ରାଜ୍ୟ ସ୍ପେଶାଲ ରିପୋର୍ଟ

ରାୟଗଡ଼ାରେ ନକ୍ସଲ ଉପଦ୍ରବ କମିଲା, ବିଦେଶୀ ପର୍ଯ୍ୟଟକଙ୍କ ଯାତୟାତ ବଢ଼ିଲା

ରାୟଗଡ଼ା: ଏକଦା ରାୟଗଡ଼ା ଜିଲ୍ଲାରେ ନକ୍ସଲଙ୍କର ପତିଆରା ବେଶ ରହିଥିଲା। ପ୍ରତିଦିନ ଜିଲ୍ଲାର କୌଣସି ନା କୌଣସି ସ୍ଥାନରେ ନକ୍ସଲ ଅଘଟଣ ଘଟାଉଥିଲେ। ପୁଲିସକୁ ନାକେଦମ କରୁଥିଲେ। ସୁରକ୍ଷାକର୍ମୀଙ୍କୁ ସରକାର ନିୟୋଜିତ କଲେ। କିନ୍ତୁ ନକ୍ସଲ ମଧ୍ୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଥିଲେ। ପୁଲିସ ଡାଳେଡାଳେ ଗଲେ ନକ୍ସଲ ପତରେପତରେ ଯାଉଥିଲେ। ପୁଲିସର ନିଦ ହଜାଇ ଦେଇଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାର ପ୍ରାୟତଃ ସବୁ ବ୍ଲକରେ ନକ୍ସଲଙ୍କର ପାଦୁର୍ଭାବ ରହିଥିଲା।ଲୋକେ ଆତଙ୍କିତ ହୋଇରହିଥିଲେ। ସୁରକ୍ଷାକର୍ମୀଙ୍କ ଘନଘନ ଚଢାଉ ଏବଂ ରାଜ୍ୟ ସରକାରଙ୍କର ଥଇଥାନ ନୀତିରେ ପ୍ରଭାବିତ ହୋଇ ବହୁ ନକ୍ସଲ ଆତ୍ମସମର୍ପଣ କରିବା ସହ ମୃତ୍ୟୁବରଣ କଲେ। ଧୀରେଧୀରେ ନକ୍ସଲଙ୍କ ପତିଆରା ଜିଲ୍ଲାରେ କମିବାକୁ ଲାଗିଲା। ନକ୍ସଲ ପ୍ରଭାବିତ ଅଂଚଳରେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ପ୍ରତିଷ୍ଠା କରାଗଲା।ଯାହାଫଳରେ ନକ୍ସଲଙ୍କ ଗତିବିଧି କମିଥିଲା। ନକ୍ସଲଙ୍କ ଯୋଗୁଁ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ମଧ୍ୟ କମିଥିଲା। କୌଣସି ମୁହର୍ତ୍ତରେ କିଛି ଘଟିବାର ସମ୍ଭାବନା ରହିଥିବାରୁ ଲୋକେ ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଆସିବା ବନ୍ଦ କରିଦେଇଥିଲେ।

ଏବେ କିନ୍ତୁ ପରିସ୍ଥିତି ବଦଳିଛି। ନକ୍ସଲଙ୍କ ପତିଆରା କମିବା ସହ କାଁ ଭାଁ ପୋଷ୍ଟର ଏବଂ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରୁଛନ୍ତି। କିନ୍ତୁ କୌଣସି ଅଘଟଣ ଘଟାଇବାକୁ ସାହସ ଜୁଟାଇପାରୁନଥିବା ଦେଖିବାକୁ ମିଳିଛି। ପୁଲିସ ମଧ୍ୟ ନକ୍ସଲର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି। ଏବେ ଜିଲ୍ଲାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିଛି।ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ଏବେ ରାୟଗଡ଼ାର ବଡ଼ବଡ଼ ହୋଟେଲଗୁଡିକରେ ବିଦେଶୀ ପର୍ଯ୍ୟଟକ ରହିବା ସହ ଜିଲ୍ଲାର ଖାଦ୍ୟ, ପାନୀୟ ଏବଂ ବୁଲିବାର ମଜା ନେଉଛନ୍ତି।

ଇଟାଲୀରୁ ଆସିଥିବା ଦଶ ଜଣିଆ ପର୍ଯ୍ୟଟକ ମଣ୍ଡଳୀଙ୍କୁ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ବିଷୟରେ ପଚାରିବାରୁ ସେମାନେ ଖୁସିର ସହ ସୁନ୍ଦର, ଅତିସୁନ୍ଦର ବୋଲି କହିଥିଲେ।ବାରମ୍ବାର ଏହି ଅଂଚଳକୁ ବୁଲିବାକୁ ଆସିବୁ ବୋଲି ସେମାନେ ପୁଣି କହିଥିଲେ। କେବଳ ଇଟାଲୀ ନୁହେଁ, ବେଲଜିୟମ, ଡେନମାର୍କ, ଅଷ୍ଟ୍ରେଲିଆ, କାନାଡା, ୟୁକେ ଭଳି ଦେଶରୁ ମଧ୍ୟ ବହୁ ପର୍ଯ୍ୟଟକ ରାୟଗଡାରର ବିଭିନ୍ନ ଅଂଚଳ ବୁଲୁଥିବା ଦେଖିବାକୁ ମିଳିଛି। ନକ୍ସଲଙ୍କ ଭୟ ନଥିବାରୁ ବେଧଡକ ଏମାନେ ବୁଲି ପାରୁଥିବା ଟୁରିଷ୍ଟ ଗାଇଡମାନେ ପ୍ରକାଶ କରିଥିଲେ।

ତେବେ ଯେତେ ପର୍ଯ୍ୟଟକ ଜିଲ୍ଲାକୁ ଆସିବେ ସେତେ ବ୍ୟବସାୟ ବଢିବ ବୋଲି କୁହାଯାଇଛି। ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ଯାଇ ଆଦିବାସୀ ଭାଇଭଉଣୀମାନଙ୍କ ସହ ଫଟୋ ଉଠାଇବା ସହ ସେମାନଙ୍କର ପାରଂପାରିକ ବେଶଭୁଷା, ଅଳଙ୍କାର ଇତ୍ୟାଦି ଖରିଦ କରି ନେଉଥିବା ଦେଖିବାକୁ ମିଳିଛି। ପୁଲିସ ପ୍ରଶାସନ ମଧ୍ୟ ବେଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ସ୍ବାଗତ କରିବା ସହ ସେମାନଙ୍କ ସୁରକ୍ଷା ମଧ୍ୟ ବଢାଇ ଦେଇଥିବା ଦେଖିବାକୁ ମିଳିଛି। ବିଦେଶୀ ପର୍ଯ୍ୟଟକଙ୍କ ଆସିବା ଏବଂ ଯିବାର ସମସ୍ତ ନଥିପତ୍ର ଟିକିନିଖି ରଖୁଥିବା ଦେଖିବାକୁ ମିଳିଛି। ଆଗକୁ ଆହୁରି ଅଧିକା ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।