ଦେଶ ବିଦେଶ

ମାନହାନି ମାମଲାରେ କ୍ଷମା ମାଗିଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ବିଜେପି ଆଇଟି ସେଲ୍‌ ବି‌ରୋଧରେ ମିଥ୍ୟା ଅଭିଯୋଗର ଏକ ଭିଡିଓକୁ ରିଟ୍ବିଟ୍‌ (ପୁନଃ ପୋଷ୍ଟ) କରିଥିବା ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବିରୋଧରେ ୟୁଟ୍ୟୁବର ବିକାଶ ସଂକ୍ରିତାୟନ ଓରଫ ବିକାଶ ପାଣ୍ଡେ ମାନହାନି ମକଦ୍ଦମା କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ କେଜ୍ରୱାଲ୍‌ ତାଙ୍କ ଓକିଲଙ୍କ ଜରିଆରେ କ୍ଷମା ପାର୍ଥନା କରିଛନ୍ତି। ଭିଡିଓର ପୁନଃ ପୋଷ୍ଟ କରିବା ତାଙ୍କର ଏକ ଭୁଲ ଥିଲା ବୋଲି କହିଛନ୍ତି। ବିଚାରପତି ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କେଜ୍ରିୱାଲ୍‌ଙ୍କ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ତାଙ୍କ ମହକିଲ ପୋଷ୍ଟର ତଥ୍ୟରେ କୌଣସି ସଂଯୋଗ କିମ୍ବା ବିୟୋଗ କରିନାହାନ୍ତି। ପୋଷ୍ଟଟିକୁ ଅନୁରୂପ ଭାବେ ପୁନଃପୋଷ୍ଟ (ରିଟ୍ବିଟ୍‌) କରିଥିଲେ। ତେବେ ଏହି ଘଟଣାରେ ଯଦି ଏଭଳି ପରିଣାମ ହେବ ବୋଲି ଜାଣିଥିଲେ ତାଙ୍କ ମହକିଲ କଦାପି ପୁନଃପୋଷ୍ଟ କରିନଥାନ୍ତେ ଓ ପୁନଃପୋଷ୍ଟ କରିଥିବାରୁ ତାଙ୍କ ମହକିଲ (କେଜ୍ରିୱାଲ୍‌) କ୍ଷମା ଯାଚନା କରୁଛନ୍ତି।

ଏହାପରେ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୧ ତାରିଖକୁ ଧାର୍ଯ୍ୟ କରିବା ସହ ନିମ୍ନ ଅଦାଲତରେ ଏହାର ଶୁଣାଣିକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍ଥଗିତ ରଖିଛନ୍ତି।
ସୂଚନାଯୋଗ୍ୟ ଜଣେ ୟୁଟ୍ୟୁବର ଧ୍ରୁବ ରାଠୀ ଏକ ଭିଡିଓ ଟ୍ବିଇଟର (ଏକ୍ସ)ରେ ସେୟାର କରିଥିଲେ। ଏଥିରେ ସେ କହିଥିଲେ ଯେ ବିକାଶ ପାଣ୍ଡେ ମଧ୍ୟସ୍ଥିଙ୍କ ଜରିଆରେ ମହାବୀର ପ୍ରସାଦଙ୍କୁ ୫୦ ଲକ୍ଷ ଟଙ୍କା ହାତଗୁଞ୍ଜା ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହି ପରିମାଣର ଟଙ୍କା ନେଇ ବିଜେପି ଆଇଟି ସେଲ୍‌ ମିଥ୍ୟ ତଥ୍ୟ ପରିବେଷଣ କରୁଛି ବୋଲି କହିଥିବା ମନ୍ତବ୍ୟକୁ ଫେରାଇ ନେବାକୁ ଅନୁରୋଧ କରିଥିଲେ। ଏହି ଭିଡିଓର ତଥ୍ୟ ମିଥ୍ୟା ଥିଲା, ତଥାପି ଏହାକୁ କେଜ୍ରିୱାଲ୍‌ ରିଟ୍ବିଟ୍‌ କରିଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ, ଦିଲ୍ଲୀ ହାଇକୋର୍ଟର ବିଚାରପତି ସ୍ବର୍ଣ୍ଣ କାନ୍ତ ଶର୍ମା, କେଜ୍ରିୱାଲ୍‌ଙ୍କ ଆବେଦନକୁ ଖାରଜ କରି ତାଙ୍କ ବିରୋଧରେ ଆଇପିସି ଧାରା ୪୯୯ ଅନୁସାରେ ଚାଲିଥିବା ଅପରାଧିକ ମାମଲା ଯଥାର୍ଥ ବୋଲି ଦର୍ଶାଇଥିଲେ।

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୭ମ ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଆପ୍‌)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଏଡ଼ାଇଦେଇଛନ୍ତି। ସମନର ପ୍ରତିକ୍ରିୟାରେ ଆପ୍‌ ପକ୍ଷରୁ କୁହାଯାଇଛି ଯେ ସମନ ଦ୍ବାରା ତାଙ୍କ ଦଳକୁ ଇଣ୍ଡି-ମେଣ୍ଟରୁ ଓହରି ଯିବାକୁ ଚାପ ପକାଯାଉଛି।
ଆପ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଦିଲ୍ଲୀ ମଦ ନିୟମ କେଳେଙ୍କାରୀ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ ତାରିଖକୁ ରହିଛି। ଏଣୁ ନିର୍ଦ୍ଦେଶାଳୟ ପ୍ରତିଦିନ ସମନ ନପଠାଇ କୋର୍ଟଙ୍କ ନିର୍ଦ୍ଦେଶ ଯାଏଁ ଅପେକ୍ଷା କରନ୍ତୁ। ଏହା ସହ ଦଳ କହିଛି ଯେ କେନ୍ଦ୍ର ସରକାର ‌କ୍ରମାଗତ ଭାବେ ଇଣ୍ଡି-ମେଣ୍ଟ ଛାଡ଼ିବା ପାଇଁ ତାଙ୍କ ଉପରେ ଚାପ ପକାଉଛି। ଏଭଳି ସମନ ପଠାଇ ତାଙ୍କ ଉପରେ କେନ୍ଦ୍ର ସରକାର ଚାପ ସୃଷ୍ଟି କରିପାରିବ ନାହିଁ। ଏହାର ପ୍ରତିକ୍ରିୟାରେ, ବିଜେପିର ଦିଲ୍ଲୀ ମୁଖ୍ୟ ବୀରେନ୍ଦ୍ର ସଚଦେବ, ବରିଷ୍ଠ ନେତା ହରୀଶ ଖୁରାନା ପ୍ରମୁଖ କହିଛନ୍ତି ଯେ ପଚରାଉଚୁରାକୁ ଏଡ଼ାଇବାକୁ କେଜ୍ରିୱାଲ୍‌ ସମନକୁ ଏଡ଼ାଉଛନ୍ତି। କେଜ୍ରିୱାଲ୍‌ ଯେଉଁଭଳି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି ତାକୁ ଦିଲ୍ଲୀବାସୀ କଦାପି କ୍ଷମା ଦେବେନାହିଁ।
ପଚରାଉଚରାରେ ସହଯୋଗ କରୁନଥିବା ଓ ସମନକୁ କ୍ରମାଗତ ଭାବେ ଏଡ଼ାଉଥିବାରୁ କେଜ୍ରିୱାଲ୍‌ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ କୋର୍ଟରେ ଏକ ମାମଲା କରିଥିଲେ। ଦିଲ୍ଲୀ ବିଧାନସଭାର ବଜେଟ୍‌ ଅଧିବେଶନ ଚାଲୁଥିବାରୁ କେଜ୍ରିୱାଲ୍‌ ଇଡି ସମ୍ମୁଖରେ ପ୍ରତ୍ୟକ୍ଷ ଭାବେ ହାଜର ହୋଇପାରିବେନାହିଁ ବୋଲି କୋର୍ଟଙ୍କ ନିକଟରେ ଜବାବ ରଖିଥିଲେ। କୋର୍ଟ ତାଙ୍କୁ ମାର୍ଚ୍ଚ ୧୬ ତାରିଖ ଯାଏଁ ପ୍ରତ୍ୟକ୍ଷ ହାଜର ଦେବାରୁ ଛାଡ଼ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ