୨୦୨୪ରୁ ୨୦୩୪ ଅର୍ଥାତ୍ ଆସନ୍ତା ଏକ ଦଶନ୍ଧି ଯୁବବର୍ଗଙ୍କର ହେବାକୁ ଯାଉଛି। ନୂଆ ଓଡ଼ିଶାର ଲକ୍ଷ୍ୟ ହାସଲ କରିବାକୁ ଯୁବବର୍ଗଙ୍କୁ ରାଜ୍ୟ ସରକାର ସଶକ୍ତ କରିବେ। ମିଶନ ଶକ୍ତିରେ ମହିଳାମାନେ ଯେଉଁଭଳି ସଶକ୍ତ ହୋଇଛନ୍ତି, ଯୁବବର୍ଗଙ୍କୁ ସେଭଳି ସଶକ୍ତ କରାଯିବ। ଏହି ୧୦ ବର୍ଷ ସରକାରଙ୍କ ନିଯୁକ୍ତି, ନିୟୋଜନ ଓ ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି। ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ନୂଆ-ଓ ଯୋଜନାରେ ବୃତ୍ତି ବଣ୍ଟନର ଶୁଭାରମ୍ଭ କରି ଅବସରରେ ସେ କହିଛନ୍ତି ଛାତ୍ରଛାତ୍ରୀଙ୍କ ଲାଗି ଆଜି ହେଉଛି ଐତିହାସିକ ଦିନ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଲାଗି ପାଠପଢ଼ାରେ ଆଉ ଅର୍ଥର ଅଭାବ ରହିବ ନାହିଁ। ବାପା, ମା’ଙ୍କ ଉପରେ ଯାହା ବୋଝ ପଡୁଥିଲା ତାହା କିଛି ମାତ୍ରାରେ କମ୍ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି। ଏହି ଯୋଜନା ନୂଆ ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେଣୁ ଯୁବବର୍ଗଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ହାତକୁ ନେଉଛନ୍ତି। ୨୦୩୬ ସୁଦ୍ଧା ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ କରିବା ଲକ୍ଷ୍ୟରେ କଲେଜ ସ୍ତରରେ ରୂପାନ୍ତରୀକରଣ ଆରମ୍ଭ ହୋଇଛି।
ନବୀନ ମ୍ୟାଜିକ୍ କାର୍ଡ
ମାର୍ଚ୍ଚ ୫ରୁ କାର୍ଡ ପାଇବାକୁ ପଞ୍ଜୀକରଣ
ଅଗଷ୍ଟ ୧୫ ସୁଦ୍ଧା ପିଲାଙ୍କୁ ମିଳିବ କାର୍ଡ
ସିଲଭର, ଗୋଲ୍ଡ ଓ ପ୍ଲାଟିନମ୍କୁ ବୃଦ୍ଧି କରାଯିବ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଯୁଗାନ୍ତକାରୀ ପଦକ୍ଷେପ
ଗୋଷ୍ଠୀ ସହଭାଗିତା ବଢ଼ାଇଲେ ଅଧିକ ପଏଣ୍ଟ ମିଳିବ
କ୍ୟାରିଅର କାଉନ୍ସେଲିଂ ଓ ନିଯୁକ୍ତିରେ ସହାୟକ ହେବ
ଉଦ୍ୟୋଗୀ ହେବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ
‘ସ୍ବୟମ୍’ ସମେତ ଅନ୍ୟାନ୍ୟ ଯୋଜନାରେ ଋଣ ନେଇପାରିବେ
ଛାତ୍ରଛାତ୍ରୀଙ୍କୁ ସୁବିଧା ଦେବାକୁ ପ୍ରାଇଭେଟ୍ ସେକ୍ଟରକୁ ସାମିଲ କରାଯିବ
ମାର୍ଚ୍ଚ ୫ ସୁଦ୍ଧା ପିଲାଙ୍କ ଆକାଉଣ୍ଟରେ ପହଞ୍ଚିବ ଟଙ୍କା
ଅର୍ଥ ଅଭାବରୁ କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି
ଛାତ୍ରୀଙ୍କୁ ୧୦ ହଜାର, ଛାତ୍ରଙ୍କୁ ୯ ହଜାର ଟଙ୍କା ମିଳିବ
ଏସ୍ସି/ଏସ୍ଟି ଓ ନିର୍ମାଣ ଶ୍ରମିକ ଛାତ୍ରଙ୍କୁ ୧୦ ହଜାର, ଛାତ୍ରୀଙ୍କୁ ୧୧ ହଜାର
ପ୍ରଥମ ଦିନରେ ୨୮ ହଜାର ୧୧୨ ପିଲାଙ୍କ ଖାତାକୁ ଗଲା ୨୮ କୋଟି
ବାପା, ମା’ଙ୍କ ଉପରରୁ ବୋଝ କମିବ, ସରକାରଙ୍କ ଅର୍ଥରେ ପିଲା ପଢ଼ିବେ
ସମ୍ବଲପୁର, ଅନୁଗୁଳ, ଦେବଗଡ଼ର ୫୭ କଲେଜ ସାମିଲ
ସମ୍ବଲପୁର ଜିଲ୍ଲାର ୨୧ କଲେଜର ୧୩ ହଜାର ୪୨୩
ଅନୁଗୁଳ ଜିଲ୍ଲାର ୨୫ କଲେଜର ୧୧ ହଜାର ୨୬୫
ଦେବଗଡ଼ ଜିଲ୍ଲାର ୧୧ କଲେଜର ୩ ହଜାର ୪୨୪
ସ୍ମାର୍ଟ ହେବ ମହାବିଦ୍ୟାଳୟ
ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ‘ନୂଆ-ଓ’ କାର୍ଯ୍ୟକ୍ରମ ସୁଯୋଗ ଆଣିଛି ବୋଲି କହିଛନ୍ତି ୫-ଟି ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଅନୁଗୁଳର ବିଜୁ ମଇଦାନରେ ଆୟୋଜିତ ‘ନୂଆ-ଓ’ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଲେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ଜରିଆରେ ବ୍ଲାକ୍ବୋର୍ଡକୁ ସ୍ମାର୍ଟବୋର୍ଡ କରାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟକ୍ଲାସ, ଇ-ଲାଇବ୍ରେରି, ସାଇନ୍ସ ଲାବ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ କମନ୍ ରୁମ୍ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ଅନୁଗୁଳ ଜିଲ୍ଲାର ୨୫ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୧୧ କୋଟି ୧୦ ଲକ୍ଷ ୮୧ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀଙ୍କ ପ୍ରତିଭାରେ ସାରା ଓଡ଼ିଶା ଓ ଦେଶ ଗର୍ବ କରୁ। ସେମାନଙ୍କର ଦକ୍ଷତାର ଅଧିକ ବିକାଶ ତଥା ସୁନ୍ଦର ଭବିଷ୍ୟତ ପାଇଁ ଓଡ଼ିଶା ସରକାର ‘ନୂଆ-ଓ’ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ଅର୍ଥ ଅଭାବରୁ କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରିବାରୁ ବଞ୍ଚିତ ନ କରିବା ଏହି ‘ନୂଆ-ଓ’ ଯୋଜନାର ଲକ୍ଷ୍ୟ ବୋଲି ସେ କହିଥିଲେ।

ମ୍ୟାଜିକ୍ କରିବ ମ୍ୟାଜିକ୍ କାର୍ଡ
ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ପାଇଁ ନବୀନ ମ୍ୟାଜିକ୍ କାର୍ଡର ପ୍ରଚଳନ କରାଯିବ। ଏଥିପାଇଁ ମାର୍ଚ୍ଚ ୫ରୁ ଏନେଇ ପଞ୍ଜୀକରଣ ଆରମ୍ଭ ହେବ ଏବଂ ଅଗଷ୍ଟ ୧୫ରେ କାର୍ଡ ବଣ୍ଟନ ହେବ। ଏହି କାର୍ଡ ଦ୍ବାରା ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସହାୟତା ପାଇପାରିବେ। ଯେପରିକି ବସ୍/ଟ୍ରେନ୍/ବିମାନରେ ଯିବା ସମୟରେ ରିହାତି ମିଳିବ। ମୋବାଇଲ୍ ରିଚାର୍ଜ ଓ ୱାଇଫାଇ ବ୍ୟବହାର, ଇ-ଲାଇବ୍ରେରି, ଅନ୍ଲାଇନ୍ ଏକାଡେମିକ କୋର୍ସ, ବ୍ୟକ୍ତିତ୍ବ ବିକାଶ କୋର୍ସ, କୋଚିଂ ସେଣ୍ଟର ଓ ଟ୍ୟୁସନ୍ କ୍ଲାସ, ଦକ୍ଷତା ବିକାଶ କୋର୍ସ, କ୍ୟାରିଅର କାଉନସେଲିଂ, ଓଡ଼ିଆ ଓ ଇଂରାଜୀ ଭାଷା ପାଠ୍ୟକ୍ରମ, ନିଯୁକ୍ତିରେ ସହାୟକ ହେବ। ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସମୟରେ ଷ୍ଟାଡିୟମ୍ରେ ଛାତ୍ରଛାତ୍ରୀ ଏହି କାର୍ଡକୁ ବ୍ୟବହାର କରିପାରିବେ। ଜର୍ଣ୍ଣାଲ୍ ଓ ସେମିନାର, ପର୍ଯ୍ୟଟନ ସ୍ଥଳୀ, ସଂଗ୍ରହାଳୟରେ ଏହାକୁ ବ୍ୟବହାର କରି ହେବ। କାର୍ଡକୁ ସିଲଭର, ଗୋଲ୍ଡ, ପ୍ଲାଟିନମ୍ କାର୍ଡକୁ ଉନ୍ନୀତ କରିବାକୁ ସୁଯୋଗ ରହିବ। ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ସମୃଦ୍ଧିର ପାସପୋର୍ଟ ବା ‘ପାସପୋର୍ଟ ଟୁ ପ୍ରସପର୍ଟି’ ଭାବେ ପରରିଗଣିତ ହେବ। ଛାତ୍ରଛାତ୍ରୀ ସେମାନଙ୍କ ପାଠପଢା, ଶୃଙ୍ଖଳା, ଭାଗୀଦାରିତା, କ୍ରୀଡ଼ା, ବ୍ୟକ୍ତିତ୍ବ ବିକାଶ, ପାରଦର୍ଶିତା ଓ ଅନ୍ୟାନ୍ୟ ଗଠନ ମୂଳକ କାର୍ଯ୍ୟ ଜରିଆରେ ଏଥିରେ ଅଧିକ ପଏଣ୍ଟ ପାଇପାରିବେ। ପଏଣ୍ଟ ଅନୁସାରେ ପିଲାମାନଙ୍କୁ ସିଲଭର, ଗୋଲ୍ଡ, ପ୍ଲାଟିନମ୍ କାର୍ଡର ସ୍ତର ବଢିବ। ସେହି ଅନୁଯାୟୀ ଛାତ୍ରଛାତ୍ରୀ ଅଧିକ ସୁବିଧା ପାଇବେ। କଲେଜ ଛାତ୍ରଛାତ୍ରୀଙ୍କ ପାଠପଢା ସହ ପ୍ରତ୍ୟେକ କାର୍ଯ୍ୟ ଏଥିରେ ଆକଳନ କରାଯିବ। ଖେଳକୁଦ, ରକ୍ତଦାନ, ବୃକ୍ଷରୋପଣ ଆଦି ପ୍ରତିଟି ବିଷୟରେ ପଏଣ୍ଟ ମିଳିବ। ମ୍ୟାଜିକ କାର୍ଡ ଜରିଆରେ ଛାତ୍ରଛାତ୍ରୀ ଭଲ କମ୍ପାନିରେ ଚାକିରି ପାଇପାରିବେ। ପାଠପଢାର କ୍ୟାରିଅର ଏବଂ ଅନ୍ୟାନ୍ୟ ଦକ୍ଷତାକୁ ନେଇ ବିଭିନ୍ନ କମ୍ପାନି ପକ୍ଷରୁ ସେମାନଙ୍କୁ ଚାକିରି ନିମନ୍ତେ ମନୋନୟନ କରାଯାଇପାରିବ। ଷ୍ଟାର୍ଟଅପ ଉଦ୍ୟୋଗ, ଋଣ, ବୃତ୍ତି ଓ ବିଭିନ୍ନ ପ୍ରକାର ସହାୟତା ଏହି କାର୍ଡ ମାଧ୍ୟମରେ ପାଇପାରିବେ।
ସ୍ମାର୍ଟ ହେବ ମହାବିଦ୍ୟାଳୟ
ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ‘ନୂଆ-ଓ’ କାର୍ଯ୍ୟକ୍ରମ ସୁଯୋଗ ଆଣିଛି ବୋଲି କହିଛନ୍ତି ୫-ଟି ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଅନୁଗୁଳର ବିଜୁ ମଇଦାନରେ ଆୟୋଜିତ ‘ନୂଆ-ଓ’ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଲେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ଜରିଆରେ ବ୍ଲାକ୍ବୋର୍ଡକୁ ସ୍ମାର୍ଟବୋର୍ଡ କରାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟକ୍ଲାସ, ଇ-ଲାଇବ୍ରେରି, ସାଇନ୍ସ ଲାବ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ କମନ୍ ରୁମ୍ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ଅନୁଗୁଳ ଜିଲ୍ଲାର ୨୫ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୧୧ କୋଟି ୧୦ ଲକ୍ଷ ୮୧ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀଙ୍କ ପ୍ରତିଭାରେ ସାରା ଓଡ଼ିଶା ଓ ଦେଶ ଗର୍ବ କରୁ। ସେମାନଙ୍କର ଦକ୍ଷତାର ଅଧିକ ବିକାଶ ତଥା ସୁନ୍ଦର ଭବିଷ୍ୟତ ପାଇଁ ଓଡ଼ିଶା ସରକାର ‘ନୂଆ-ଓ’ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ଅର୍ଥ ଅଭାବରୁ କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରିବାରୁ ବଞ୍ଚିତ ନ କରିବା ଏହି ‘ନୂଆ-ଓ’ ଯୋଜନାର ଲକ୍ଷ୍ୟ ବୋଲି ସେ କହିଥିଲେ।

ସମ୍ବିତ୍ଙ୍କ ଅାଖିରେ ଆନନ୍ଦର ଅଶ୍ରୁ
ଅର୍ଥ ଅଭାବରୁ ପାଠ ପଢ଼ିପାରୁ ନ ଥିଲି। ବାରମ୍ବାର ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେଉଥିଲା। ବହୁ କଷ୍ଟରେ କଲେଜରେ ନାମଲେଖାଇଛି। ମାତ୍ର ବାପା ଓ ପରିବାରର ଆର୍ଥିକ ସ୍ଥିତି ପାଠପଢ଼ିବା ପାଇଁ ଅନୁକୂଳ ନ ଥିଲା। କଲେଜରେ କେବଳ ନାଁ ଗଡ଼ୁଥିଲା। ବହୁ ଦିନ ପରିବାର ପ୍ରତିପୋଷଣ କରିବାକୁ ବିଭିନ୍ନ ସମୟରେ ବାପା, ମା’ଙ୍କୁ ଘର କାର୍ଯ୍ୟରେ ସହାଯ୍ୟ କରୁଥିଲି। ନିଜ ପାଠପଢ଼଼ା ଖର୍ଚ୍ଚ ତୁଲାଇବାକୁ କେଉଁଠି ମଜୁରି ଲାଗଥିୁଲି ତ କେଉଁଠି ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲି। ଅଧିକାଂଶ ସମୟ ପାଠପଢ଼ାରେ ମନୋନିବେଶ କରିପାରୁ ନ ଥିଲି। ଏବେ ନୂଆ-ଓ ଛାତ୍ରବୃତ୍ତି ମୋ ମନରେ ପୁଣିଥରେ ଆଶା ସଞ୍ଚାର କରିଛି। ପାଠପଢ଼ିବାକୁ ବଳ ଯୋଗାଇଛି। ଉଚ୍ଚଶିକ୍ଷା ଗ୍ରହଣ କରି ବାପା, ମା’ଙ୍କ ନାଁ ରଖିବି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ୍ ସାର୍ଙ୍କୁ ଏଥିପାଇଁ କୃତଜ୍ଞତା ଜଣାଉଛି। ‘ନୂଆ-ଓ’ ଛାତ୍ରବୃତ୍ତି ପାଇବା ପରେ ଅନୁଗୁଳର ଛାତ୍ର ସମ୍ବିତ୍ କୁମାର ଏଭଳି ଢଙ୍ଗରେ ମତପ୍ରକାଶ କରିଛନ୍ତି।