ଦେଶ ବିଦେଶ

ଦିଲ୍ଲୀ ବିମାନବନ୍ଦରରେ ୟାନାଙ୍କ ହଟଚମଟ: କିଏ ସତ କହୁଛି?

ନୂଆଦିଲ୍ଲୀ: ବ୍ରିଟେନ ସଂସଦରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଚର୍ଚ୍ଚାରେ ରହିଥିବା କଶ୍ମୀର ମହିଳା ସାମ୍ବାଦିକ ୟାନା ମୀର୍‌ କହିଛନ୍ତି ଯେ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କ ସହ ରୁକ୍ଷ ବ୍ୟବହାର କରାଯାଇଛି। ସୂଚନାଯୋଗ୍ୟ, ନିକଟରେ ବ୍ରିଟେନ ସଂସଦରେ ୟାନା କହିଥିଲେ ଯେ ସେ ମଲାଲା ୟୁସୁଫ୍‌ଜାଇ ନୁହନ୍ତି। ଭାରତରେ ସେ ସଂପୂର୍ଣ୍ଣ ସୁରକ୍ଷିତ । ମଲାଲା ତାଙ୍କ ଦେଶ ଭାରତକୁ ବଦନାମ କରିବା ବନ୍ଦ କରନ୍ତୁ। ଜମ୍ମୁ ଓ କଶ୍ମୀରର ଲୋକଙ୍କୁ ବିଭାଜନ କରିବା, ପାକିସ୍ତାନର ପ୍ରରୋଚନାରେ ଭାରତକୁ ବଦନାମ କରିବା ଉଦ୍ୟମରୁ ମଲାଲ ଦୂରେଇ ରୁହନ୍ତୁ ବୋଲି କହି ୟାନା ଚର୍ଚ୍ଚାରେ ଥିଲେ । ତେବେ ସେ ଗତକାଲି ଭାରତରେ ପହଞ୍ଚିବା ପରେ ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଦିଲ୍ଲୀ ବିମାନବନ୍ଦରରେ କଷ୍ଟମ ଅଧିକାରୀମାନେ ତାଙ୍କ ପ୍ରତି ରୁକ୍ଷ ବ୍ୟବହାର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରତିକ୍ରିୟା ଦେଇ କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି ଯେ ନିୟମିତ ଯାଞ୍ଚ ପ୍ରକ୍ରିୟାରେ ମଧ୍ୟ ୟାନା ସହଯୋଗ କରିନଥିଲେ।

ଗତକାଲି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଅନ୍ୟ ବିଦେଶ ଫେରନ୍ତା ଯାତ୍ରୀଙ୍କ ଭଳି କଷ୍ଟମ ବିଭାଗ ଅଧିକାରୀମାନେ ବ୍ୟାଗ୍‌କୁ ଯାଞ୍ଚ କରିବା ନିମନ୍ତେ ୟାନାଙ୍କୁ କହିଥିଲେ। କିନ୍ତୁ ୟାନା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ବ୍ୟାଗ୍‌ଗୁଡ଼ିକୁ ସ୍କାନରରେ ରଖିବା କିମ୍ବା ଯାଞ୍ଚ ପାଇଁ ଦେଇନଥିଲେ। ଫଳରେ ଅଧିକାରୀମାନେ ବ୍ୟାଗଗୁଡ଼ିକୁ ଛଡ଼ାଇ ନେଇ ଯାଞ୍ଚ କରିଥିଲେ। ଏହି ଘଟଣାରେ ଅପମାନିତ ଅନୁଭବ କରି ୟାନା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଥିଲେ। ସେ କହିଥିଲେ- ‘ଲଣ୍ଡନରେ ଭାରତ ସମ୍ପର୍କରେ ମୁଁ କହିଥିଲେ ଯେ ମୁଁ ମୋ ଦେଶରେ ମୁକ୍ତ ଓ ସୁରକ୍ଷିତ, କିନ୍ତୁ ଏଭଳି ଭାବେ ମୋତେ ଭାରତରେ ସ୍ବାଗତ କରାଯାଉଛି (?) ମ୍ୟାଡମ୍‌, ଆପଣଙ୍କ ବ୍ୟାଗ୍‌ ସ୍କାନ୍‌ କରନ୍ତୁ, ବ୍ୟାଗ୍‌ ଖୋଲନ୍ତୁ, ବ୍ୟାଗରେ କାହିଁକି ଲୁଇସ୍‌ ଭୁଇଟ୍ଟନ ସପିଂ ବ୍ୟାଗ୍‌ ରହିଛି। ଏହାର ବିଲ୍‌ଗୁଡ଼ିକ କାହିଁ। ଲଣ୍ଡନବାସୀ ମୋତେ ଜଣେ ଭାରତୀୟ ଗଣମାଧ୍ୟମ ଯୋଦ୍ଧା ଭାବେ ଦେଖୁଥିବା ବେଳେ ଏଠାରେ କିଛିଲୋକ ମୋତେ ବ୍ରାଣ୍ଡ୍‌ ସ୍ମଗଲର ଭାବେ ଦେଖୁଛନ୍ତି।’ ଏଭଳି କଠୋର ଟିପ୍ପଣୀର ତୁରନ୍ତ ପ୍ରତିକ୍ରିୟା ଦେଇ କଷ୍ଟମ ବିଭାଗ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେହି ସମୟର ସିସିଟିଭି ଭିଡ଼ିଓ ଜାରି କରିଛି। ଏଥିରେ ୟାନା ଯାଞ୍ଚ ଅଧିକାରୀଙ୍କୁ ସହଯୋଗ କରିବାକୁ ମନା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓ ପରେ ୟାନା କହିଛନ୍ତି ଯେ ସେ କୌଣସି ସ୍ବତନ୍ତ୍ର ବ୍ୟବହାର ଆଶା କରୁନଥିଲେ ବରଂ ତାଙ୍କ ଯାଞ୍ଚ ସମୟରେ ଅଧିକ ନମ୍ର ଓ ଭଦ୍ର ବ୍ୟବହାର ଦେଖାଇବା ଉଚିତ ଥିଲା। ୟାନାଙ୍କ ଏଭଳି ମନ୍ତବ୍ୟ ବର୍ତମାନ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଆଇନକୁ ସମ୍ମାନ ନଦେଲେ ଏଭଳି ପରିସ୍ଥିତି ଆସେ ବୋଲି ଅନେକ ଟିପ୍ପଣୀ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ