛି। ଅନ୍ୟପକ୍ଷରେ ସିପିଆଇ(ଏମ୍)ର ମୋଟ ଆୟ ୧୪୧.୬୬୧ କୋଟି ଟଙ୍କା ଥିବା ବେଳେ ଏହା ୧୦୬.୦୬୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛି, ଯାହା କି ଆୟର ୭୪.୮୭ ପ୍ରତିଶତ। ସେହିପରି ଆପ୍‌ର ମୋଟ ଆୟ ୮୫.୧୭ କୋଟି ଟଙ୍କା ଥିବା ବେଳେ ଏହା ୧୦୨.୦୫୧ କୋଟି ଟଙ୍କା ଖର୍ଚ୍ଚ ଦେଖାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ