ଦେଶ ବିଦେଶ

ନଗ୍ନ ଉତ୍ସବରେ ପ୍ରଥମ ଥର ପାଇଁ ଯୋଗଦେ‌ଲେ ମହିଳା: ବଦଳି ଗଲା ଜାପାନର ୧୨୫୦ ବର୍ଷର ଇତିହାସ…

ଟୋକିଓ: ପ୍ରଥମ ଥର ପାଇଁ ଜାପାନରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି। ଦେଶର ୧୨୫୦ ବର୍ଷର ଇତିହାସ ବଦଳି ଯାଇଛି। ଦେଶରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ନେ‌କେଡ ଫେଷ୍ଟିଭାଲ(ନଗ୍ନ ଉତ୍ସବ)ରେ ମହିଳାମାନେ ଯୋଗ ଦେଇଛନ୍ତି।

କେବଳ ଲେଙ୍ଗୁଟି ପିନ୍ଧି ୧୦ ହଜାର ପୁରୁଷ ଏହି ଉତ୍ସବରେ ଦୌଡୁଥିଲେ। ହଦାକା ମତ୍ସୁରି କୁହାଯାଉଥିବା ଏହି ଉତ୍ସବରେ ପୁରୁଷମାନେ  ଭାଶୋଇ ଭାଶୋଇ ଚଲୋ ଚଲୋ କହି କାନୋମିୟା ଶିଣ୍ଟୋ ମନ୍ଦିର ଚାରିପଟେ ଘୁରି ବୁଲୁଥିଲେ। କୁହାଯାଏ ଏଭଳି କରିବା ଦ୍ବାରା ଖରାପ ଆତ୍ମାଙ୍କ ପ୍ରଭାବ ଦୂର ହୋଇଥାଏ।

https://platform.twitter.com/embed/Tweet.html?dnt=true&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1761788314187878867&lang=en&origin=https%3A%2F%2Fsambad.in%2Findia-and-beyond%2Fjapans-1250-year-old-history-has-changed-as-women-attends-naked-festival-for-the-first-time-1126608%2F&sessionId=c7e3cb35abe365367f53c161f0209a2b57ae8538&theme=light&widgetsVersion=2615f7e52b7e0%3A1702314776716&width=550px

ଏହି ସମୟରେ ସେମାନଙ୍କ ଉପରେ ଥଣ୍ଡା ପାଣି ସ୍ପ୍ରେ କରାଯାଇଥିଲା। ଏପରି କରିବା ଦ୍ବାରା ସେମାନଙ୍କ ଶରୀର ଦୁଷ୍ଟ ଆତ୍ମାଙ୍କ ପ୍ରଭାବରୁ ମୁକ୍ତ ହୋଇ ଶୁଦ୍ଧ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଶନିବାର ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ୪୦ ଜଣ ମହିଳାଙ୍କୁ ଯୋଗ ଦେବାକୁ ଅନୁମତି ମିଳିଥିଲା। ତେବେ ମହିଳାଙ୍କୁ ସର୍ତ୍ତମୂଳକ ଭାବେ ଉତ୍ସବରେ ଯୋଗ ଦେବାକୁ ଅନୁମତି ପ୍ରଦାନ କରାଯାଇଥିଲା। ପ୍ରଥମ ସର୍ତ୍ତ ଥିଲା ମହିଳାମାନେ ସମ୍ପୂର୍ଣ୍ଣ ପୋଷାକ ପିନ୍ଧିବେ। ସେହିପରି ଦ୍ବିତୀୟ ସର୍ତ୍ତ ଥିଲା ସେମାନେ ପୁରୁଷଙ୍କଠାରୁ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖିବେ।

ମାତ୍ର ମହିଳାମାନେ ସର୍ତ୍ତ ଉପରେ ଗୁରୁତ୍ବାରୋପ କରି ନ ଥିଲେ। ସେମାନେ ହାତରେ ବାଡ଼ି ଧରି କାନୋମିୟା ଶିଣ୍ଟୋ ମନ୍ଦିରରେ ପୁରୁଷଙ୍କ ଦେବତା ଶିନ ଓଟୋକୋଙ୍କୁ ସ୍ପର୍ଶ କରିଥିଲେ। ଏହା ସହିତ ବାଡ଼ିକୁ ଦେବତାଙ୍କୁ ଅର୍ପଣ କରିଥିଲେ।

ତେବେ ଜାପାନ ସରକାର ଏଭଳି ଅନୁମତି ଦେଇ ମହିଳା ଅଧିକାରକୁ ସଶକ୍ତ କରିଥିବା ଦେଶର ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ