ରାଜ୍ୟ ସ୍ପେଶାଲ ରିପୋର୍ଟ

ମଇଦାନକୁ ଓହ୍ଲାଇଲେ ଗମାଙ୍ଗ ପରିବାର: ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ନୂଆ ସମୀକରଣ

ଜୟପୁର: କୋରାପୁଟ ପରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ରାଜନୈତିକ ଭାଗ୍ୟ ପରୀକ୍ଷା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଗମାଙ୍ଗ ପରିବାର। ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ୍ ହେବାପରେ ବିକଳ୍ପ ସ୍ବରୂପ ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରୁଥିଲା। ତେବେ ଯୁବ ଚେହେରା ସହ ଅଭିଜ୍ଞଙ୍କୁ ଦଳ ପ୍ରାଧାନ୍ୟ ଦେଉଥିବାରୁ ଏହି ଲୋକସଭା ଆସନରୁ ଶିଶିର ଗମାଙ୍ଗ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ଶିଶିର ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ସେ ମାଲକାନଗିରିରେ କଂଗ୍ରେସ କର୍ମକର୍ତ୍ତାଙ୍କ ବୈଠକ ଡାକିବା ସହ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ସମେତ କୋରୁକୋଣ୍ଡା, ଖଇରପୁଟ, ଚିତ୍ରକୋଣ୍ଡା, ମାଥିଲି ବ୍ଲକ୍ ସଭାପତି, ଏନ୍‌ଏସ୍‌ୟୁଆଇ ଜିଲ୍ଲା ସଭାପତି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ଆଶାୟୀ ଥିବା ବିଧାୟକ ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକ ପରେ ଶିଶିର ମାଥିଲି, ବାଲିମେଳା (କୋରୁକୋଣ୍ଡା), ଚିତ୍ରକୋଣ୍ଡା ବ୍ଲକ୍ ପରିଦର୍ଶନରେ ଯାଇ କର୍ମୀଙ୍କୁ ଭେଟିଛନ୍ତି। ସେହିପରି ଫେବ୍ରୁଆରି ୨୮, ୨୯ ଓ ମାର୍ଚ୍ଚ ୧ରେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ କର୍ମକର୍ତ୍ତାଙ୍କୁ ଭେଟିବେ ଶିଶିର। ନେତା ଓ କର୍ମୀଙ୍କ ମହଲରେ ଶିଶିରଙ୍କ ଗ୍ରହଣୀୟତା ବଢ଼ାଇବା ପାଇଁ କଂଗ୍ରେସର ଭେଟେରାନ୍ ଗିରିଧର ଗମାଙ୍ଗ ଖୁବ୍‌ଶୀଘ୍ର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।