ଦେଶ ବିଦେଶ

ଆତଙ୍କବାଦୀଙ୍କୁ ନିପାତ କର: ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନକୁ ଚେତାବନୀ ଦେଲା ଇରାନ

ତେହେରାନ: ଆତଙ୍କବାଦକୁ ନେଇ ପାକିସ୍ତାନ ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ପ୍ରାରମ୍ଭରେ ଇରାନ ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକର ଟାର୍ଗେଟ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହାର ଜବାବରେ ପାକିସ୍ତାନ ମଧ୍ୟ ଇରାନ ମାଟି ଉପରେ ଆକ୍ରମଣ କରିଥିଲା। ଏବେ କିଛି ଦିନ ତଳେ ଇରାନ ପାକିସ୍ତାନରେ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ଦାବି କରିଛି। ଇରାନ କହିଛି ଯେ ପାକିସ୍ତାନରେ ଥିବା ଜୈସ୍ ଅଲ୍-ଆଦଲ ଆତଙ୍କବାଦୀ ସଂଗଠନର ମୁଖ୍ୟ ଇସମାଇଲ ଶାହା ବକ୍ଶଙ୍କୁ ଇରାନ୍ ଏହାର ମୁଖ୍ୟାଳୟ ଉପରେ ଆକ୍ରମଣ କରି ନିହତ କରିଛି। ଏହି ଆକ୍ରମଣ ପରେ ଇରାନ ତା’ର ସୀମାରେ ପାକିସ୍ତାନର କୌଣସି ଘୃଣ୍ୟ ଜବାବକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଅନ୍ୟପକ୍ଷରେ ଇରାନ ମଧ୍ୟ ପାକିସ୍ତାନ ଉପରେ ଯଥାଶୀଘ୍ର ଆତଙ୍କବାଦୀ ଓ ସେମାନଙ୍କ କ୍ୟାମ୍ପ କୁ ନିପାତ କରିବା ପାଇଁ ଚାପ ପକାଇଛି।

ଗତ ଶୁକ୍ରବାର ଇରାନ ସେନାର ଏଲିଟ୍ କମାଣ୍ଡୋ ୟୁନିଟ୍ ଏକ ଗ୍ରାଉଣ୍ଡ ଅପରେସନରେ ଜୈଶ ଅଲ-ଆଦଲ ନେତା ଇସ୍ମାଇଲ ଶାହା ବକ୍ଶ ଏବଂ ତାଙ୍କର ଅନେକ ସହଯୋଗୀଙ୍କୁ ହତ୍ୟା କରିଛି। ତେବେ ଇରାନ ସଶସ୍ତ୍ର ବାହିନୀର କେଉଁ ୟୁନିଟ୍ ପାକିସ୍ତାନ ଅଞ୍ଚଳରେ ଆକ୍ରମଣ କରିଛି କିମ୍ବା ପାକିସ୍ତାନର କେଉଁ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ପାକିସ୍ତାନର କେତେକ ଗଣମାଧ୍ୟମ ଦାବି କରିଛନ୍ତି ଯେ ଆତଙ୍କବାଦୀଙ୍କ ମୃତ୍ୟୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ସଶସ୍ତ୍ର ବିବାଦର ପରିଣାମ। ସର୍ଜିକାଲ୍ ଷ୍ଟ୍ରାଇକ୍ ନେଇ ଇରାନର ଦାବିକୁ ପାକିସ୍ତାନ ଖଣ୍ଡନ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ