ରାଜ୍ୟ

ପେଟିଏମ୍ ବ୍ୟାଙ୍କ ବୋର୍ଡରେ କଟକର ଦେବେନ୍ଦ୍ରନାଥ, ଅଧ୍ୟକ୍ଷ ପଦରୁ ବିଜୟ ଶେଖରଙ୍କ ଇସ୍ତଫା

ନୂଆଦିଲ୍ଲୀ/ ଭୁବନେଶ୍ବର: ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି। ସେ ବ୍ୟାଙ୍କର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କ ଏହାର ବୋର୍ଡର ପୁନର୍ଗଠନ କରିଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସ ଶ୍ରୀଧର, ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଦେବେନ୍ଦ୍ରନାଥ ଷଡ଼ଙ୍ଗୀ, ବ୍ୟାଙ୍କ ଅଫ୍‌ ବରୋଦାର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ‌ଅଶୋକ କୁମାର ଗର୍ଗ ଓ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ରଜନୀ ଶେଖ୍ରି ଶିବଲଙ୍କୁ ‌ସ୍ବାଧୀନ ନିର୍ଦ୍ଦେଶକ ଭାବେ ବୋର୍ଡରେ ସାମିଲ କରାଯାଇଛି। ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ ବୋର୍ଡରେ ସାମିଲ ହୋଇଥିବା ଦେବେନ୍ଦ୍ରନା‌ଥଙ୍କ ଘର ହେଉଛି ଓଡ଼ିଶାର କଟକରେ।

ସେ ହେଉଛନ୍ତି ୧୯୭୭ ବ୍ୟାଚ୍‌ର ଜଣେ ତାମିଲନାଡୁ କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀ। ତାମିଲନାଡ଼ୁ ସରକାରଙ୍କ ପାଇଁ ସେ ମୁଖ୍ୟ ସଚିବ ଓ ଆଠଟି ବିଭାଗର ପ୍ରମୁଖ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାମ କରିଛନ୍ତି। ଏହା ବ୍ୟତୀତ ସେ ଟାଇଟାନ୍, ଭୋଲ୍‌ଟାସ୍‌, ୟୁନିଭର୍ସାଲ୍‌ କମ୍ଫର୍ଟ ପ୍ରଡକ୍ଟସ୍‌, ରୋହିଣୀ ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରିକାଲ୍, ସଦର୍ଣ୍ଣ ପେଟ୍ରୋକେମିକାଲ୍‌ସ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ଓ ଶ୍ରୀରାମ ସିଟି ୟୁନିୟନ୍ ଫାଇନାନ୍ସ ବୋର୍ଡରେ ମଧ୍ୟ କାମ କରିଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ଓ ବ୍ରିଟେନ୍‌ର ସ୍ବାନ୍‌ସି ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିଥିବା ଶ୍ରୀ ଷଡ଼ଙ୍ଗୀ ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କକୁ ଏହି ଆହ୍ବାନପୂର୍ଣ୍ଣ ସମୟରେ ସଙ୍କଟରୁ ଉଦ୍ଧାର କରିବା ଲାଗି କାମ କରିବେ।

ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ କାରବାର ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଠୋର କଟକଣା ଲଗାଇଛନ୍ତି। ମାର୍ଚ୍ଚ ୧୫ ପରେ ବ୍ୟାଙ୍କ ଜମା ଓ ଅଗ୍ରୀମ କାରବାର କରିପାରିବ ନାହିଁ। ନିୟମ ପାଳନରେ ଅବହେଳା ପାଇଁ ବ୍ୟାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହାର ଗ୍ରାହକମାନେ ଯେଭଳି ଅସୁବିଧା ସାମ୍ନା ନକରନ୍ତି ସେଥିପାଇଁ ଅନ୍ୟ ବ୍ୟାଙ୍କ ସହ ପେଟିଏମ୍ କଥାବାର୍ତ୍ତା କରି ଗ୍ରାହକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଉପରେ କାର୍ଯ୍ୟ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।