ରାଜ୍ୟ

ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ସମାଧାନ‌ରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ: ଚିନ୍ତାବ୍ୟକ୍ତ କଲେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଏହୁଦ ଓଲମେର

ଜେରୁଜେଲମ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦ  ଜାରି ରହିଛି।  ଏନେଇ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଏହୁଦ ଓଲମେର ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି ବିବାଦର ସମାଧାନ ପଛରେ ରାଜନୈତିକ ଇଛାଶକ୍ତିର ଅଭାବ ରହିଛି। ଫାଷ୍ଟପୋଷ୍ଟ ପ୍ରତିରକ୍ଷା ସମ୍ମିଳନୀ ୨୦୨୪ ରେ ଏହୁଦ୍ ଓଲମେର୍ କହିଛନ୍ତି ଯେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ୨୦୦୮ ମସିହାରେ ଏକ ସମାଧାନର ନିକଟତର ହୋଇଥିଲା। ତେବେ ପାଲେଷ୍ଟାଇନ କର୍ତ୍ତୃପକ୍ଷ ଏଥିରେ ସହମତି ପ୍ରକାଶ କରିବାରେ ବିଫଳ ହୋଇଥିଲେ। ଫଳରେ ସମାଧାନର ବାଟ ଫିଟି ନ ଥିଲା।

ସେ ପଶ୍ଚିମ ଏସୀୟ ବିବାଦ ସମ୍ବନ୍ଧୀୟ ଦୁଇଟି ପ୍ରମୁଖ ପ୍ରସଙ୍ଗକୁ ପୃଥକ ପୃଥକ ଭାବେ ଉପସ୍ଥାପନ କରି କହିଛନ୍ତି ଯେ, ଜେରୁଜେଲମର ଧାର୍ମିକ ବିବାଦ ଏବଂ ଇସ୍ରାଏଲ୍ ତଥା ପାଲେଷ୍ଟାଇନର ଶାସକଙ୍କ ମଧ୍ୟରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି। ଫଳରେ ଏହି ବିବାଦ ବଢ଼ିଚାଲିଛି। ଏହା ଦ୍ବାରା ବହୁ ନୀରିହ ଲୋକଙ୍କ ଜୀବନ ଯାଉଛି।

ଗାଜାକୁ ନେଇ ଲାଗିଥିବା ବିବାଦର  ଶେଷ ହେଉ ନାହିଁ। ଏହାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ମାତ୍ର କେତେକ ସାମାନ୍ୟ କାରଣ ତଥା ରାଜନୈତିକ ସ୍ତରରେ ଭିନ୍ନ ଭିନ୍ନ ଚିନ୍ତାଧାରା ଯୋଗୁ ବିବାଦ ସମାଧାନ ମୁହାଁ ହୋଇ ପାରୁନାହିଁ। ଆଗାମୀ ଦିନରେଏନେଇ ଦ୍ବିପାକ୍ଷୀୟ ସ୍ତରରେ ବିସ୍ତୁୃତ ଆଲୋଚନା ହେବା ସହିତ ଜନସାଧାରଣଙ୍କ ସ୍ବାର୍ଥକୁ ଗୁରୁତ୍ବପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଏହା ଦ୍ବାରା ଶାନ୍ତି ପ୍ରୟାସ ସଫଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।