ଦେଶ ବିଦେଶ

ଗୁଜରାଟ ତଟରୁ ୩,୩୦୦ କେଜି ଡ୍ରଗ୍ସ ଜବତ: ୫ ପାକିସ୍ତାନୀ ନାଗରିକ ଗିରଫ

ପୋରବନ୍ଦର(ଗୁଜରାଟ): ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗୁଜରାଟ ତଟରୁ ପୁଣି ବିପୁଳ ପରିମାଣର ଡ୍ରଗ୍ସ ଜବତ ‌କରିଛନ୍ତି। ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଛି। ମଙ୍ଗଳବାର ଗୁଜୁରାଟର ପୋରବନ୍ଦର ନିକଟରେ ଏକ ଜାହାଜରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମଙ୍ଗଳବାର ନୌସେନା ପକ୍ଷରୁ ଏକ ବୋଟ୍‌କୁ ଅଟକାଇବା ସହ ୧୩୦୦ କୋଟି ଟଙ୍କା ମୂଲ୍ୟର ୩୦୮୯ କେଜି ଚରସ, ୧୫୮ କେଜି ମେଥାମ୍ଫେଟାମିନ ଓ ୨୫ କେଜି ମର୍ଫିନ୍ ଜବତ କରାଯାଇଛି। ଜାହାଜର ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି, ସମସ୍ତେ ପାକିସ୍ତାନୀ ନାଗରିକ।

ଜବତ ହୋଇଥିବା ନିଷିଦ୍ଧ ନିଶାଦ୍ରବ୍ୟର ମୋଟ ମୂଲ୍ୟ ଏପର୍ଯ୍ୟନ୍ତ ଅଧିକାରୀମାନେ ସ୍ପଷ୍ଟ କରିନଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଏକ କେଜି ଚରସର ମୂଲ୍ୟ ୭ କୋଟି ଟଙ୍କା ରହିଛି। ଭାରତୀୟ ନୌସେନା ଏବଂ ଏନ୍‌ସିବିର ମିଳିତ ଉଦ୍ୟମରେ ଏହି ଡ୍ରଗ୍ସ ଜବତ ସମ୍ଭବ ହୋଇପାରିଛି ଏବଂ ପରିମାଣ ଦୃଷ୍ଟିରୁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବୋଲି କୁହାଯାଉଛି। ଧରାପଡ଼ିଥିବା ବୋଟ୍‌ ଓ କର୍ମଚାରୀଙ୍କ ସହ ଏହି ନିଶାଦ୍ରବ୍ୟକୁ ଭାରତୀୟ ବନ୍ଦରରେ ଆଇନ ପ୍ରବର୍ତ୍ତନ ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି। ଏହି ସଫଳତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନ୍‌ସିବି, ଭାରତୀୟ ନୌସେନା ଏବଂ ଗୁଜରାଟ ପୁଲିସକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଶାମୁକ୍ତ ଭାରତ ପରିକଳ୍ପନାକୁ ଅନୁସରଣ କରି ଆମ ଏଜେନ୍ସିମାନେ ଆଜି ବିଦେଶୀ ଡ୍ରଗ୍ସ ଜବତ କରିବାରେ ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି। ଏନ୍‌ସିବି, ନୌସେନା ଏବଂ ଗୁଜରାଟ ପୁଲିସର ମିଳିତ ଅପରେସନରେ ମିଳିଥିବା ଏହି ବଡ଼ ସଫଳତା ଆମ ଦେଶକୁ ନିଶାମୁକ୍ତ କରିବା ଦିଗରେ ସରକାରଙ୍କ ଅତୁଟ ପ୍ରତିବଦ୍ଧତାର ପ୍ରମାଣ ବୋଲି ଶାହ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ